ପୋଷ୍ଟ କରାଯିବା ଦିନାଙ୍କ:
24 JUN 2023 7:28AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଜୁନ୍ ୨୩ରେ ୱାଶିଂଟନ୍ ଡିସିର ଜନ୍ ଏଫ୍. କେନେଡି କେନ୍ଦ୍ରରେ ଅଗ୍ରଣୀ ବୃତ୍ତିଗତଙ୍କ ଏକ ସମାବେଶକୁ ସମ୍ବୋଧିତ କରିଛନ୍ତି ।
ୟୁଏସ୍-ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ(ୟୁଏସଆଇଏସପିଏଫ୍) ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଆମେରିକାର ବିଦେଶ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ମଧ୍ୟ ଏଥିରେ ଉପସ୍ଥିତ ଥିଲେ ।
ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ ସମ୍ପ୍ରତି ଭାରତରେ ଚାଲିଥିବା ବ୍ୟାପକ ପରିବର୍ତ୍ତନ ଏବଂ ବିଭିନ୍ନ କ୍ଷେତ୍ରରେ ହେଉଥିବା ପ୍ରଗତି ଉପରେ ଆଲୋକପାତ କରିଥିଲେ । ‘ଏବେ ହିଁ ସମୟ’ ବୋଲି କହି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଭାରତ ସହ ସହଭାଗିତା ସ୍ଥାପନ କରିବାକୁ ଆମନ୍ତ୍ରଣ କରିଥିଲେ ।
ଏଥିରେ ବିଭିନ୍ନ କ୍ଷେତ୍ରରୁ ଆସିଥିବା ପ୍ରାୟ ୧ ହଜାର ଜଣ ପେସାଦାର ଯୋଗଦେଇଥିଲେ ।
SR