ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଥିବା ପୁରୁଷ ହକି ଟିମକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପୋଷ୍ଟ କରାଯିବା ଦିନାଙ୍କ: 06 OCT 2023 10:02PM by PIB Bhubaneswar

ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ପୁରୁଷ ହକି ଟିମକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

 

ଦଳର ଅଦମ୍ୟ ପ୍ରତିବଦ୍ଧତା, ଉତ୍ସାହ ଏବଂ ସମନ୍ୱୟକୁ ସେ ପ୍ରଶଂସା କରିଛନ୍ତି ଓ ସେମାନଙ୍କ ଭବିଷ୍ୟତର ପ୍ରୟାସ ପାଇଁ ଶୁଭକାମନା ଜଣାଇଛନ୍ତି ।

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ଏସୀୟ କ୍ରୀଡ଼ାରେ ଆମ ପୁରୁଷ ହକି ଟିମ ଦ୍ୱାରା ଏକ ଚମତ୍କାର ସ୍ୱର୍ଣ୍ଣ ପଦକ ବିଜୟ! ଏହି ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଟିମକୁ ଅଭିନନ୍ଦନ । ଟିମର ଅଦମ୍ୟ ପ୍ରତିବଦ୍ଧତା, ଉତ୍ସାହ ଏବଂ ସମନ୍ୱୟ କେବଳ କ୍ରୀଡ଼ାରେ ଜିତିନାହିଁ ବରଂ ଅଗଣିତ ଭାରତୀୟଙ୍କ ହୃଦୟ ମଧ୍ୟ ଜିତିଛି । ଏହା ସେମାନଙ୍କ ଉତ୍ସାହର ପ୍ରମାଣ । ସେମାନଙ୍କ ଭବିଷ୍ୟତର ପ୍ରୟାସ ପାଇଁ ଶୁଭକାମନା ।’

 

SR


(ରିଲିଜ ଆଡି: 1965790) ପରିଦର୍ଶକ କାଉଣ୍ଟର : 116