ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଅରୁଣାଚଳ ରଙ୍ଗ ମହୋତ୍ସବ ଅରୁଣାଚଳ ପ୍ରଦେଶର ସମୃଦ୍ଧ ସାଂସ୍କୃତିକ ଛବିର ଉତ୍ସବ ଏବଂ ଏକ ଭାରତ ଶ୍ରେଷ୍ଠ ଭାରତ ସିଦ୍ଧାନ୍ତର ଅନୁରୂପ: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 09 AUG 2023 5:06PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଗୁଆହାଟୀ ସମେତ ଭାରତର ବିଭିନ୍ନ ସ୍ଥାନରେ ପାଳନ କରାଯାଉଥିବା ଅରୁଣାଚଳ ରଙ୍ଗ ମହୋତ୍ସବକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ।

ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ପେମା ଖାଣ୍ଡୁଙ୍କ ଏକ ଟୁଇଟକୁ ସେୟାର କରି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

‘ଅରୁଣାଚଳ ରଙ୍ଗ ମହୋତ୍ସବ ଏକ କାର୍ଯ୍ୟକ୍ରମଠାରୁ ବେଶ ଅଧିକ । ଏହା ଅରୁଣାଚଳ ପ୍ରଦେଶର ସମୃଦ୍ଧ ସାଂସ୍କୃତିକ ଚିତ୍ରର ଏକ ଉତ୍ସବ । ଏହା ଏକ ଭାରତ, ଶ୍ରେଷ୍ଠ ଭାରତ ସିଦ୍ଧାନ୍ତର ଅନୁରୂପ । ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଗୁଆହାଟୀ ସମେତ ଭାରତର ବିଭିନ୍ନ ସ୍ଥାନରେ ଏହି ଉତ୍ସବ ଆୟୋଜିତ ହେଉଥିବା ଦେଖି ବେଶ୍ ଖୁସି ।’

SR


(ରିଲିଜ ଆଡି: 1947313) ପରିଦର୍ଶକ କାଉଣ୍ଟର : 143