ପୋଷ୍ଟ କରାଯିବା ଦିନାଙ୍କ:
15 SEP 2023 2:47PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରୋଶ ହଶନାହ ଅବସରରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ, ଇସ୍ରାଏଲର ବନ୍ଧୁତ୍ୱପୂର୍ଣ୍ଣ ଲୋକ ଏବଂ ବିଶ୍ୱବ୍ୟାପୀ ଇହୁଦୀ ସମୁଦାୟକୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି ।
‘ଏକ୍ସ’ରେ ନିଜର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
‘‘ଶାନା ତୋୱା! ମୋର ମିତ୍ର ପ୍ରଧାନମନ୍ତ୍ରୀ ନେତନ୍ୟାହୁ, ଇସ୍ରାଏଲର ବନ୍ଧୁତ୍ୱପୂର୍ଣ୍ଣ ଲୋକ ଏବଂ ବିଶ୍ୱବ୍ୟାପୀ ଇହୁଦୀ ସମୁଦାୟକୁ ରୋଶ ହଶନାହ ଅବସରରେ ହାର୍ଦ୍ଦିକ ଶୁଭକାମନା ଜଣାଉଛି । ନୂଆ ବର୍ଷ ପ୍ରତ୍ୟେକ ଲୋକଙ୍କ ଜୀବନରେ ସୁସ୍ୱାସ୍ଥ୍ୟ, ଶାନ୍ତି ଓ ସମୃଦ୍ଧି ଆଣି ଆସୁ ।’’
SR