ଖଣି ମନ୍ତ୍ରଣାଳୟ
ମେ, 2023 ରେ ସମୁଦାୟ ଖଣିଜ ଉତ୍ପାଦନ 6.4 ପ୍ରତିଶତ ବୃଦ୍ଧି
ଏପ୍ରିଲ୍-ମେ 2022-23 ସମୟରେ ପୌନପୁନିକ ବୃଦ୍ଧି 5.8 ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଛି
ଦଶଟି ଗୁରୁତ୍ବପୂର୍ଣ୍ଣ ଖଣିଜ ସକାରାତ୍ମକ ବିକାଶର ସଙ୍କେତ ଦେଇଛି
Posted On:
25 JUL 2023 12:35PM by PIB Bhubaneshwar
ମେ 2023 (ଆଧାର : 2011-12=100) ମାସ ପାଇଁ ଖନନ ଏବଂ ଉତ୍ଖନନ କ୍ଷେତ୍ରର ଖଣିଜ ଉତ୍ପାଦନ ସୂଚକାଙ୍କ 128.1 ରେ ରହିଛି ଯାହାକି ମେ 2022 ର ସ୍ତର ତୁଳନାରେ 6.4 ପ୍ରତିଶତ ଅଧିକ ଅଟେ। ଭାରତୀୟ ଖଣି ବ୍ୟୁରୋ (ଆଇବିଏମ୍) ରେ ଅଣଚୂଡ଼ାନ୍ତ ପରିସଂଖ୍ୟାନ ଅନୁସାରେ ଏପ୍ରିଲ୍-ମେ 2022-23 ଅବଧି ପାଇଁ ସଞ୍ଚୟ ବୃଦ୍ଧି ଗତ ବର୍ଷ ଏହି ଅବଧି ତୁଳନାରେ 5.8 ପ୍ରତିଶତ ଅଟେ।
ମେ 2023 ରେ ମହତ୍ତ୍ବପୂର୍ଣ୍ଣ ଖଣିଜର ଉତ୍ପାଦନ ସ୍ତର ଏହି ପ୍ରକାର ଥିଲା : କୋଇଲା 762 ଲକ୍ଷ, ଲିଗ୍ନାଇଟ୍ 35 ଲକ୍ଷ, ପେଟ୍ରୋଲିୟମ (କଞ୍ଚା) 25 ଲକ୍ଷ, ଲୌହ ଅୟସ୍କ 253 ଲକ୍ଷ, ଚୂନ ପଥର 387 ଲକ୍ଷ ଟନ୍ ପ୍ରତ୍ୟେକ, ପ୍ରାକୃତିକ ଗ୍ୟାସ (ଉପଯୋଗ) 2838 ମିଲିୟନ ଘନ ମିଟର, ବକସାଇଟ୍ 2386000, କ୍ରୋମାଇଟ୍ 372000, କପର ସାନ୍ଦ୍ର 9000, ସୀସା ସାନ୍ଦ୍ର 33000, ମାଙ୍ଗାନିଜ ଓର 329000, ଜିଙ୍କ ସାନ୍ଦ୍ର 133000, ଫସଫୋରାଇଟ୍ 140000 ଏବଂ ମାଗ୍ନେସାଇଟ୍ 11000 ଟନ୍ ପ୍ରତ୍ୟେକ ଏବଂ ସୁନା 97 କିଲୋ।
ମେ 2022 ତୁଳନାରେ ମେ, 2023 ସମୟରେ ସକାରାତ୍ମକ ବୃଦ୍ଧି ଦେଖାଇଥିବା ଗୁରୁତ୍ବପୂର୍ଣ୍ଣ ଖଣିଜରେ ସାମିଲ୍ ରହିଛି : ମାଙ୍ଗାନିଜ ଓର (40.4 ପ୍ରତିଶତ), ମାଗ୍ନେସାଇଟ୍ (28.2 ପ୍ରତିଶତ), ତମ୍ବା ସାନ୍ଦ୍ର (24.4 ପ୍ରତିଶତ), କ୍ରୋମାଇଟ୍ (16.3 ପ୍ରତିଶତ), ଲୌହ ଓର୍ (13.6 ପ୍ରତିଶତ), ଚୂନ ପଥର (10.1 ପ୍ରତିଶତ), ସୀମା ସାନ୍ଦ୍ର (9.7 ପ୍ରତିଶତ), କୋଇଲା (7 ପ୍ରତିଶତ), ବକ୍ସାଇଟ୍ (4.8 ପ୍ରତିଶତ) ଏବଂ ଜିଙ୍କ ସାନ୍ଦ୍ର (2.9 ପ୍ରତିଶତ)। ଏହି ସମୟରେ ନକାରାତ୍ମକ ବୃଦ୍ଧି ଦର୍ଶାଇଥିବା ଅନ୍ୟ ଗୁରୁତ୍ବପୂର୍ଣ୍ଣ ଖଣିଜ ପଦାର୍ଥରେ ସାମିଲ୍ ରହିଛି : ପ୍ରାକୃତିକ ଗ୍ୟାସ (ୟୁ) (0.3 ପ୍ରତିଶତ), ପେଟ୍ରୋଲିୟମ (କଞ୍ଚା) (-1.9 ପ୍ରତିଶତ), ଫସଫୋରାଇଟ୍ (-6.3 ପ୍ରତିଶତ) ଏବଂ ଲିଗ୍ନାଇଟ୍ (-17.7 ପ୍ରତିଶତ)
BS
(Release ID: 1942588)
Visitor Counter : 115