ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶିକ୍ଷକ ଦିବସରେ ଶିକ୍ଷକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିବାଦନ


ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ମଧ୍ୟ ଅର୍ପଣ କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 05 SEP 2023 9:12AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶିକ୍ଷକ ଦିବସରେ ଶିକ୍ଷକମାନଙ୍କୁ ଆମ ଭବିଷ୍ୟତ ନିର୍ମାଣ ଏବଂ ପ୍ରେରଣାଦାୟକ ସ୍ୱପ୍ନ ଦେଖାଇବାରେ ସେମାନଙ୍କ ଅବିରତ ଉଦ୍ୟମ ଏବଂ ମହାନ୍ କାର୍ଯ୍ୟ ଲାଗି ଅଭିବାଦନ ଜଣାଇଛନ୍ତି ।

ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ଶ୍ରୀ ମୋଦୀ ଶ୍ରଦ୍ଧାଞ୍ଜଳି ମଧ୍ୟ ଅର୍ପଣ କରିଛନ୍ତି ।

ଗତକାଲି ଶିକ୍ଷକମାନଙ୍କ ସହ ହୋଇଥିବା ଆଲୋଚନା ବାବଦରେ ପ୍ରଧାନମନ୍ତ୍ରୀ ଆଲୋକପାତ ମଧ୍ୟ କରିଛନ୍ତି ।

 

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

‘ଆମ ଭବିଷ୍ୟତ ଗଠନ ଏବଂ ପ୍ରେରଣାଦାୟକ ସ୍ୱପ୍ନରେ ଶିକ୍ଷକମାନେ ଏକ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି । ଶିକ୍ଷକ ଦିବସରେ ଆମେ ସେମାନଙ୍କ ଅଦମ୍ୟ ନିଷ୍ଠା ଏବଂ ମହାନ୍ କାର୍ଯ୍ୟ ପାଇଁ ସେମାନଙ୍କୁୁ ସାଲ୍ୟୁଟ୍ କରୁଛୁ । ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ।

ଗତକାଲି ଶିକ୍ଷକମାନଙ୍କ ସହ ହୋଇଥିବା କଥାବାର୍ତ୍ତାର ମୁଖ୍ୟ ଅଂଶ..’

Teachers play a key role in building our future and inspiring dreams. On #TeachersDay, we salute them for their unwavering dedication and great impact. Tributes to Dr. S. Radhakrishnan on his birth anniversary.

Here are highlights from the interaction with teachers yesterday… pic.twitter.com/F1Zmk4SSnf

— Narendra Modi (@narendramodi) September 5, 2023

SR


(ରିଲିଜ ଆଡି: 1954800) ପରିଦର୍ଶକ କାଉଣ୍ଟର : 131