ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜୁନ ୩୦ ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ
ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ୍ ଟେକ୍ନୋଲୋଜି, କମ୍ପ୍ୟୁଟର ସେଣ୍ଟର ଏବଂ ଏକାଡେମିକ୍ ବ୍ଲକ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
Posted On:
28 JUN 2023 6:08PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩୦ ଜୁନ୍, ୨୦୨୩ ପୂର୍ବାହ୍ନ ୧୧ଟା ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ସୌଧର ବହୁମୁଖୀ ପ୍ରେକ୍ଷାଳୟରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାବର୍ତ୍ତନ ସମାରୋହରେ ଅଂଶଗ୍ରହଣ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ସମାବେଶକୁ ସମ୍ବୋଧିତ କରିବେ ।
ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟ କମ୍ପ୍ୟୁଟର କେନ୍ଦ୍ର ଏବଂ ଫାକ୍ୟୁଲିଟି ଅଫ୍ ଟେକ୍ନୋଲୋଜି ତଥା ବିଶ୍ୱବିଦ୍ୟାଳୟର ଉତ୍ତର କ୍ୟାମ୍ପସରେ ର୍ନିମିତ ହେବାକୁ ଥିବା ଏକାଡେମିକ୍ ବ୍ଲକର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ୧ ମଇ ୧୯୨୨ ରେ ପ୍ରତିଷ୍ଠା ହୋଇଥିଲା । ଗତ ଶହେ ବର୍ଷ ମଧ୍ୟରେ ଏହି ବିଶ୍ୱବିଦ୍ୟାଳୟ ବହୁ ପରିମାଣରେ ସମ୍ପ୍ରସାରିତ ହୋଇଛି ଏବଂ ବର୍ତ୍ତମାନ ଏହାର ୮୬ ଟି ବିଭାଗ, ୯୦ ଟି କଲେଜ, ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଛନ୍ତି ଏବଂ ଦେଶ ର୍ନିମାଣରେ ଏହା ବହୁତ ବଡ ଅବଦାନ ରଖିଛି ।
HS
(Release ID: 1936077)
Visitor Counter : 117
Read this release in:
Kannada
,
Assamese
,
English
,
Urdu
,
Marathi
,
Hindi
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam