ଉପରାଷ୍ଟ୍ରପତିଙ୍କ ସଚିବାଳୟ
azadi ka amrit mahotsav

ରାଜ୍ୟସଭାର ଅଧ୍ୟକ୍ଷ ଲିଙ୍ଗଗତ ସମାନତା ଆଣିଛନ୍ତି, ପଚାଶ ପ୍ରତିଶତ ମହିଳା ସଦସ୍ୟଙ୍କୁ ଉପାଧ୍ୟକ୍ଷ ପ୍ୟାନେଲ (ତାଲିକା)କୁ ମନୋନୀତ କରିଛନ୍ତି


ପ୍ୟାନେଲରେ ଥିବା ସମସ୍ତ ଚାରି ଜଣ ମହିଳା ପ୍ରଥମ ଥର ପାଇଁ ରାଜ୍ୟସଭାର ସଦସ୍ୟ ଅଟନ୍ତି

ଶ୍ରୀମତୀ ଏସ୍ ଫାଙ୍ଗନୋନ୍ କୋନ୍ୟାକ ନାଗାଲାଣ୍ଡରୁ ଉପାଧ୍ୟକ୍ଷ ମାନଙ୍କ ପ୍ୟାନେଲରେ ମନୋନୀତ ହୋଇଥିବା ପ୍ରଥମ ମହିଳା ହୋଇଛନ୍ତି

ଓଡ଼ିଶାରୁ ଶ୍ରୀମତୀ ସୁଲତା ଦେଓ ମନୋନୀତ

ଚଳିତ ମୌସୁମୀ ଅଧିବେଶନରୁ ରାଜ୍ୟସଭା ଚେୟାର ଡିଜିଟାଲ୍ ହୋଇଛି

Posted On: 20 JUL 2023 1:57PM by PIB Bhubaneshwar

ଏକ ଐତିହାସିକ ପଦକ୍ଷେପ ଭାବରେ ରାଜ୍ୟସଭାର ଅଧ୍ୟକ୍ଷ ଶ୍ରୀ ଜଗଦୀପ ଧନଖଡ ଚାରି ଜଣ ମହିଳା ସାଂସଦଙ୍କୁ ଉପାଧ୍ୟକ୍ଷ ପ୍ୟାନେଲକୁ ମନୋନୀତ କରିଛନ୍ତି ।

ପ୍ୟାନେଲକୁ ମନୋନୀତ ହୋଇଥିବା ସମସ୍ତ ମହିଳା ସଦସ୍ୟ ହେଉଛନ୍ତି ପ୍ରଥମ ଥର ସଂସଦୀୟ ସଦସ୍ୟ  ଏବଂ  ଶ୍ରୀମତୀ ଫାଙ୍ଗନୋନ୍ କୋନ୍ୟାକ ହେଉଛନ୍ତି ନାଗାଲ୍ୟାଣ୍ଡର ସର୍ବପ୍ରଥମ ମହିଳା ଯିଏକି ରାଜ୍ୟସଭାର ସଦସ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି ।

ମୌସୁମୀ ଅଧିବେଶନ ପୂର୍ବରୁ ପୁନର୍ଗଠିତ ହୋଇଥିବା ପ୍ୟାନେଲରେ ମୋଟ ଆଠ ଜଣଙ୍କ ନାମ ରହିଛି,  ସେମାନଙ୍କ ମଧ୍ୟରୁ ଅଧା ହେଉଛନ୍ତି ମହିଳା । ଉଚ୍ଚ- ସଦନର ଇତିହାସରେ ଏହା ପ୍ରଥମ ଥର ପାଇଁ ହୋଇଛି ଯେ ଉପାଧ୍ୟକ୍ଷ ମାନଙ୍କ ପ୍ୟାନେଲରେ ମହିଳା ସଦସ୍ୟ ମାନଙ୍କୁ ସମାନ ପ୍ରତିନିଧିତ୍ୱ ଦିଆଯାଇଛି ।

ଅନ୍ୟ ଏକ ଉଲ୍ଲେଖନୀୟ ବିକାଶ ଅନୁସାରେ ରାଜ୍ୟସଭା ଚେୟାର ସମ୍ପୂର୍ଣ୍ଣ ଡିଜିଟାଲ୍ ହୋଇ ପାରିଛି । ଗୃହରେ ପ୍ରାସଙ୍ଗିକ ଆଚରଣ, ଗୃହରେ ଉପସ୍ଥିତ ରହିବା, ସଭ୍ୟ ମାନଙ୍କର କଥାବାର୍ତ୍ତା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୂଚନା ପାଇଁ ରାଜ୍ୟସଭା ଚେୟାର ଇଲେକ୍ଟ୍ରୋନିକ୍ ଟାବଲେଟ୍ ବ୍ୟବହାର କରିବେ ।

ଉପାଧ୍ୟକ୍ଷ ମାନଙ୍କ ପ୍ୟାନେଲରେ ମନୋନୀତ ହୋଇଥିବା ମହିଳା ସଦସ୍ୟଙ୍କ ବିବରଣୀ ନିମ୍ନରେ ଦିଆଯାଇଛି ।

ପି. ଟି. ଉଷା :

-        ସେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ତଥା ଜଣେ ପ୍ରଖ୍ୟାତ କ୍ରୀଡ଼ାବିତ୍ । ସେ ଜୁଲାଇ ୨୦୨୨ ରେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ ।

-        ସେ ପ୍ରତିରକ୍ଷା କମିଟିର ସଦସ୍ୟ, ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟର ପରାମର୍ଶଦାତା କମିଟି ଏବଂ ନୈତିକତା କମିଟିର ସଦସ୍ୟ ଅଟନ୍ତି ।

 ଶ୍ରୀମତୀ ଫାଙ୍ଗନନ୍ କୋନ୍ୟାକ୍‌:

-        ସେ ଭାରତୀୟ ଜନତା ପାର୍ଟିର ଅଟନ୍ତି । ସେ ହେଉଛନ୍ତି ପ୍ରଥମ ମହିଳା ଯିଏକି ୨୦୨୨ ମସିହା ଏପ୍ରିଲ୍ ମାସରେ ନାଗାଲ୍ୟାଣ୍ଡରୁ ରାଜ୍ୟସଭା ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ନାଗାଲ୍ୟାଣ୍ଡ ରାଜ୍ୟରୁ ସଂସଦର ସଦନ କିମ୍ବା ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିବା ଦ୍ୱିତୀୟ ମହିଳା ।

-        ସେ ପରିବହନ, ପର୍ଯ୍ୟଟନ ଏବଂ ସଂସ୍କୃତି କମିଟିର ସଦସ୍ୟ, ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟର ପରାମର୍ଶଦାତା କମିଟି, ମହିଳା ସଶକ୍ତିକରଣ କମିଟି, ଗୃହ କମିଟି ଏବଂ ସଦସ୍ୟା, ଉତ୍ତର - ପୂର୍ବ ଇନ୍ଦିରା ଗାନ୍ଧୀ ଆଞ୍ଚଳିକ ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ବିଜ୍ଞାନ ପରିଚାଳନା ପରିଷଦ, ସିଲଂ କମିଟିର ସଦସ୍ୟା ଅଟନ୍ତି ।

 ଡଃ ଫଜିଆ ଖାନ :

-         ସେ ଜାତୀୟ କଂଗ୍ରେସ ଦଳର ଅଟନ୍ତି । ସେ ଏପ୍ରିଲ, ୨୦୨୦ ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।

-- ସେ ମହିଳା ସଶକ୍ତିକରଣ କମିଟି, ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ କମିଟି, ଆଇନ୍ ଏବଂ ନ୍ୟାୟ ମନ୍ତ୍ରଣାଳୟ ପରାମର୍ଶଦାତା କମିଟିର ସଦସ୍ୟା ଅଟନ୍ତି ।

ଶ୍ରୀମତୀ ସୁଲତା ଦେଓ :

-        ସେ ବିଜୁ ଜନତା ଦଳର ଅଟନ୍ତି । ସେ ଜୁଲାଇ ୨୦୨୨ ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।

-        ସେ ଉଦ୍ୟୋଗ କମିଟି, ମହିଳା ସଶକ୍ତିକରଣ କମିଟି, ଅଫିସ୍ ଅଫ୍ ପ୍ରଫିଟ୍ ବା ଲାଭଦାୟକ ପଦ ପଦବୀ ଉପରେ ଥିବା ଯୁଗ୍ମ କମିଟି, ସଂସଦର ସ୍ଥାନୀୟ କ୍ଷେତ୍ର ବିକାଶ ଯୋଜନା (ଏମ୍‌ପିଲାଡ୍‌ସ) ଏବଂ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ପରାମର୍ଶଦାତା କମିଟିର ସଦସ୍ୟା ଅଟନ୍ତି ।

ଉପାଧ୍ୟକ୍ଷ ମାନଙ୍କ ପ୍ୟାନେଲରେ ଉପରୋକ୍ତ ମହିଳା ସଦସ୍ୟଙ୍କ ବ୍ୟତୀତ ଶ୍ରୀ ଭି. ବିଜୟାସାଇ ରେଡ୍ଡୀ, ଶ୍ରୀ ଘନଶ୍ୟାମ ତିୱାରୀ, ଡକ୍ଟର ଏଲ୍ ହନୁମନ୍ଥାୟା, ଶ୍ରୀ ସୁଖେନ୍ଦୁ ଶେଖର ରାୟ ପ୍ରମୁଖ ଉପାଧ୍ୟକ୍ଷ ମାନଙ୍କ ପ୍ୟାନେଲ୍‌କୁ ମନୋନୀତ ହୋଇଛନ୍ତି ।

***

Smt. S Phangnon Konyak

Smt. Sulata Deo

Smt. P. T. Usha

Dr. Fauzia Khan

 

SSP




(Release ID: 1941120) Visitor Counter : 171