ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜୁନ ୩୦ ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ


ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ୍ ଟେକ୍ନୋଲୋଜି, କମ୍ପ୍ୟୁଟର ସେଣ୍ଟର ଏବଂ ଏକାଡେମିକ୍ ବ୍ଲକ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 28 JUN 2023 6:08PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩୦ ଜୁନ୍‌, ୨୦୨୩ ପୂର୍ବାହ୍ନ ୧୧ଟା ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ସୌଧର ବହୁମୁଖୀ ପ୍ରେକ୍ଷାଳୟରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାବର୍ତ୍ତନ ସମାରୋହରେ ଅଂଶଗ୍ରହଣ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ସମାବେଶକୁ ସମ୍ବୋଧିତ କରିବେ ।

ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟ କମ୍ପ୍ୟୁଟର କେନ୍ଦ୍ର ଏବଂ ଫାକ୍ୟୁଲିଟି ଅଫ୍‍ ଟେକ୍ନୋଲୋଜି ତଥା ବିଶ୍ୱବିଦ୍ୟାଳୟର ଉତ୍ତର କ୍ୟାମ୍ପସରେ ର୍ନିମିତ ହେବାକୁ ଥିବା ଏକାଡେମିକ୍ ବ୍ଲକର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ୧ ମଇ ୧୯୨୨ ରେ ପ୍ରତିଷ୍ଠା ହୋଇଥିଲା । ଗତ ଶହେ ବର୍ଷ ମଧ୍ୟରେ ଏହି ବିଶ୍ୱବିଦ୍ୟାଳୟ ବହୁ ପରିମାଣରେ ସମ୍ପ୍ରସାରିତ ହୋଇଛି ଏବଂ ବର୍ତ୍ତମାନ ଏହାର ୮୬ ଟି ବିଭାଗ, ୯୦ ଟି କଲେଜ, ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଛନ୍ତି ଏବଂ ଦେଶ ର୍ନିମାଣରେ ଏହା ବହୁତ ବଡ ଅବଦାନ ରଖିଛି ।

HS


(ରିଲିଜ ଆଡି: 1936077) ପରିଦର୍ଶକ କାଉଣ୍ଟର : 132