ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶ୍ୱ ତୀରନ୍ଦାଜ ଚାମ୍ପିୟନସିପରେ ଭାରତ ପାଇଁ ସର୍ବପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିବା କମ୍ପାଉଣ୍ଡ ମହିଳା ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

प्रविष्टि तिथि: 05 AUG 2023 9:30AM by PIB Bhubaneshwar

ବର୍ଲିନରେ ଅନୁଷ୍ଠିତ ବିଶ୍ୱ ତୀରନ୍ଦାଜ ଚାମ୍ପିୟନସିପରେ ଭାରତ ପାଇଁ ସର୍ବପ୍ରଥମ ସ୍ୱର୍ଣ୍ଣପଦକ ଜିତିଥିବା ଭାରତୀୟ ମହିଳା କମ୍ପାଉଣ୍ଡ ଦଳକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

‘ବର୍ଲିନରେ ଆୟୋଜିତ ବିଶ୍ୱ ତୀରନ୍ଦାଜ ଚାମ୍ପିୟନସିପରେ ଅଦ୍ଭୁତ ମହିଳା ଟିମ୍ ଭାରତର ସର୍ବପ୍ରଥମ ସ୍ୱର୍ଣ୍ଣପଦକ ଆଣିବା ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ । ଆମ ଚାମ୍ପିୟନମାନଙ୍କୁ ଅଭିନନ୍ଦନ! ସେମାନଙ୍କ କଠିନ ପରିଶ୍ରମ ଏବଂ ନିଷ୍ଠା ଏହି ଉଲ୍ଲେଖନୀୟ ସଫଳତା ଆଣିଦେଇଛି ।’

SR


(रिलीज़ आईडी: 1946061) आगंतुक पटल : 165
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam