ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକ
ପୋଷ୍ଟ କରାଯିବା ଦିନାଙ୍କ:
10 SEP 2023 7:50PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ ଠାରେ ଜି -୨୦ ଶିଖର ସମ୍ମିଳନୀ ଅବସରରେ ୧୦ ସେପ୍ଟେମ୍ବର ୨୦୨୩ ରେ ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ମାର୍କ ରଟେଙ୍କ ସହିତ ବୈଠକ କରିଥିଲେ ।
ଭାରତର ଜି - ୨୦ ଅଧ୍ୟକ୍ଷତା ଏବଂ ସମ୍ମିଳନୀର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ରଟେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଚନ୍ଦ୍ରଯାନ ମିଶନର ସଫଳତା ପାଇଁ ସେ ଭାରତକୁ ଅଭିନନ୍ଦନ ଜଣାଇବା ସହ ସୂର୍ଯ୍ୟ ଅଭିଯାନ ଆଦିତ୍ୟ ମିଶନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।
ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା ଏବଂ ନିରାପତ୍ତା, ସ୍ୱଚ୍ଛ ଶକ୍ତି ଏବଂ ସବୁଜ ହାଇଡ୍ରୋଜେନ, ସେମିକଣ୍ଡକ୍ଟର, ସାଇବର ଏବଂ ଡିଜିଟାଲ ଟେକ୍ନୋଲୋଜିରେ ସହଯୋଗ ସହିତ ଏହି ଦୁଇ ନେତା ସେମାନଙ୍କର ଦ୍ୱିପାକ୍ଷିକ ଭାଗିଦାରୀକୁ ଆହୁରି ଗଭୀର କରିବାର ଉପାୟ ଉପରେ ଆଲୋଚନା କରିଥିଲେ ।
ଆଲୋଚନାରେ ପାରସ୍ପରିକ ଆଗ୍ରହର ଆଞ୍ଚଳିକ ଏବଂ ବିଶ୍ୱ ସ୍ତରୀୟ ପ୍ରସଙ୍ଗ ଗୁଡିକ ମଧ୍ୟ ଆଲୋଚନା କରା ଯାଇଥିଲା ।
***
SSP
(ରିଲିଜ ଆଡି: 1957700)
ପରିଦର୍ଶକ କାଉଣ୍ଟର : 183
ଏହି ରିଲିଜ ପଢନ୍ତୁ :
Kannada
,
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam