ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ପୋଷ୍ଟ କରାଯିବା ଦିନାଙ୍କ: 15 JUL 2023 6:54AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୪ ଜୁଲାଇ ୨୦୨୩ ରେ ପ୍ୟାରିସର ଏଲିସି ପ୍ୟାଲେସରେ ଫ୍ରାନ୍ସର ରାଷ୍ଟ୍ରପତି ମାନ୍ୟବର ଶ୍ରୀ ଇମାନୁଏଲ୍ ମାକ୍ରୋନ୍‌ଙ୍କ ସହିତ ଏକ ବୈଠକରେ ବ୍ୟକ୍ତିଗତ ଏବଂ ପ୍ରତିନିଧି ସ୍ତରୀୟ ଆଲୋଚନା କରିଛନ୍ତି । 

ଉଭୟ ନେତା ପ୍ରତିରକ୍ଷା ଏବଂ ନିରାପତ୍ତା, ବେସାମରିକ ଆଣବିକ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ଶକ୍ତି, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ମହକାଶ ବିଜ୍ଞାନ, ଜଳବାୟୁ ପରିବର୍ତ୍ତନ ଏବଂ ଲୋକ ସମ୍ପର୍କ ସହିତ ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ କ୍ଷେତ୍ର ଉପରେ ବ୍ୟାପକ ଆଲୋଚନା କରିଥିଲେ ।

ଆଲୋଚନାରେ ଭାରତର ଜି -୨୦ ଅଧ୍ୟକ୍ଷତା, ଭାରତ-ପ୍ରଶାନ୍ତ ମହାସାଗରୀୟ ଏବଂ ପାରସ୍ପରିକ ସ୍ୱାର୍ଥର ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗଗୁଡ଼ିକ ମଧ୍ୟ ସାମିଲ ହୋଇଥିଲା ।

“ହରାଇଜନ ୨୦୪୭: ଭାରତ-ଫ୍ରାନ୍ସ ରଣନୀତିକ ସହଯୋଗର ଭବିଷ୍ୟତ ଉପରେ ଆଲୋଚନା ସହିତ ଉଚ୍ଚାଭିଳାଷୀ ଫଳାଫଳର ଦସ୍ତାବିଜ୍‍ ଗୁଡିକ ଗ୍ରହଣ କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ଅବଗତ କରିଛନ୍ତି ଯେ ସେପ୍ଟେମ୍ବର ୨୦୨୩ ରେ ନୂଆଦିଲ୍ଲୀରେ ହେବାକୁ ଥିବା ଜି -୨୦ ନେତାଙ୍କ ସମ୍ମିଳନୀ ପାଇଁ ସେ ରାଷ୍ଟ୍ରପତି ମାକ୍ରୋନଙ୍କୁ ସ୍ୱାଗତ କରିବାକୁ ଅପେକ୍ଷା କରିଛନ୍ତି ।

HS


(ରିଲିଜ ଆଡି: 1939672) ପରିଦର୍ଶକ କାଉଣ୍ଟର : 224