ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

'ଆୟୁଷ୍ମାନ ଭବ' ଅଭିଯାନରେ ବ୍ୟାପକ ଯୋଗଦାନ ଓ ପିଏମ୍-ଜେଏୱାଇ ସମ୍ପର୍କରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ବ ଦିଆଯାଇଛି: ପ୍ରଧାନମନ୍ତ୍ରୀ

Posted On: 16 SEP 2023 3:03PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟଙ୍କ ଏକ ଲେଖା ସହ ସହମତ ହୋଇଛନ୍ତି ଯେ ଆୟୁଷ୍ମାନ ଭବ ଅଭିଯାନ ବ୍ୟାପକ ଯୋଗଦାନ, ପିଏମ-ଜେଏୱାଇ ବିଷୟରେ ସଚେତନତା ବିକାଶ, ସ୍ୱାସ୍ଥ୍ୟ ଆକାଉଣ୍ଟ ଆଇଡି ସୃଷ୍ଟି କରିବା ଏବଂ ଗ୍ରାମ ତଥା ସହରାଞ୍ଚଳ ୱାର୍ଡରେ ବିଭିନ୍ନ ସ୍ୱାସ୍ଥ୍ୟ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦେଇଥାଏ । 

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡୀଭୀୟଙ୍କ ଦ୍ୱାରା ଏକ୍ସେ  ରେ ଏକ ପୋଷ୍ଟ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି:

‘‘କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସ୍ପଷ୍ଟ କରିଛନ୍ତି ଯେ କିପରି 'ଆୟୁଷ୍ମାନ ଭବ' ଅଭିଯାନ ବ୍ୟାପକ ଯୋଗଦାନ, ପିଏମ-ଜେଏୱାଇ ବିଷୟରେ ସଚେତନତା ବିକାଶ, ସ୍ୱାସ୍ଥ୍ୟ ଆକାଉଣ୍ଟ ଆଇଡି ସୃଷ୍ଟି କରିବା ଏବଂ ଗାଁ ତଥା ସହରାଞ୍ଚଳ ୱାର୍ଡରେ ବିଭିନ୍ନ ସ୍ୱାସ୍ଥ୍ୟ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦେଉଛି ।’’

HS



(Release ID: 1958129) Visitor Counter : 64