ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତୀୟ ସିନେମାରେ ଦିବଂଗତ ଅଭିନେତା ଦେବ ଆନନ୍ଦଙ୍କ ଅବଦାନକୁ ତାଙ୍କ ୧୦୦ତମ ଜୟନ୍ତୀରେ ସ୍ମରଣ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 26 SEP 2023 2:40PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସିନେମାରେ ଦିବଂଗତ ଅଭିନେତା ଦେବ ଆନନ୍ଦଙ୍କ ଅବଦାନକୁ ତାଙ୍କ ୧୦୦ତମ ଜୟନ୍ତୀରେ ସ୍ମରଣ କରିଛନ୍ତି ।

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

‘ଦେବ ଆନନ୍ଦ କାଳଜୟୀ ଆଇକନ୍ ଭାବେ ସ୍ମରଣୀୟ । ସିନେମା ଏବଂ  କାହାଣୀ ପ୍ରତି ତାଙ୍କ ଅତୁଳନୀୟ ଆଗ୍ରହ ଥିଲା । ତାଙ୍କ ଚଳଚ୍ଚିତ୍ରଗୁଡ଼ିକ କେବଳ ମନୋରଞ୍ଜନ ନୁହେଁ ବରଂ ଭାରତର ପରିବର୍ତ୍ତିତ ସମାଜ ଏବଂ ଆକାଂକ୍ଷାକୁ ମଧ୍ୟ ପ୍ରତିଫଳିତ କରିଥିଲା । ତାଙ୍କ କାଳଜୟୀ ପ୍ରଦର୍ଶନ ପିଢ଼ି ପରେ ପିଢ଼ିକୁ ପ୍ରଭାବିତ କରିବ । ତାଙ୍କ ୧୦୦ତମ ଜୟନ୍ତୀରେ ତାଙ୍କୁ ମନେପକାଉଛି ।’

 

SR


(ରିଲିଜ ଆଡି: 1960860) ପରିଦର୍ଶକ କାଉଣ୍ଟର : 167