ଜାହାଜ ଚଳାଚଳ ମନ୍ତ୍ରଣାଳୟ
azadi ka amrit mahotsav

ଆମ ଲାଇବ୍ରେରୀଗୁଡ଼ିକରେ ଭିତ୍ତିଭୂମିର ଉନ୍ନତିକୁ ଗୁରୁତ୍ୱ ଦିଆଯିବା ପାଠପଢ଼ାର ମହତ୍ତ୍ୱ ଉପରେ ସଚେତନତା ସୃଷ୍ଟି କରିବ: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 07 AUG 2023 11:10AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆମ ଲାଇବ୍ରେରୀଗୁଡ଼ିକରେ ଭିତ୍ତିଭୂମିର ଉନ୍ନତି ତଥା ସୃଜନଶୀଳ ଲେଖା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବା ଦ୍ୱାରା ଯୁବପିଢ଼ିଙ୍କ ମଧ୍ୟରେ ପାଠପଢ଼ାର ମହତ୍ତ୍ୱ ଉପରେ ସଚେତନତା ସୃଷ୍ଟି ହେବ ।

ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରେୀପଦୀ ମୁର୍ମୁଙ୍କ ଦ୍ୱାରା ନୂଆଦିଲ୍ଲୀରେ ଆଜି ପୁସ୍ତକାଳୟ ମହୋତ୍ସବ ବା ଫେଷ୍ଟିଭାଲ ଅଫ୍ ଲାଇବ୍ରେରୀଜ୍ ୨୦୨୩ର ଉଦଘାଟନ କରିବା ଉପରେ ଶ୍ରୀ ମୋଦି ଖୁସି ବ୍ୟକ୍ତ କରିଥିଲେ ।

ରାଜା ରାମମୋହନ ରାୟ ଲାଇବ୍ରେରୀ ଫାଉଣ୍ଡେସନ ପକ୍ଷରୁ କରାଯାଇଥିବା ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

‘ଏଭଳି ପ୍ରୟାସ ଦ୍ୱାରା ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ ପଢ଼ିବାର ଗୁରୁତ୍ୱ ଉପରେ ସଚେତନତା ବ୍ୟାପିବ । ଏହା ଦେଖି ଖୁସି ଲାଗିଲା ଯେ ଆମ ପୁସ୍ତକାଳୟରେ ଭିତ୍ତିଭୂମିରେ ସୁଧାର ଏବଂ ସୃଜନଶୀଳ ଲେଖାକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱ ଦିଆଯାଉଛି ।’ 

SR


(ରିଲିଜ ଆଡି: 1946276) ପରିଦର୍ଶକ କାଉଣ୍ଟର : 161