ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗ୍ରୀସ୍ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
Posted On:
25 AUG 2023 5:08PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୫ ଅଗଷ୍ଟ ୨୦୨୩ ରେ ଏଥେନ୍ସ ଠାରେ ଗ୍ରୀସର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ କିରିଆକୋସ୍ ମିତ୍ସୋତାକିସଙ୍କୁ ଭେଟିଥିଲେ ।
ଦୁଇ ନେତା ବ୍ୟକ୍ତିଗତ ଓ ପ୍ରତିନିଧି ସ୍ତରୀୟ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ଗ୍ରୀସର ଜଙ୍ଗଲରେ ନିଆଁ ଲାଗିବା ଘଟଣାରେ ଜୀବନ ଓ ସମ୍ପତ୍ତି କ୍ଷୟକ୍ଷତି ପାଇଁ ଗଭୀର ସମ୍ବେଦନା ପ୍ରକାଶ କରିଥିଲେ ।
ଚନ୍ଦ୍ରଯାନ ଅଭିଯାନର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ମିତ୍ସୋତାକିସ୍ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଏହାକୁ ମାନବ ସମାଜ ପାଇଁ ଏକ ସଫଳତା ବୋଲି ଅଭିହିତ କରିଛନ୍ତି ।
ବାଣିଜ୍ୟ ଓ ପୁଞ୍ଜିନିବେଶ, ପ୍ରତିରକ୍ଷା ଓ ନିରାପତ୍ତା, ବୈଷୟିକ ଜ୍ଞାନକୌଶଳ, ଭିତ୍ତିଭୂମି, ଡିଜିଟାଲ ଦେୟ, ଜାହାଜ ଚଳାଚଳ, ଔଷଧ, କୃଷି, ଗମନାଗମନ, ପର୍ଯ୍ୟଟନ, ଦକ୍ଷତା ବିକାଶ, ସଂସ୍କୃତି, ଶିକ୍ଷା ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ସମେତ ଦ୍ୱିପାକ୍ଷିକ ଭାଗିଦାରୀର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା । ସେମାନେ ଇୟୁ, ଭାରତ - ପ୍ରଶାନ୍ତ ମହାସାଗର ଏବଂ ଭୂମଧ୍ୟସାଗର ସମେତ ଆଞ୍ଚଳିକ ଏବଂ ବହୁପାକ୍ଷିକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ । ସେମାନେ ଅନ୍ତର୍ଜାତୀୟ ଆଇନ, ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଦେବାକୁ ଆହ୍ୱାନ ଦେଇଥିଲେ ।
ଉଭୟ ପକ୍ଷ ସେମାନଙ୍କ ସମ୍ପର୍କକୁ 'ଷ୍ଟ୍ରାଟେଜିକ୍ ପାର୍ଟନରସିପ୍' (ରଣନୈତିକ ଭାଗୀଦାରୀ) ରେ ପରିଣତ କରିବାକୁ ସହମତ ହୋଇଥିଲେ ।
***
SSP
(Release ID: 1952251)
Visitor Counter : 146
Read this release in:
Telugu
,
English
,
Urdu
,
Marathi
,
Hindi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Kannada
,
Malayalam