ରସାୟନ ଓ ସାର ମନ୍ତ୍ରଣାଳୟ

ଚାଷୀମାନଙ୍କ ପାଇଁ ଘୋଷଣା କରାଯାଇଥିବା ସ୍ୱତନ୍ତ୍ର ପ୍ୟାକେଜ ନେଇ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟଙ୍କ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କୃଷି ମନ୍ତ୍ରୀମାନଙ୍କ ସହ ଆଭାସୀ ମତ ବିନିମୟ


କୀଟନାଶକ ପାର୍ଶ୍ଵ ପ୍ରତିକ୍ରିୟାର ମୁକାବିଲା ନିମନ୍ତେ ଆସନ୍ତୁ ପ୍ରାକୃତିକ କୃଷି ଅଧିକ କରିବା ଓ ରାସାୟନିକ ସାର ପ୍ରୟୋଗ ହ୍ରାସ କରିବା

ସମୟାନୁସାରେ ଆବଶ୍ୟକ ପରିମାଣର ସାର ଯୋଗାଉଥିବାରୁ ରାଜ୍ୟମାନେ କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ କୃତଜ୍ଞତା

Posted On: 30 JUN 2023 6:30PM by PIB Bhubaneshwar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆର୍ଥିକ ବ୍ୟାପାର କମିଟି ବୈଠକ ବସି ଚାଷୀମାନଙ୍କ ନିମନ୍ତେ ଅଭିନବ ଯୋଜନା ଅନ୍ତର୍ଗତ ୩, ୬୮, ୬୭୬.୭କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଅନୁମୋଦିତ ହୋଇଛି । ସ୍ଥାୟୀ ଓ ନିରନ୍ତର କୃଷି ପ୍ରବର୍ତ୍ତନ କରି ଚାଷୀମାନଙ୍କ ଆର୍ଥିକ ଉନ୍ନତି ଓ ସାମଗ୍ରିକ କଲ୍ୟାଣ ନେଇ ଏହି ପ୍ୟାକେଜରେ ବ୍ୟବସ୍ଥା ରହିଛି । ଏହି ସବୁ ପଦକ୍ଷେପ ଯୋଗୁଁ ଚାଷୀଙ୍କ ଆୟ ବୃଦ୍ଧିି, ପ୍ରାକୃତିକ କୃଷି ସଶକ୍ତ ହେବା ସହ ମୃତ୍ତିକା ଉତ୍ପାଦକତାର ପୁନରୁଦ୍ଦାର ହେବ ଓ ଏଥିସହ ଏକ ଖାଦ୍ୟ ନିରାପତ୍ତା ମଧ୍ୟ ସୁରକ୍ଷିତ ହେବ” ବୋଲି କେନ୍ଦ୍ର ସାର, ରସାୟନ ଓ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖମାଣ୍ଡଭ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କୃଷିମନ୍ତ୍ରୀମାନଙ୍କ ସହ ଆଭାସୀ ମତବିନିମୟ କାଳରେ ପ୍ରକାଶ କରିଛନ୍ତି ।

ଡକ୍ଟର ମାଣ୍ଡଭ୍ୟ କହିଛନ୍ତି ଯେ ସିସିଇଏ ୟୁରିଆ ରିହାତି ଯୋଜନା ଜାରି ରଖିବାକୁ ଅନୁମୋଦନ କରିଛନ୍ତି । କମିଟି ଚାଷୀମାନଙ୍କୁ ୪୫କେଜି ବ୍ୟାଗ ପିଛା ୨୬୬.୭୦ଟଙ୍କାରେ ବିନା ଟିକସ ଓ ନିମପ୍ରଲେପ ବାବଦ ଦେୟ ସହ ୟୁରିଆ ଉପଲବ୍ଧତା ସୁନିଶ୍ଚିତ କରିଛନ୍ତି । ପ୍ୟାକେଜରେ ୩, ୬୮, ୬୭୬. ୭କୋଟି ଟଙ୍କା ୟୁରିଆ ସବ୍‌ସିଡି ବାବଦ ତିନିବର୍ଷ (୨୦୨୨-୨୩ରୁ ୨୦୨୪-୨୫) ପର୍ଯ୍ୟନ୍ତ ଆବଣ୍ଟନ କରାଯାଇଛି । ଏହି ସବ୍‌ସିଡି ନିକଟରେ ପୌଷ୍ଟିକତା ବାବଦ ରିହାତି (ଏନବିଏସ୍‌) ୩୮ହଜାର କୋଟିଟଙ୍କା ୨୦୨୩-୨୪ ଖରିଫ ଋତୁ ପାଇଁ ମଧ୍ୟ ଘୋଷିତ ପ୍ୟାକେଜ ସହ ବଳବତ୍ତର ରହିବ । ଚାଷୀମାନେ ୟୁରିଆ ଆହରଣ ନିମନ୍ତେ ଅଧିକ ଖର୍ଚ୍ଚ କରିବାକୁ ପଡିବ ନାହିଁ ଓ ଏହା ସେମାନଙ୍କ ନିବେଶଜନିତ ଖର୍ଚ୍ଚ ମଧ୍ୟ ହ୍ରାସ କରିବ । 

ବର୍ତ୍ତମାନ ୟୁରିଆର ସର୍ବାଧିକ ପାଇକାରୀ ମୂଲ୍ୟ ୪୫ କିଲୋଗ୍ରାମ ବସ୍ତା ପିଛା ୨୬୬. ୭୦ଟଙ୍କା (ଟିକସ ଓ ନିମ ପ୍ରଲେପ ମୂଲ୍ୟ ଛାଡି) ରହିଥିବାବେଳେ, ବ୍ୟାଗ ପିଛା ପ୍ରକୃତ ମୂଲ୍ୟ ହେଉଛି ପ୍ରାୟ ୨୨ଶହ ଟଙ୍କା । ବଜେଟ୍ ବ୍ୟୟବରାଦ ଅନୁସାରେ ଯୋଜନା ବାବଦ ଖର୍ଚ୍ଚ ଭାରତ ସରକାର ପ୍ରଦାନ କରୁଛନ୍ତି । ୟୁରିଆ ରିହାତି ଯୋଜନା ଲାଗୁ ରହିବା ଯୋଗୁଁ ଭାରତରେ ୟୁରିଆ ଉତ୍ପାଦନ ମଧ୍ୟ ସର୍ବାଧିକ ହେବ । 

ସାର ଓ ରସାୟନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଆହୁରି କହିଛନ୍ତି ଯେ ଧରିତ୍ରୀ ମାତା ମାନବ ଜାତି ତିଷ୍ଠି ରହିବା ନିମନ୍ତେ ସବୁବେଳେ ଅବଦାନ ଦେଇ ଆସୁଛନ୍ତି । 

“ବର୍ତ୍ତମାନର ଆବଶ୍ୟକତା ହେଉଛି ଅଧିକ ପ୍ରାକୃତିକ କୃଷି ପଦ୍ଧତି ପ୍ରୟୋଗ ଓ ନିରନ୍ତର ସନ୍ତୁଳିତ ଉପାୟରେ ରାସାୟନିକ ସାରର ବ୍ୟବହାର ବୋଲି ସେ ମନେ କରନ୍ତି ।ପ୍ରାକୃତିକ ଓ ଜୈବିକ କୃଷି, ବିକଳ୍ପ ସାର, ଜୈବିିକ ଓ ନାନୋ ସାର ଆମ ଧରିତ୍ରୀ ମାତାର ଉର୍ବରତାର ପୁନରୁଦ୍ଧାର ଦିଗରେ ସହାୟକ ହେବ ବୋଲି ସେ କହିଥିଲେ। 

କେନ୍ଦ୍ରମନ୍ତ୍ରୀ ଆହୁରି କହିଥିଲେ ଯେ “ପ୍ରଧାନମନ୍ତ୍ରୀଙ୍କ ପୁନରୁଦ୍ଧାର, ସଚେତନତା, ଲାଳନପାଳନ ଓ ଧରିତ୍ରୀ ମାତାଙ୍କ ଉର୍ବରତାର ଉନ୍ନତି (ପିଏମ୍‌-ପ୍ରଣାମ୍‌) କାର୍ଯ୍ୟକ୍ରମ ବିକଳ୍ପ ସାର ଓ ରାସାୟନିକ ସାରର ସନ୍ତୁଳିତ ପ୍ରୟୋଗକୁ ପ୍ରୋତ୍ସାହନ ଦେବା ପାଇଁ ଆରମ୍ଭ କରାଯାଇଛି । ମୃତ୍ତିକା ସ୍ୱାସ୍ଥ୍ୟ ଅତୁଟ ରଖିବା ନିମନ୍ତେ ଜୈବିକ କୃଷିକୁ ବ୍ୟାପକ କରିବା ପାଇଁ ସେ ରାଜ୍ୟଗୁଡିକୁ ନିବେଦନ କରିଥିଲେ । 

ଗୋବର୍ଦ୍ଧନ ପ୍ଲାଣ୍ଟଗୁଡିକରୁ ଜୈବିକ ସାର ପ୍ରୟୋଗ ନିମନ୍ତେ ବଜାର ବିକାଶ ସହାୟତା (ଏମ୍‌ଡିଏ)ନିମନ୍ତେ ୧୪୫୧.୮୪ କୋଟି ଟଙ୍କା ମଞ୍ଜୁର ହୋଇଥିବା ସେ ପ୍ରକାଶ କରିଥିଲେ । ଜୈବିକ ସାର ବିପ୍ପଣନକୁ ପ୍ରୋତ୍ସାହିତ କରିବା ଯଥା (ଏଫଓଏମ୍‌) ଜୈବିକ ଖତ /ତରଳ ଖତ / ଫସ୍‌ଫେଟ ଭରପୁର ସମୃଦ୍ଧ ଜୈବିକ ଖତ (ପିଆରଓଏମ୍‌) ବାୟୋଗ୍ୟାସ ପ୍ଲାଣ୍ଟର ଅବଶେଷରୁ ପ୍ରସ୍ତୁତ ହେବ । କଂପ୍ରେସଡ ବାୟୋଗ୍ୟାସ (ସିବିଜି) ଗୋବର୍ଦ୍ଧନ ପଦକ୍ଷେପରୁ ୧୫ଶହ ମେଟ୍ରିକ ଟନ୍ ପର୍ଯ୍ୟନ୍ତ ଏମ୍‌ଡିଏ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛି । 

ଏହି ଜୈବିକ ସାର ଗୁଡିକ ଭାରତୀୟ ଛାପା ଏଫଓଏମ୍‌, ଏଲ୍ ଏଫଓଏମ୍ ଓ ପିଆରଓଏମ୍ ନାମରେ ନାମିତ ହେବ । ଗୋଟିଏ ପଟରେ ଏହା ଅମଳ ପର ଅବଶେଷ ପରିଚାଳନାରେ ସହାୟକ ହେଉଥିବା ବେଳେ, ନଡା ପୋଡା ସମସ୍ୟାରେ ମଧ୍ୟ ସମାଧାନ କରିବ । ଏହାବ୍ୟତୀତ ଏହା ପରିବେଶକୁ ମଧ୍ୟ ନିର୍ମଳ ଓ ନିରାପଦ ରଖିବ। ଅନ୍ୟପକ୍ଷରେ ଏହା ଚାଷୀମାନଙ୍କୁ ଅତିରିକ୍ତ ଆୟ ମଧ୍ୟ ପ୍ରଦାନ କରିବ । ଏହି ଜୈବିକ ସାର କମ୍ ମୂଲ୍ୟରେ ଚାଷୀମାନଙ୍କୁ ମିଳିପାରିବ ।

ଗନ୍ଧକ ପ୍ରଲେପ ଯୁକ୍ତ ୟୁରିଆ (ୟୁରିଆ ଗୋଲ୍ଡ) ମୃତ୍ତିକାରୁ ଗନ୍ଧକ ଅଭାବ ଦୂର କରିବା ପାଇଁ ପ୍ରବର୍ତ୍ତିତ ହେବା ସହ ଚାଷୀମାନଙ୍କ ନିବେଶ ଖର୍ଚ୍ଚ ମଧ୍ୟ ହ୍ରାସ କରିବ । ଦେଶରେ ପ୍ରଥମ ଥର ପାଇଁ ଗନ୍ଧକ ପ୍ରଲେପ ଯୁକ୍ତ ୟୁରିଆ ପ୍ରବର୍ତ୍ତିତ ହୋଇଛି । ଏହା ନିମ ପ୍ରଲେପଯୁକ୍ତ ୟୁରିଆ ତୁଳନାରେ କମ୍ ବ୍ୟୟ ସାପେକ୍ଷ ଓ ଦେଶରେ ମୃତ୍ତିକାର ଗନ୍ଧକ ଅଭାବ ଦୂର ମଧ୍ୟ କରିବ । ଏହା ଚାଷୀଙ୍କ ନିବେଶ ଖର୍ଚ୍ଚ ହ୍ରାସ କରିବା ସହ ସେମାନଙ୍କ ଆୟ ବୃଦ୍ଧି କରିବ। ଏହା ବ୍ୟତୀତ ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧିରେ ମଧ୍ୟ ସହାୟକ ହେବ । 

 କୃଷି ଓ କୃଷକମାନଙ୍କ ପାଇଁ ଉଦ୍ଦିଷ୍ଟ ୟୁରିଆକୁ ଅନ୍ୟ କୌଣସି ଦିଗରେ ବ୍ୟବହାର ରୋକିବାକୁ ପଦକ୍ଷେପ ନେବା ପାଇଁ ଡକ୍ଟର ମାଣ୍ଡଭ୍ୟ ରାଜ୍ୟଗୁଡିକୁ ନିବେଦନ କରିଥିଲେ ।” କୃଷକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ୟୁରିଆ ଅନ୍ୟ ଶିଳ୍ପ କାର୍ଯ୍ୟ ପାଇଁ ନ ଲଗାଇବା ଉଚିତ ବୋଲି ସେ ଗୁରୁତର ସହ କହିଥିଲେ ।

 

******

SM/SLP



(Release ID: 1936572) Visitor Counter : 120