ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ତେଜୁ ବିମାନବନ୍ଦର ଉନ୍ନୟନ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ
ପୋଷ୍ଟ କରାଯିବା ଦିନାଙ୍କ:
24 SEP 2023 10:26PM by PIB Bhubaneswar
କେନ୍ଦ୍ରମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଦ୍ୱାରା ଆଜି ଉଦଘାଟିତ ହୋଇଥିବା ତେଜୁ ବିମାନବନ୍ଦରର ନବ ବିକଶିତ ଭିତ୍ତିଭୂମିକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି ।
ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ପେମା ଖାଣ୍ଡୁ ଏକ ଏକ୍ସ ପୋଷ୍ଟରେ କହିଛନ୍ତି, ‘୨୦୨୨ ନଭେମ୍ବରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଡୋନି ପୋଲୋ ଏୟାରପୋର୍ଟ ଉଦଘାଟନ ପରେ ତେଜୁ ବିମାନବନ୍ଦରର ନବୀକରଣ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଯାହା ଆମ ରାଜ୍ୟର ସଂଯୋଗୀକରଣକୁ ବହୁଗୁଣିତ କରିବ ।
ଏକ୍ସରେ ପ୍ରଧାନମନ୍ତ୍ରୀ ଉତ୍ତର ଦେଇଛନ୍ତି:
‘ଅରୁଣାଚଳ ପ୍ରଦେଶ ଏବଂ ସମଗ୍ର ଉତ୍ତର-ପୂର୍ବରେ ସଂଯୋଗୀକରଣ ପାଇଁ ଏକ ଖୁସି ଖବର ।’
SR
(ରିଲିଜ ଆଡି: 1960299)
ପରିଦର୍ଶକ କାଉଣ୍ଟର : 151
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam