ସହଯୋଗ ମନ୍ତ୍ରଣାଳୟ
କେନ୍ଦ୍ର ଗୃହମନ୍ତ୍ରୀ ଏବଂ ସହଯୋଗ ମନ୍ତ୍ରୀ, ଶ୍ରୀ ଅମିତ ଶାହା ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ଗୁଜରାଟର ମେହସାଣାରେ କ୍ଷୀରସାଗର ଅନୁସନ୍ଧାନ ଓ ବିକାଶ ସଂଗଠନ ଦ୍ୱାରା ପରିଚାଳିତ ଶ୍ରୀ ମୋତିଭାଇ ଆର୍ ଚୌଧୁରୀ ସାଗର ସୈନିକ ସ୍କୁଲର ଶିଳାନ୍ୟାସ କରିଛନ୍ତି
ଏହି ସୈନିକ ସ୍କୁଲ କେବଳ ଉତ୍ତର ଗୁଜରାଟରେ ନୁହେଁ ବରଂ ସମଗ୍ର ଦେଶର ପିଲାମାନଙ୍କ ପାଇଁ ସେନାରେ ସାମିଲ ହେବାର ଗୋଟିଏ ସହଜ ଓ ସୁଲଭ ମାଧ୍ୟମ ହେବ
ଜଣେ ଆଦର୍ଶ ଶ୍ରମିକର ସାଧାରଣ ଜୀବନ ଏବଂ ଭୂମି ସ୍ତରରେ ରହୁଥିବା ତାଙ୍କର ବ୍ୟକ୍ତିତ୍ୱ ସମ୍ପର୍କରେ ଶ୍ରୀ ମୋତିଭାଇ ଚୌଧୁରୀଙ୍କ ଜୀବନରୁ ଶିଖିବା ଉଚିତ
ମୋତି ଭାଇ ଆର୍ ଚୌଧୁରୀ ଗତ ଅନେକ ଦଶନ୍ଧିରୁ ପଶୁପାଳକମାନଙ୍କୁ ଏବଂ ବିଶେଷ ଭାବରେ ଗାନ୍ଧୀ ନଗରର ଚୌଧୁରୀ ସମ୍ପ୍ରଦାୟର ମହିଳାମାନଙ୍କ ପାଇଁ ଆଜୀବିକାର ସାଧନ ସୃଷ୍ଟି କରି କ୍ଷୀରସାଗର ଡେୟରୀ ନାମକୁ ପ୍ରକୃତ ଭାବରେ ସାକାର କରିଛନ୍ତି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୯ ବର୍ଷ ମଧ୍ୟରେ କେବଳ ଦେଶକୁ ସୁରକ୍ଷିତ ଏବଂ ବିକଶିତ କରିନାହାନ୍ତି ବରଂ ସେ ସମଗ୍ର ବିଶ୍ୱରେ ଭାରତକୁ ଗୌରବାନ୍ୱିତ କରିଛନ୍ତି
ମୋଦୀ ସରକାର ଦେଶର ସବୁଠାରୁ ବଞ୍ଚôତ ଏବଂ ଗରୀବ ଲୋକମାନଙ୍କୁ ମଧ୍ୟ ସମବାୟ ଆନ୍ଦୋଳନ ସହିତ ଯୋଡ଼ି ସେମାନଙ୍କ ଜୀବନ ଧାରଣକୁ ଉପରକୁ ଉଠାଇଛନ୍ତି
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସହଯୋଗ ସଂଗଠନ, କର୍ପୋରେଟ ଜଗତର ବ୍ୟକ୍ତି ଏବଂ ବେସରକାରୀ ସଂଗଠନ (ଏନଜିଓ)ଗୁଡ଼ିକୁ ସାଥୀରେ ନେଇ ଦେଶର ବିକାଶ ପାଇଁ ପ୍ରୟାସ କରୁଛନ୍ତି
ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ ଯେ ଦେଶର ପିପିପି ମୋଡରେ ୧୦୦ ସୈନିକ ସ୍କୁଲ ହେବା ଆବଶ୍ୟକ ଏବଂ ସେହି ଦିଗରେ ଆଜି ଏଠାରେ ୨୦ତମ ସୈନିକ ସ୍କୁଲର ଭୂମି ପୂଜନ ଅନୁଷ୍ଠିତ ହ
ପୋଷ୍ଟ କରାଯିବା ଦିନାଙ୍କ:
04 JUL 2023 4:10PM by PIB Bhubaneshwar
କେନ୍ଦ୍ର ଗୃହମନ୍ତ୍ରୀ ଏବଂ ସହଯୋଗ ମନ୍ତ୍ରୀ ଶ୍ରୀ ଅମିତ ଶାହା ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁଜରାଟର ମେହସାଣାରେ କ୍ଷୀର ସାଗର ଅନୁସନ୍ଧାନ ଏବଂ ବିକାଶ ସଂଗଠନ ଦ୍ୱାରା ସଂଚାଳିତ ଶ୍ରୀ ମୋତିଭାଇ ଏବଂ ଚୌଧୁରୀ ସାଗର ସୈନିକ ସ୍କୁଲର ଶିଳାନ୍ୟାସ କରିଛନ୍ତି ।

ନିଜର ଅଭିଭାଷଣରେ ଶ୍ରୀ ଅମିତ ଶାହା କହିଛନ୍ତି ଯେ ଶ୍ରୀ ମୋତିଭାଇ ଏବଂ ଚୌଧୁରୀ ଗତ ଅନେକ ଦଶନ୍ଧି ଧରି ପଶୁପାଳକମାନଙ୍କୁ ଏବଂ ବିଶେଷ କରି ଗାନ୍ଧୀ ନଗରର ଚୌଧୁରୀ ସମୁଦାୟର ମହିଳାମାନଙ୍କ ଆଜିବିକାର ସାଧନ ସୃଷ୍ଟି କରି କ୍ଷୀର ସାଗର ଡେୟରୀର ନାମକୁ ପ୍ରକୃତ ଭାବରେ ସାକାର କରିଛନ୍ତି । ସେ କହିଛନ୍ତି ଯେ ଶ୍ରୀ ମୋତି ଭାଇଙ୍କ ନେତୃତ୍ୱରେ ଏହି କ୍ଷୀର ସାଗର ଡେୟରୀ ଅନେକ କଠନ ସମୟ ଦେଖିଛି । ସେ କହିଛନ୍ତି ଯେ ଶ୍ରୀ ତ୍ରିଭୂବନ ଭାଇ ପଟେଲଙ୍କ ମାର୍ଗଦର୍ଶନରେ ଏବଂ ଶ୍ରୀ ମୋତି ଭାଇଙ୍କ ଯୋଗଦାନରେ ଉତ୍ତର ଗୁଜରାଟର ତିନିଟି ଜିଲ୍ଲା- ବନାସକାଣ୍ଠା, ସାବରକାଣ୍ଠା ଏବଂ ମେହସାଣାରେ କ୍ଷୀର ଉତ୍ପାଦନ ଆରମ୍ଭ ହୋଇଥିଲା । ଶ୍ରୀ ଶାହା କହିଛନ୍ତି ଯେ ଏକ ଆଦର୍ଶ କାର୍ଯ୍ୟକର୍ତ୍ତାଙ୍କୁ ସାଧାରଣ ଜୀବନରେ କେମିତି ହେବା ଉଚିତ ଏବଂ ତାହାର ବ୍ୟକ୍ତିତ୍ୱ କେମିତି ହେବା ଉଚିତ, ଏହା ଜାଣିବା ପାଇଁ ମୋତି ଭାଇ ଚୌଧୁରୀଙ୍କ ଜୀବନରୁ ଶିଖିବା ଆବଶ୍ୟକ ।

କେନ୍ଦ୍ର ଗୃହମନ୍ତ୍ରୀ କହୁଛନ୍ତି ଯେ ଆଜି ଏଠାରେ ମୋତି ଭାଇ ଚୌଧୁରୀ ସାଗର ସୈନିକ ସ୍କୁଲର ଭୂମି ପୂଜନ କରାଯାଇଛି ଏବଂ ଏହି ସୈନିକ ସ୍କୁଲ କେବଳ ଉତ୍ତର ଗୁଜରାଟ ନୁହେଁ ବରଂ ସମଗ୍ର ଦେଶର ପିଲାମାନଙ୍କୁ ସେନାରେ ସାମିଲ ହେବାର ଏକ ସହଜ ଏବଂ ସୁଲଭ ମାଧ୍ୟମ ହେବ । ସେ କହିଥିଲେ ଯେ ଯେଉଁ ପିଲାମାନେ ଏହି ବିଦ୍ୟାଳୟରେ ପଢ଼ି ସେନାରେ ଯିବେ, ସେମାନେ ନିଜର ଜୀବନ ଦେଶଭକ୍ତି ଏବଂ ଦେଶର ରକ୍ଷା ପାଇଁ ସମର୍ପିତ କରିଦେବେ ଏବଂ ଯେଉଁମାନେ ନାଗରିକ ଜୀବନ ଅତିବାହିତ କରିବେ, ସେମାନେ ଏହି ବିଦ୍ୟାଳୟରୁ ଦେଶଭକ୍ତିର ସଂସ୍କାର ନିଜ ଜୀବନରେ ଆପଣାଇବେ ଏବଂ ଜଣେ ଭଲ ନାଗରିକ ହେବେ ।
ଶ୍ରୀ ଅମିତ ଶାହା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୯ ବର୍ଷରେ ନା କେବଳ ଦେଶକୁ ସୁରକ୍ଷିତ ଏବଂ ବିକଶିତ କରିଛନ୍ତି, ବରଂ ସେ ସମଗ୍ର ଦେଶରେ ଭାରତର ଗୌରବକୁ ମଧ୍ୟ ବଢ଼ାଇଛନ୍ତି । ସେ କହିଲେ ଯେ ଗତ ସରକାରଙ୍କ ବିକାଶ କାର୍ଯ୍ୟଗୁଡ଼ିକର ଦାୟିତ୍ୱ ଏକୁଟିଆ ଉଠାଉଥିଲେ, ସେଥିପାଇଁ ବିକାଶର ଗତି ଶିଥିଳ ଥିଲା । ଶ୍ରୀ ଶାହା କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମ୍ପନ୍ନ ଭାବରେ ସହଯୋଗ ସଂଗଠନ, କର୍ପୋରେଟେ ଜଗତର ଲୋକମାନଙ୍କୁ ଏବଂ ବେସରକାରୀ ସଂଗଠନ (ଏନଜିଓ)କୁ ସାଥୀରେ ନେଇ ଦେଶର ବିକାଶ ପାଇଁ ପ୍ରୟାସ କରୁଛନ୍ତି । ସେ କହିଲେ ଯେ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ ଯେ ପିପିପି ମଡେଲରେ ଦେଶରେ ୧୦୦ ସୈନିକ ସ୍କୁଲ ହେବା ଉଚିତ ଏବଂ ଏହି ଦିଗରେ ଆଜି ଏଠାରେ ୨୦ତମ ସୈନିକ ସ୍କୁଲର ଭୂମିପୂଜନ କରାଯାଇଛି ।
କେନ୍ଦ୍ର ଗୃହମନ୍ତ୍ରୀ ଏବଂ ସହଯୋଗ ମନ୍ତ୍ରୀ କହିଛନ୍ତି ଯେ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟରେ ଜଳ କ୍ରାନ୍ତି ନେଇ ଆସିଥିଲେ। ସେ କହିଲେ ଯେତେବେଳେ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ସେ ଉତ୍ତର ଗୁଜରାଟକୁ ବଞ୍ଚାଇବା ପାଇଁ ଅନେକ ପ୍ରୟାସ କରିଥିଲେ । ସେ କହିଲେ ଯେ ଶ୍ରୀ ମୋଦୀ ବିଭିନ୍ନ ଯୋଜନାଗୁଡ଼ିକ ମାଧ୍ୟମରେ ନର୍ମଦା ଏବଂ ମହୀସାଗରର ପାଣି ଉତ୍ତର ଗୁଜରାଟକୁ ଆଣିଥିଲେ । ଶ୍ରୀ ଶାହା କହିଛନ୍ତି ଯେ ସୁଜଲମ ସୁଫଲାମ୍ ଯୋଜନା ଉତ୍ତର ଗୁଜରାଟରେ ଜଳସ୍ତରକୁ ବୃଦ୍ଧି କରିବାର କାର୍ଯ୍ୟ କରିଛି ଏବଂ ଏମିତି କରିବା ଦ୍ୱାରା କୃଷକମାନଙ୍କର କୃଷିରେ ବହୁତ ଲାଭ ହୋଇଛି ଏବଂ ପଶୁପାଳକମାନଙ୍କର ଅନେକ ସମସ୍ୟାଗୁଡ଼ିକ ସମାଧାନ ହୋଇପାରିଛି । ସେ କହିଲେ ଯେ ଗୁଜରାଟର ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଏବଂ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ରାମାଞ୍ଚଳର ଲକ୍ଷ ଲକ୍ଷ ଲୋକମାନଙ୍କର ଏହି ସମସ୍ତ ସମସ୍ୟାଗୁଡ଼ିକୁ ଦୂର କରିବାର କାର୍ଯ୍ୟ କରିଛନ୍ତି ।

ଶ୍ରୀ ଅମିତ ଶାହା କହିଛନ୍ତି ଯେ ଏହି ସୈନିକ ସ୍କୁଲ ଜ୍ଞାନ, ସୁରକ୍ଷା, ବୀରତ୍ୱ ଏବଂ ଦେଶଭକ୍ତିର ଭାବନାକୁ ଜାଗ୍ରତ କରିବାର କାର୍ଯ୍ୟ କରିବ ଏବଂ ଅନେକ ଯୁବକମାନଙ୍କ ଜୀବନରେ ନୂତନ ଆଲୋକ ଆଣିବ । ସେ କହିଲେ ଯେ ବର୍ଷ ୨୦୨୨-୨୩ରେ ୫୦ କ୍ୟାଡେଟ୍ ଏବଂ ୨୦୨୩-୨୪ରେ ୫୫ କ୍ୟାଡେଟ୍ ଭର୍ତ୍ତି କରାଯାଇଛି । ସେ କହିଲେ ଯେ ସ୍କୁଲରେ ପଢୁଥିବା ଯୁବକ କଠିନ ଦୀନଚର୍ଯ୍ୟାକୁ ଆପଣାଇ ଭାରତ ମାତାର ସେବା ପାଇଁ ନିଜକୁ ପ୍ରସ୍ତୁତ କରୁଛି ଏବଂ ଭାରତକୁ ମଜବୁତ କରିବ ।
କେନ୍ଦ୍ର ଗୃହମନ୍ତ୍ରୀ ଏବଂ ସହଯୋଗ ମନ୍ତ୍ରୀ କହିଲେ ଯେ ଆଜି ‘ଶବ୍ଦ ମୋତୀ’ ପୁସ୍ତକର ମଧ୍ୟ ଉନ୍ମୋଚନ କରାଯାଇଛି, ଯାହା ମୋତି ଭାଇଙ୍କ ଜୀବନକୁ ବୁଝିବାରେ ସାହାଯ୍ୟ କରିବ । ସେ କହିଛନ୍ତି ଯେ ମୋତି ଭାଇଙ୍କ ଜୀବନ ସବୁବେଳେ ଯୁବଗୋଷ୍ଠୀ ଏବଂ କିଶୋର ମାନଙ୍କ ପାଇଁ ପ୍ରେରଣାର ସ୍ରୋତ ରହିବ । ସେହ କହିଛନ୍ତି ଯେ ମେହସାଣା ଡେୟରୀ ବହୁତ ଉତ୍ସାହର ସହିତ ଆଗକୁ ବଢୁଛି ଏବଂ ଏହା ପ୍ରାୟ ୫ ଲକ୍ଷ କୃଷକଙ୍କର ଆଜିବିକାର ସ୍ରୋତ ହୋଇପାରିଛି, ସେ କହିଲେ ଯେ ମେହସାଣା ଡେୟରୀ ଚୌଧୁରୀ ସମାଜ, ଚୌଧୁରୀ ସମାଜର ମହିଳାମାନଙ୍କୁ ଏବଂ ଠାକୁର ସମାଜର ସମ୍ପ୍ରଦାୟକୁ ମଧ୍ୟ ଏକତ୍ରିତ କରିଛି । ସେ କହିଛନ୍ତି ଯେ ମେହସାଣା ଡେୟରୀର ସଂସ୍ଥାପକ ଶ୍ରୀ ମାନସିଂହଙ୍କ କଳ୍ପନା ଥିଲା ଯେ ସମାଜର ଅନେକ ବର୍ଗ ନିଜର ଆଜୀବିକା ଡେୟରୀ କ୍ଷେତ୍ରରୁ ପ୍ରାପ୍ତ କରନ୍ତୁ ଏବଂ ଆଜି ତାଙ୍କର ସେହି ଦୃଷ୍ଟିକୁ ପୂରା କରିବାର କାର୍ଯ୍ୟ କରାଯାଉଛି । ଶ୍ରୀ ଶାହା କହିଛନ୍ତି ଯେ ମାନସିଂହ ଭାଇ ଡେୟରୀ ଏବଂ ଖାଦ୍ୟ ସଂସ୍ଥାନ ଏବଂ ପ୍ରଦୌଗିକରୁ ବାହାରିଥିବା ଅନେକ ଯୁବକ କେବଳ ଗୁଜରାଟର ନୁହେଁ ବରଂ ସମଗ୍ର ଭାରତରେ ଡେୟରୀ ପ୍ରଦୌଗିକ କ୍ଷେତ୍ରରେ ଉକ୍ରୃଷ୍ଟ କାର୍ଯ୍ୟ କରୁଛନ୍ତି ।

ଶ୍ରୀ ଅମିତ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସହଯୋଗ ମନ୍ତ୍ରଣାଳୟର ସ୍ଥାପନା କରିଛନ୍ତି ଏବଂ ଲୋକମାନଙ୍କୁ ‘ସହଯୋଗରୁ ସମୃଦ୍ଧି’ ମନ୍ତ୍ର ଦେଇଛନ୍ତି । ସେ କହିଥିଲେ ଯେ ମୋଦୀ ସରକାର ସବୁଠାରୁ ବଂଚିତ ଏବଂ ଗରୀବ ଲୋକମାନଙ୍କର ମଧ୍ୟ ସମବାୟ ଆନ୍ଦୋଳନ ଏବଂ ଦେଶର ବିକାଶକୁ ଯୋଡ଼ି ତାଙ୍କ ଜୀବନ ଧାରଣକୁ ଉପକୁ ଉଠାଇଛନ୍ତି । ସେ କହିଲେ ଯେ ଆଗାମୀ ଦିନରେ ଦେଶରେ ଡେୟରୀ କ୍ଷେତ୍ରରେ ଅନେକ ନୂତନ ଶୁଭାରମ୍ଭ ହେବାକୁ ଯାଉଛି ।
NS/MB
(ରିଲିଜ ଆଡି: 1937411)
ପରିଦର୍ଶକ କାଉଣ୍ଟର : 164