ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନାଇଜେରିଆ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ପୋଷ୍ଟ କରାଯିବା ଦିନାଙ୍କ: 10 SEP 2023 7:51PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ସମ୍ମିଳନୀ ଅବସରରେ ୨୦୨୩ ସେପ୍ଟେମ୍ବର ୧୦ରେ ନୂଆଦିଲ୍ଲୀରେ ନାଇଜେରିଆ ରାଷ୍ଟ୍ରପତି ଶ୍ରୀ ବୋଲା ଅହମଦ୍ ଟିନୁବୁଙ୍କ ସହ ଆଲୋଚନା କରିଛନ୍ତି ।

 

ଭାରତର ସଫଳ ଜି-୨୦ ଅଧ୍ୟକ୍ଷତା ପାଇଁ ରାଷ୍ଟ୍ରପତି ଟିନୁବୁ ପ୍ରଧାନମନ୍ତ୍ରୀଙ୍କୁୁ ଅଭିନନ୍ଦନ ଜଣାଇଛନ୍ତି । ଜି-୨୦ରେ ଆଫ୍ରିକୀୟ ସଂଘର ସ୍ଥାୟୀ ସଦସ୍ୟତା ସୁନିଶ୍ଚିତ କରିଥିବାରୁ ଏବଂ ଗ୍ଲୋବାଲ ସାଉଥର ହିତକୁ ପ୍ରୋତ୍ସାହିତ କରିଥିôବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

 

ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା, କୃଷି, ମିଲେଟ୍‌, ଆର୍ଥିକ ପ୍ରଯୁକ୍ତି ଏବଂ ଦକ୍ଷତା ବୃଦ୍ଧି ଭଳି  ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ଉପରେ ଦୁଇନେତା ଆଲୋଚନା କରିଥିଲେ ।

 

SR


(ରିଲିଜ ଆଡି: 1956245) ପରିଦର୍ଶକ କାଉଣ୍ଟର : 192