ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନାରୀ ଶକ୍ତିକୁ ପ୍ରଧାନମନ୍ତ୍ରୀଙ୍କ ଅଭିବାଦନ

ପୋଷ୍ଟ କରାଯିବା ଦିନାଙ୍କ: 25 SEP 2023 5:13PM by PIB Bhubaneswar

: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାରୀ ଶକ୍ତିକୁ ଅଭିବାଦନ ଜଣାଇଛନ୍ତି ଏବଂ କହିଛନ୍ତି ଯେ ସେ ଯେବେ ବି ବାବା ବିଶ୍ୱନାଥଙ୍କ ସହର କାଶୀକୁ ଆସନ୍ତି, ମାତା, ଭଗିନୀ ଓ କନ୍ୟାରତ୍ନଙ୍କ ଦ୍ୱାରା ଦେଖାଯାଉଥିବା ଉତ୍ସାହରେ ଅଭିଭୂତ ହୋଇଯାଇଥାନ୍ତି । ଶ୍ରୀ ମୋଦୀ ଆହୁରି କହିଛନ୍ତି ଯେ ସେମାନଙ୍କ ମଧ୍ୟରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଯେଉଁ ଶକ୍ତି ଭରିଦେଇଛି, ତାହା ଅମୃତକାଳର ସଂକଳ୍ପଗୁଡ଼ିକୁ ଆହୁରି ମଜଭୁତ କରିବାକୁ ଯାଉଛି ।

 

ପ୍ରଧାନମନ୍ତ୍ରୀ ଏକ ‘ଏକ୍ସ’ ପୋଷ୍ଟରେ କହିଛନ୍ତି;

‘‘ନାରୀ ଶକ୍ତିକୁ ପ୍ରଣାମ!

ବାବା ବିଶ୍ୱନାଥଙ୍କ ନଗରୀରେ ଆଜି ଯେଉଁଠାକୁ ବି ଯାଇଛି, ସେଠାରେ ମାତା, ଭଗିନୀ ଓ କନ୍ୟାରତ୍ନଙ୍କର ଯେଉଁଭଳି ଉତ୍ସାହ ଦେଖିଲି, ତାହା ଅଭିଭୂତ କଲା ଭଳି । ନାରୀ ଶକ୍ତି ବନ୍ଦନ ଅଧିନିୟମ ଆମର ଏହି ପରିବାରଜନଙ୍କ ଭିତରେ ଯେଉଁ ଶକ୍ତି ଭରିଦେଇଛି, ତାହା ଅମୃତକାଳର ସଂକଳ୍ପଗୁଡ଼ିକୁ ଆହୁରି ସୁଦୃଢ଼ କରିବାକୁ ଯାଉଛି ।’’

 

SR


(ରିଲିଜ ଆଡି: 1960538) ପରିଦର୍ଶକ କାଉଣ୍ଟର : 138