ପୋଷ୍ଟ କରାଯିବା ଦିନାଙ୍କ:
01 OCT 2023 8:19PM by PIB Bhubaneswar
ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା ମହିଳା ଟ୍ରାପ୍ ଟିମର ମନିଷା କିର, ପ୍ରୀତି ରଜକ ଏବଂ ରାଜେଶ୍ୱରୀ କୁମାରୀଙ୍କ ଚମତ୍କାର ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।
ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଆମ ମହିଳା ଟ୍ରାପ୍ ଟିମର ଦକ୍ଷତା ଏବଂ କୌଶଳର ଏକ ଚମତ୍କାର ପ୍ରଦର୍ଶନ ଯୋଗୁ ଭାରତ ଏହି ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଛି! ଅସାଧାରଣ ପ୍ରଦର୍ଶନ ପାଇଁ ମନିଷା କିର, ପ୍ରୀତି ରଜକ ଏବଂ ରାଜେଶ୍ୱରୀ କୁମାରୀଙ୍କୁ ଅଭିନନ୍ଦନ ।’
SR