ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଲୋକସଭାରେ ସମ୍ବିଧାନ (୧୨୮ତମ ସଂଶୋଧନ) ବିଧେୟକ, ୨୦୨୩ ପାରିତ ହେବା ଲାଗି ପ୍ରଶଂସା କଲେ

प्रविष्टि तिथि: 20 SEP 2023 9:36PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ସମ୍ବିଧାନ (୧୨୮ତମ ସଂଶୋଧନ) ବିଧେୟକ, ୨୦୨୩ର ପାରିତ ହେବା ନେଇ ସ୍ୱାଗତ ଜଣାଇଛନ୍ତି ।     

ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି;

‘‘ଏଭଳି ଉଲ୍ଲେଖନୀୟ ସମର୍ଥନ ଦ୍ୱାରା ଲୋକସଭାରେ ସମ୍ବିଧାନ (୧୨୮ତମ ସଂଶୋଧନ) ବିଧେୟକ, ୨୦୨୩ ପାରିତ ହୋଇଥିବାରୁ ଅତ୍ୟନ୍ତ ଆନନ୍ଦିତ । ଏହି ବିଧେୟକକୁ ସମର୍ଥନ କରି ଭୋଟ ଦେଇଥିବା ତମାମ ଦଳଗୁଡ଼ିକର ସାଂସଦମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।

ନାରୀ ଶକ୍ତି ବନ୍ଦନ ଅଧିନିୟମ ହେଉଛି ଏକ ଐତିହାସିକ ବିଧେୟକ ଯାହା ମହିଳା ସଶକ୍ତିକରଣକୁ ଆହୁରି ସୁଦୃଢ଼ କରିବ ଏବଂ ଆମର ରାଜନୈତିକ ପ୍ରକି୍ରୟାରେ ମହିଳାମାନଙ୍କର ଅଧିକ ସମ୍ପୃକ୍ତିକୁ ସୁନିଶ୍ଚିତ କରାଇବ ।’’

 

SR


(रिलीज़ आईडी: 1960828) आगंतुक पटल : 151
इस विज्ञप्ति को इन भाषाओं में पढ़ें: Kannada , Malayalam , English , Urdu , हिन्दी , Marathi , Assamese , Manipuri , Bengali , Punjabi , Gujarati , Tamil , Telugu