ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କ ସହ ଇଥିଓପିଆ ଗଣରାଜ୍ୟର ପ୍ରଧାନମନ୍ତ୍ରୀଙ୍କ ବୈଠକ

ପୋଷ୍ଟ କରାଯିବା ଦିନାଙ୍କ: 24 AUG 2023 11:27PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୋହାନ୍ସବର୍ଗରେ 15 ତମ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ  24 ଅଗଷ୍ଟ 2023 ରେ, ଇଥିଓପିଆ ଗଣରାଜ୍ୟର ପ୍ରଧାନମନ୍ତ୍ରୀ ମହାମହିମ ଡକ୍ଟର ଆବି ଅହମ୍ମଦ ଅଲିଙ୍କୁ ସାକ୍ଷାତ କରିଛନ୍ତି ।

ଉଭୟ ନେତା ବିକାଶରେ ସହଭାଗୀତା ଏବଂ ଦକ୍ଷତା ବିକାଶ, ବାଣିଜ୍ୟ ଓ ପୁଞ୍ଜି ନିବେଶ, ପ୍ରତିରକ୍ଷା ସହଯୋଗ, ଆଇସିଟି, କୃଷି, ଯୁବପିଢୀଙ୍କ ଦକ୍ଷତା ଏବଂ ଜନ- ଜନଙ୍କ ସମ୍ପର୍କ ସହିତ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ବିଷୟ ସଂପର୍କରେ ଫଳପ୍ରଦ ଆଲୋଚନା କରିଥିଲେ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଏବଂ ବୈଶ୍ବିକ ପ୍ରସଙ୍ଗରେ ମଧ୍ୟ ସେମାନେ ମତ ବିନିମୟ କରିଥିଲେ ।

ବ୍ରିକ୍ସରେ ଇଥିଓପିଆର ସଦସ୍ୟତା ପାଇଁ ପ୍ରଧାନମନ୍ତ୍ରୀ, ଆବି ଅହମ୍ମଦଙ୍କୁ ଅଭିନନ୍ଦନ ଜଣାଇଥିଲେ। ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ସମ୍ମିଳନୀରେ ଅଂଶଗ୍ରହଣ ପାଇଁ ପ୍ରଧାନମନ୍ତ୍ରୀ ଆବି ଅହମ୍ମଦଙ୍କୁ ମଧ୍ୟ ଉଚ୍ଚ ପ୍ରଶଂସା କରିଥିଲେ ।

ବ୍ରିକ୍ସ ପରିବାରରେ ଯୋଗଦେବା ପାଇଁ ଇଥିଓପିଆକୁ ଭାରତର ସମର୍ଥନ ଲାଗି ପ୍ରଧାନମନ୍ତ୍ରୀ ଆବି ଅହମ୍ମଦ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଚନ୍ଦ୍ରଯାନ ମିଶନର ସଫଳତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଏହାକୁ ଇଥିଓପିଆ ଏବଂ ଗ୍ଲୋବାଲ ସାଉଥ ପାଇଁ ଏକ ଗର୍ବ ଓ ପ୍ରେରଣାର ମୁହୂର୍ତ୍ତ ବୋଲି କହିଥିଲେ।


 

*****

AH


(ରିଲିଜ ଆଡି: 1951884) ପରିଦର୍ଶକ କାଉଣ୍ଟର : 124