ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଂଶତମ ଆସିଆନ- ଭାରତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି

Posted On: 07 SEP 2023 10:19PM by PIB Bhubaneshwar

ମାନ୍ୟବର  ରାଷ୍ଟ୍ରପତି, ଆପଣ ମହାରାଜ, ମହାମହିମ

 

ଆପଣ ସମସ୍ତେ ଚନ୍ଦ୍ରଯାନର ସଫଳତା ପାଇଁ ମୋତେ ଅଭିନନ୍ଦନ ଜଣାଇଛନ୍ତି, ଏଥିପାଇଁ ମୁଁ ଆପଣ ସମସ୍ତଙ୍କୁ ହୃଦୟର ସହିତ କୃତଜ୍ଞ ଜଣାଉଛି । କିନ୍ତୁ ଏହା କେବଳ ଭାରତର ନୁହେଁ ସମଗ୍ର ମାନବଜାତିର ସଫଳତା । ଏହା ଆମର ଯୁବ ପିଢୀକୁ ବିଜ୍ଞାନ କ୍ଷେତ୍ରରେ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇବ । ଏହା ଦ୍ବାରା ମାନବ ସମାଜର କଲ୍ୟାଣ ହେବ । ଆପଣ ମାନଙ୍କର ମୂଲ୍ୟବାନ ବିଚାର ଏବଂ ପରାମର୍ଶ ପାଇଁ ଧନ୍ୟବାଦ।

ଆମର ସହଭାଗିତାକୁ ଆହୁରି ଅଧିକ ସୁଦୃଢ ଏବଂ ସମୃଦ୍ଧ କରିବାକୁ, ମୁଁ ଛଅଟି ପ୍ରମୁଖ କ୍ଷେତ୍ରରେ ସହଯୋଗ ପ୍ରସ୍ତାବ ଦେବାକୁ ଚାହୁଁଛି । ପ୍ରଥମଟି ହେଉଛି – ତ୍ରିପାକ୍ଷିକ ରାଜପଥ ଯୋଗାଯୋଗ (Connectivity Trilateral Highway) ଏବଂ ଏହାର ସମ୍ପ୍ରସାରଣ ଉପରେ ଆମେ ପ୍ରଥମରୁ ହିଁ କାର୍ଯ୍ୟ କରୁଛୁ । ସାମୁଦ୍ରିକ ସହଯୋଗ ଉପରେ ଆମର ମିଳିତ ବିବୃତ୍ତିକୁ ମୁଁ ସ୍ୱାଗତ କରୁଛି, ମୋର ଦୃଷ୍ଟିକୋଣ ହେଉଛି ଏକ ଏଭଳି ମଲ୍ଟି ମୋଡାଲ୍ ସଂଯୋଗୀକରଣ ଏବଂ ଅର୍ଥନୈତି କରିଡର ସୃଷ୍ଟି କରିବା ଯାହା ଦକ୍ଷିଣ ପୂର୍ବ ଏସିଆକୁ ଭାରତ, ପଶ୍ଚିମ ଏସିଆ ଏବଂ ୟୁରୋପ ସହିତ ସଂଯୋଗ କରିବ।

ଏଥିରେ ଲଜିଷ୍ଟିକ୍, ଯୋଗାଣ ଶୃଙ୍ଖଳା, ଭିତ୍ତିଭୂମି, ସ୍ୱଚ୍ଛ ଶକ୍ତି ଏବଂ ସୌର ଗ୍ରୀଡ୍ ଭଳି କ୍ଷେତ୍ର ଉପରେ ଧ୍ୟାନ ଦିଆ ଯାଇପାରେ। ଦ୍ୱିତୀୟ କ୍ଷେତ୍ର ହେଉଛି - ଡିଜିଟାଲ୍ ରୂପାନ୍ତରଣ ଡିଜିଟାଲ୍ ଅର୍ଥନୀତି ହେଉଛି ଆମର ଭବିଷ୍ୟତ ଅଭିବୃଦ୍ଧିର ଅନୁକ୍ରମଣିକା । ଭାରତରେ ଆମେ ସାଇବର ସୁରକ୍ଷା ଏବଂ ଡିଜିଟାଲ ସର୍ବସାଧାରଣ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେଇଛୁ । ଭାରତରେ ବିକଶିତ “ଡିଜିଟାଲ୍ ଇଣ୍ଡିଆ ଷ୍ଟାକ”କୁ ଆପଣ ସମସ୍ତଙ୍କ ସହିତ ସହଭାଗୀ କରିବାରେ ଆମେ ଖୁସି ହେବୁ । ଏହି ପରିପ୍ରେକ୍ଷୀରେ, ମୁଁ “ଡିଜିଟାଲ୍ ଭବିଷ୍ୟତ ପାଇଁ ଆସିଆନ-ଭାରତ ପାଣ୍ଠି” ପ୍ରତିଷ୍ଠା ବିଷୟରେ ଘୋଷଣା କରୁଛି।

ତୃତୀୟ ପ୍ରମୁଖ କ୍ଷେତ୍ର ହେଉଛି - ବାଣିଜ୍ୟ ଏବଂ ଅର୍ଥନୈତିକ ଯୋଗଦାନ। ଗତ ବର୍ଷର‘‘ ଆସିଆନ-ଭାରତ ବାଣିଜ୍ୟ ସାମଗ୍ରୀ ଚୁକ୍ତିରେ" ଅଗ୍ରଗତିକୁ ମୁଁ ସ୍ବାଗତ କରୁଛି । ଆମକୁ ସମୟବଦ୍ଧ ଭାବେ ଏହାର ସମୀକ୍ଷାକୁ ସମାପ୍ତ କରିବାକୁ ପଡିବ । ଏହା ସହିତ ‘ଆସିଆନ-ଭାରତ ଷ୍ଟର୍ଟଅପ’ ଉତ୍ସବ ଏବଂ ‘ନବସୃଜନ ଶିଖର ସମ୍ମିଳନୀ’ ଭଳି ପଦକ୍ଷେପ ମଧ୍ୟ ଆଗକୁ ନିଆଯିବା ଉଚିତ୍ । ଏହି ପ୍ରସଙ୍ଗରେ, ଆମେ ‘ଆସିଆନ ଏବଂ ପୂର୍ବ ଏସିଆ ଅର୍ଥନୈତିକ ଏବଂ ଅନୁସନ୍ଧାନ ପ୍ରତିଷ୍ଠାନ” କୁ ଆମର ସମର୍ଥନକୁ ନବୀକରଣ କରିବାକୁ ନିଷ୍ପତ୍ତି ନେଇଛୁ ।

ଆପଣ ମହାରାଜ, ମହାମହିମ,

ଚତୁର୍ଥ କ୍ଷେତ୍ର ହେଉଛି - ସମସାମୟିକ ଆହ୍ବାନର ମୁକାବିଲା, ଗ୍ଲୋବାଲ୍ ସାଉଥ ଆଜି ଅନେକ ଆହ୍ବାନର ସମ୍ମୁଖୀନ ହେଉଛି । ଖାଦ୍ୟ, ସାର, ଇନ୍ଧନ ଏବଂ ଜଳବାୟୁ ପରିବର୍ତ୍ତନ ଭଳି ଆଜି ଅନେକ ଆହ୍ବାନର ସମ୍ମୁଖୀନ ହୋଇଛି । ଆମକୁ ବହୁପକ୍ଷିୟ ମଞ୍ଚରେ ଗ୍ଲୋବାଲ୍ ସାଉଥର ସହଭାଗୀ ଚିନ୍ତାଧାରାକୁ ମିଳିମିଶି ଉଠାଇବା ଉଚିତ । ଭାରତରେ ‘ହୁ’ ପକ୍ଷରୁ ’ବୈଶ୍ବିକ ପାରମ୍ପରିକ ଔଷଧ କେନ୍ଦ୍ର’ ପ୍ରତିଷ୍ଠା କରାଯାଉଛି। ମୁଁ ଆପଣ ସମସ୍ତଙ୍କୁ ଏଥିରେ ଯୋଗଦେବାକୁ ନିମନ୍ତ୍ରଣ କରୁଛି । ମିଶନ୍ ଲଇେଫ, ଅର୍ଥାତ ପରିବେଶ ପାଇଁ ଜୀବନଶୈଳୀ ଭଳି ପଦକ୍ଷେପ ଉପରେ ଆମେ ମିଳିତ ଭାବରେ କାର୍ଯ୍ୟ କରିବା ଆବଶ୍ୟକ।

ଆମେ ଭାରତରେ ଜନଔଷଧି କେନ୍ଦ୍ର ମାଧ୍ୟମରେ ଲୋକମାନଙ୍କ ପାଇଁ ସୁଲଭ ଏବଂ ଗୁଣାତ୍ମକ ଔଷଧ ଉପଲବ୍ଧ କରାଉଛୁ । ଆପଣ ସମସ୍ତଙ୍କ ସହିତ ଆମର ଅନୁଭୂତି ବାଣ୍ଟି ଖୁସି ହେବୁ।

ପଞ୍ଚମଟି ହେଉଛି – ଜନ-ଜନ ମଧ୍ୟରେ ସମ୍ପର୍କ । ଏହି ପ୍ରସଙ୍ଗରେ ଆମକୁ ଶିକ୍ଷା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ଅନୁସନ୍ଧାନ, ପର୍ଯ୍ୟଟନ ଏବଂ ଯୁବକମାନଙ୍କ ଉପରେ ଧ୍ୟାନ ଦେବା ଉଚିତ୍। ଆଜି ଯେତେବେଳେ ମହାମହିମ ପ୍ରଧାନମନ୍ତ୍ରୀ “ସେନାନା ଗୁଜମାଓ” ଆମ ସହିତ ଅଛନ୍ତି ମୁଁ ଏହା ଘୋଷଣା କରି ଖୁସି ଅନୁଭବ ଯେ କରୁଛି ଯେ ତିମୋର ଲେସ୍ତରେ ଭାରତ ନିଜର ଦୂତାବାସ ଖୋଲିବାକୁ ନିଷ୍ପତ୍ତି ନେଇଛି ।


ଷଷ୍ଠ କ୍ଷେତ୍ର ହେଉଛି - ଆମର ରଣନୀତିକ ଯୋଗଦାନକୁ ମଜବୁତ କରିବା । ଭାରତ-ପ୍ରଶାନ୍ତ ମହାସାଗରର ଶାନ୍ତି, ନିରାପତ୍ତା, ସମୃଦ୍ଧି ଏବଂ ପ୍ରଗତିରେ ଆମର ସହଭାଗୀ ସ୍ୱାର୍ଥ ରହିଛି । ଆମେ ଚଳିତ ବର୍ଷ ସାମୁଦ୍ରିକ ଅଭ୍ୟାସ  ଆରମ୍ଭ କରିଛୁ । ଦକ୍ଷିଣ ଚୀନ୍ ସାଗର ସମେତ ଅନ୍ୟ ବିଶ୍ୱ ସମୁଦ୍ର ମାର୍ଗରେ ଶାନ୍ତି, ସ୍ଥିରତା, ନାଭିଗେସନ୍ ଏବଂ ବିମାନ ଚଳାଚଳର ସ୍ବାଧୀନତା ଏବଂ ବାଧାପ୍ରାପ୍ତ ବିହୀନ ଆଇନଗତ ବାଣିଜ୍ୟ କାରବାର ନିଶ୍ଚିତ କରିବା ହେଉଛି ଜରୁରୀ । ଦକ୍ଷିଣ ଚୀନ୍ ସାଗର ପାଇଁ ଯେ କୌଣସି ଆଚରଣ ବିଧି UNCLOS (ଅଂକ୍ଲୋସ) ସହିତ ଅନ୍ତର୍ଜାତୀୟ ନିୟମ ଅନୁରୂପ ହେବା ଆବଶ୍ୟକ । ଏଥିରେ, ସେହି ଦେଶର ସ୍ୱାର୍ଥକୁ ମଧ୍ୟ ବିଚାରକୁ ନିଆଯିବ ଉଚିତ ଯାହା ଏହି ଆଲୋଚନାରେ ସାମିଲ ହୋଇ ନାହିଁ।

ଆପଣ ମହାରାଜ, ମହାମହିମ,

ଆଞ୍ଚଳିକ ତଥା ବିଶ୍ୱ ଶାନ୍ତି ପାଇଁ ଆତଙ୍କବାଦ ହେଉଛି ଏକ ଗୁରୁତର ବିପଦ । ଆତଙ୍କବାଦ ଏବଂ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଏବଂ ସାଇବର ବିଚ୍ଛିନ୍ନତା (ନିରାପତ୍ତା) ବିରୋଧରେ ଆମକୁ ଏକତ୍ର ନିର୍ଣ୍ଣାୟକ ପ୍ରୟାସ କରିବାକୁ ପଡିବ । ମୁଁ ପ୍ରସ୍ତାବ ଦେଉଛି ଯେ ପାରମ୍ପାରିକ ତଥା ଅଣ ପାରମ୍ପାରିକ ବିପଦର ମୁକାବିଲା କରିବାରେ ଆମେ ପାରସ୍ପରିକ ସହଯୋଗ ବୃଦ୍ଧି କରିବା । ବିପର୍ଯ୍ୟୟ ପରିଚାଳନା ଏବଂ ସାମୁଦ୍ରିକ ଡୋମେନ୍ ସଚେତନତା କ୍ଷେତ୍ରରେ ମଧ୍ୟ ଆମେ ସହଯୋଗ କରିବା ଉଚିତ୍ । ବିପର୍ଯ୍ୟୟ ସ୍ଥିରତା ଭିତ୍ତିଭୂମି ଓ ମୁକାବିଲା ପାଇଁ ମିଳିତ ମଞ୍ଚରେ ଯୋଗଦେବାକୁ ମୁଁ ସମସ୍ତଙ୍କୁ ନିମନ୍ତ୍ରଣ କରୁଛି।

ଧନ୍ୟବାଦ ।


 

*****

AH


(Release ID: 1955513)