ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ୟୁଏଇର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

Posted On: 15 JUL 2023 6:06PM by PIB Bhubaneshwar

ପ୍ରଧାନମନ୍ତ୍ରୀ ୧୫ ଜୁଲାଇ, ୨୦୨୩ ରେ ଆବୁଧାବି ଠାରେ ୟୁଏଇର ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ମାନ୍ୟବର ଶେଖ ମହମ୍ମଦ ବିନ୍‍ ଜାଏଦ ଅଲ ନାହ୍ୟାନଙ୍କ ସହିତ ପ୍ରତିନିଧିସ୍ତରୀୟ ଏବଂ ବ୍ୟକ୍ତିଗତ ଭାବେ ବୈଠକ କରିଥିଲେ ।

ଉଭୟ ନେତା ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ଫିନ୍‍ଟେକ୍‌, ଶକ୍ତି, ଅକ୍ଷୟଶକ୍ତି, ଜଳବାୟୁ କାର୍ଯ୍ୟଯୋଜନା, ଉଚ୍ଚଶିକ୍ଷା ଏବଂ ଲୋକ ସମ୍ପର୍କ ଥିବା ଦ୍ୱିପାକ୍ଷିକ ସହଭାଗୀତାର ବିଭିନ୍ନ ଦିଗକୁ ନେଇ ବ୍ୟାପକ ଆଲୋଚନା କରିଥିଲେ । ଏହି ଆଲୋଚନାରେ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଥିଲା ।

ଦୁଇ ନେତାଙ୍କ ଉପସ୍ଥିତିରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ରାଜିନାମା ସ୍ୱାକ୍ଷର ହୋଇଥିଲା ।

ସୀମାପାର କାରବାର ପାଇଁ ସ୍ଥାନୀୟ ମୁଦ୍ରା (ଆଇଏନଆର - ଏଇଡି) ର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଆରବିଆଇ ଏବଂ ୟୁଏଇ ସେଣ୍ଟ୍ରାଲ ବ୍ୟାଙ୍କ ମଧ୍ୟରେ ରାଜିନାମା ।

ସେମାନଙ୍କ ଦେୟ ଏବଂ ମେସେଜିଂ ସିଷ୍ଟମକୁ ଲିଙ୍କ୍ କରିବାରେ ଦ୍ୱିପାକ୍ଷିକ ସହଯୋଗ ପାଇଁ ଆରବିଆଇ ଏବଂ ୟୁଏଇ ସେଣ୍ଟ୍ରାଲ ବ୍ୟାଙ୍କ ମଧ୍ୟରେ ରାଜିନାମା । 

ୟୁଏଇରରେ ଅଇଆଇଟି ଦିଲ୍ଲୀ - ଆବୁ ଧାବି ପ୍ରତିଷ୍ଠା ସକାଶେ ଭାରତର ଶିକ୍ଷା ମନ୍ତ୍ରଣାଳୟ, ଆବୁଧାବିର ଶିକ୍ଷା ଏବଂ ଜ୍ଞାନ ବିଭାଗ ଏବଂ ଆଇଆଇଟି ଦିଲ୍ଲୀ ମଧ୍ୟରେ ରାଜିନାମା ।

ବୈଠକ ପରେ ଏକ ମିଳିତ ବିବୃତ୍ତି ଜାରି କରାଯାଇଥିଲା । ଜଳବାୟୁ ପରିବର୍ତ୍ତନ ଉପରେ ଏକ ପୃଥକ ମିଳିତ ବିବୃତ୍ତି ମଧ୍ୟ ଜାରି କରାଯାଇଥିଲା ।

HS



(Release ID: 1939880) Visitor Counter : 101