ରେଳ ମନ୍ତ୍ରଣାଳୟ

ଆମେରିକା ଏଜେନ୍ସି ଫର ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ / ଇଣ୍ଡିଆ (ୟୁଏସ ଇଣ୍ଡିଆ / ଇଣ୍ଡିଆ) ସହିତ ଏମଓୟୁ ସ୍ୱାକ୍ଷର କରିଛି ଭାରତୀୟ ରେଳ


ସ୍ୱଚ୍ଛ ଶକ୍ତି ଏବଂ ଶକ୍ତି ଦକ୍ଷତା ସମାଧାନ ଉପରେ ୟୁଏସଏଡ୍‌ ଓ ଭାରତ ମଧ୍ୟରେ ସହଯୋଗ ବୃଦ୍ଧି କରିବ ଏମଓୟୁ

ମିଶନ୍ ନେଟ୍ ଜିରୋ କାର୍ବନ୍ ନିର୍ଗମନ ହାସଲ କରିବା ପାଇଁ ଭାରତୀୟ ରେଳର କାର୍ବନ ଫୁଟ୍ ପ୍ରିଣ୍ଟ ହ୍ରାସ କରିବାକୁ ପ୍ରୟାସ ହେଉଛି

ଭାରତୀୟ ରେଳ (ଆଇଆର) 2030 ସୁଦ୍ଧା ନେଟ ଜିରୋ କାର୍ବନ ନିର୍ଗମନ ହାସଲ ଦିଗରେ ସକ୍ରିୟ ଭାବରେ କାର୍ଯ୍ୟ କରୁଛି

Posted On: 23 JUN 2023 9:49AM by PIB Bhubaneshwar

ଅଙ୍ଗାରକାମ୍ଳ ଫୁଟପ୍ରିଣ୍ଟ ହ୍ରାସ କରିବାକୁ ପ୍ରତିବଦ୍ଧତାର ଏକ ଅଂଶ ଭାବରେ ଭାରତୀୟ ରେଳ ଅନେକ ପଦକ୍ଷେପ ନେଉଛି। ଏହାକୁ ଦୃଷ୍ଟିରେ ରଖି ନବୀକରଣ ଯୋଗ୍ୟ ଶକ୍ତି ଏବଂ ଶକ୍ତି ଦକ୍ଷତା ଉପରେ ସହଯୋଗ ପାଇଁ 14 ଜୁନ୍, 2023 ରେ ଭାରତୀୟ ରେଳ, ଭାରତ ସରକାର ଏବଂ ଆମେରିକା ଏଜେନ୍ସି ଫର୍ ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ / ଇଣ୍ଡିଆ (ୟୁଏସଏଡ୍‌ / ଇଣ୍ଡିଆ) ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି। ଶ୍ରୀ ନବୀନ ଗୁଲାଟି, ସଦସ୍ୟ (ଟ୍ରାକ୍ସନ୍ ଏବଂ ରୋଲିଂ ଷ୍ଟକ୍), ରେଳ ବୋର୍ଡ, ଭାରତୀୟ ରେଳ ଏବଂ ୟୁଏସଏଡ୍‌ ର ଡେପୁଟି ଆଡମିନିଷ୍ଟ୍ରେଟର ସୁଶ୍ରୀ ଇସାବେଲ କୋଲେମାନ ଏହି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ରେଳ ବୋର୍ଡର ଚେୟାରମ୍ୟାନ୍ ତଥା ସିଇଓ ଅନିଲ କୁମାର ଲାହୋଟି ଏହି ଅବସରରେ ଉପସ୍ଥିତ ରହିଥିଲେ। 

ୟୁଏସ ଏଡ୍‌ ହେଉଛି ଆମେରିକା ସରକାରଙ୍କ ଏକ ଏଜେନ୍ସି ଯାହା ଆନ୍ତର୍ଜାତୀୟ ବିକାଶକୁ ସମର୍ଥନ କରେ ଏବଂ ଅର୍ଥନୈତିକ ଅଭିବୃଦ୍ଧି, କୃଷି ଏବଂ ବାଣିଜ୍ୟ, ସ୍ୱଚ୍ଛ ଶକ୍ତି, ଜଳବାୟୁ ପରିବର୍ତ୍ତନ ହ୍ରାସ ଏବଂ ଆଡାପ୍ଟେସନ୍, ବିଶ୍ବ ସ୍ୱାସ୍ଥ୍ୟ, ଗଣତନ୍ତ୍ର ଏବଂ ଦ୍ୱନ୍ଦ୍ୱ ହ୍ରାସ ଏବଂ ପରିଚାଳନା ଏବଂ ମାନବିକ ସହାୟତାକୁ ସମର୍ଥନ କରି ଏହାର ଲକ୍ଷ୍ୟ ଦିଗରେ ଅଗ୍ରଗତି କରେ।

ଏମଓୟୁ ମାଧ୍ୟମରେ ଭାରତୀୟ ରେଳବାଇକୁ ବୈଷୟିକ ସହାୟତା ଏବଂ ସହଯୋଗ ଯୋଗାଇ ଦିଆଯିବ। ଏମଓୟୁ ଅନ୍ତର୍ଗତ ଏହିସବୁ କାର୍ଯ୍ୟ କରାଯିବ: -

କ. ଭାରତୀୟ ରେଳ ପାଇଁ ସ୍ୱଚ୍ଛ ଶକ୍ତି ସହିତ ଦୀର୍ଘକାଳୀନ ଶକ୍ତି ଯୋଜନା।

ଖ. ଆଇଆର ବିଲଡିଂ ପାଇଁ ଏକ ଶକ୍ତି ଦକ୍ଷତା ନୀତି ଏବଂ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା।

ଗ. ଭାରତୀୟ ରେଳବାଇର ନେଟ-ଶୂନ୍ୟ ଦୃଷ୍ଟିକୋଣ ହାସଲ କରିବା ପାଇଁ ସ୍ୱଚ୍ଛ ଶକ୍ତି କ୍ରୟ ପାଇଁ ଯୋଜନା।

ଘ. ନିୟାମକ ଏବଂ କାର୍ଯ୍ୟକାରିତା ପ୍ରତିବନ୍ଧକକୁ ସମାଧାନ କରିବା ପାଇଁ ଯାନ୍ତ୍ରିକ ସହାୟତା।

ଙ. ସିଷ୍ଟମ୍ ଅନୁକୂଳ, ବୃହତ-ନବୀକରଣ ଯୋଗ୍ୟ କ୍ରୟ ପାଇଁ ବିଡ୍ ଡିଜାଇନ୍ ଏବଂ ବିଡ୍ ପରିଚାଳନା ସହାୟତା।

ଚ. ଇ-ଗତିଶୀଳତାର ପ୍ରୋତ୍ସାହନରେ ଭାରତୀୟ ରେଳବାଇକୁ ସହଯୋଗ କରିବା।

ଛ. କ୍ଷେତ୍ର ପରିଦର୍ଶନ ଏବଂ ଅଧ୍ୟୟନ ଭ୍ରମଣ (ଘରୋଇ / ଆନ୍ତର୍ଜାତୀୟ) ସହିତ ଉଲ୍ଲେଖିତ ଚିହ୍ନିତ ଅଞ୍ଚଳରେ ମିଳିତ ଭାବରେ ଇଭେଣ୍ଟ, ସମ୍ମିଳନୀ, ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କରିବା। 

ୟୁଏସଏଡ୍‌, ଭାରତୀୟ ରେଳର ସହଯୋଗ 2030 ସୁଦ୍ଧା ନେଟ୍ ଜିରୋ କାର୍ବନ ନିର୍ଗମନ ହାସଲ କରିବାରେ ଭାରତୀୟ ରେଳକୁ ସାହାଯ୍ୟ କରିବ।

BS



(Release ID: 1934895) Visitor Counter : 89