ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆମେରିକାର ବିଶିଷ୍ଟ ଶିକ୍ଷାବିତ୍ ମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କର ବୈଠକ

Posted On: 21 JUN 2023 9:01AM by PIB Bhubaneshwar

ପ୍ରଧାନମନ୍ତ୍ରୀ  ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକାର ନ୍ୟୁୟର୍କ ଠାରେ ଆମେରିକାର ବିଶିଷ୍ଟ ଶିକ୍ଷାବିତ୍ ମାନଙ୍କ ଏକ ଦଳକୁ ଭେଟିଥିଲେ । କୃଷି, ମାର୍କେଟିଂ, ଇଞ୍ଜିନିୟରିଂ, ସ୍ୱାସ୍ଥ୍ୟ, ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ବିଭିନ୍ନ କ୍ଷେତ୍ର ସହିତ ଏହି ଶିକ୍ଷାବିତ୍ ମାନେ ଜଡିତ ।

ସେମାନେ ଭାରତର ନୂତନ ଶିକ୍ଷା ନୀତି ଅନୁସାରେ ଗବେଷଣା ସହଯୋଗ ଏବଂ ପାରସ୍ପରିକ ଶୈକ୍ଷିକ ଆଦାନ - ପ୍ରଦାନ ବୃଦ୍ଧି କରିବାର ସମ୍ଭାବନା ବିଷୟରେ ଆଲୋଚନା କରିଥିଲେ ।

ଶିକ୍ଷାବିତ୍‌ମାନେ ପ୍ରଧାନମନ୍ତ୍ରୀଙ୍କ ସହିତ ସେମାନଙ୍କର ନିଜସ୍ୱ ପାରଦର୍ଶିତା ସମ୍ବନ୍ଧିତ କ୍ଷେତ୍ର ଉପରେ ନିଜର ଦୃଷ୍ଟିଭଙ୍ଗୀ ଏବଂ ଅଭିଜ୍ଞତା ବାଣ୍ଟିଥିଲେ ।

ପାରସ୍ପରିକ କାର୍ଯ୍ୟରେ ଅଂଶଗ୍ରହଣ କରିଥିବା ଶିକ୍ଷାବିତ୍ ମାନଙ୍କର ବିବରଣୀ ନିମ୍ନଲିଖିତ ପ୍ରକାର ଅଟେ :

ସୁଶ୍ରୀ ଚନ୍ଦ୍ରିକା ଟଣ୍ଡନ୍‌, ବୋର୍ଡ ଅଧ୍ୟକ୍ଷ, ଏନ୍‌ୱାଇୟୁ ଟଣ୍ଡନ୍ ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ।

ଅଧ୍ୟକ୍ଷ ଡଃ ନୀଲି ବେନ୍ଦାପୁଡି, ପେନସିଲଭାନିଆ ଷ୍ଟେଟ ୟୁନିଭରସିଟି  ।

ଡକ୍ଟର ପ୍ରଦୀପ ଖୋସଲା, କୁଳପତି, କାଲିଫର୍ନିଆ ବିଶ୍ୱବିଦ୍ୟାଳୟ, ସାନ୍ ଡିଏଗୋ  ।

 ଡଃ ସତୀଶ ତ୍ରିପାଠୀ, ଅଧ୍ୟକ୍ଷ, ବଫାଲୋ ବିଶ୍ୱବିଦ୍ୟାଳୟ ।

ପ୍ରଫେସର ଜଗମୋହନ ରାଜୁ, ମାର୍କେଟିଂ ପ୍ରଫେସର, ୱାର୍ଟନ୍ ସ୍କୁଲ୍ ଅଫ୍ ବିଜିନେସ୍‌, ପେନସିଲଭାନିଆ ବିଶ୍ୱ ବିଦ୍ୟାଳୟ ।

ଡକ୍ଟର ମାଧବ ଭି. ରାଜନ, ଡିନ୍‌, ବୁଥ୍ ସ୍କୁଲ୍ ଅଫ୍ ବିଜିନେସ୍‌, ଚିକାଗୋ ବିଶ୍ୱ ବିଦ୍ୟାଳୟ ।

ପ୍ରଫେସର ରତନ ଲାଲ, ଡିଷ୍ଟିଙ୍ଗୁଇସ୍‌ଡ ୟୁନିଭର୍ସିଟି, ମୃତ୍ତିକା ବିଜ୍ଞାନର ପ୍ରଫେସର; ନିର୍ଦ୍ଦେଶକ, ସିଏଫ୍‌ଏଇଏସ୍ ରତନ ଲାଲ୍ ସେଂଟର ଫର କାର୍ବନ ମ୍ୟାନେଜମେଂଟ ଆଣ୍ଡ ସିକ୍ୟୁଇଷ୍ଟ୍ରେସନ୍‌, ଓହିଓ ଷ୍ଟେଟ୍ ବିଶ୍ୱ ବିଦ୍ୟାଳୟ ।

ଡକ୍ଟର ଅନୁରାଗ ମାୟରାଲ, ହୃଦରୋଗ ଔଷଧ ବିଭାଗର ସହକାରୀ ପ୍ରଫେସର, ଷ୍ଟାନଫୋର୍ଡ ବିଶ୍ୱ ବିଦ୍ୟାଳୟ,  ଅଧ୍ୟାପିକା ଏବଂ ସେଂଟର ଫର ଇନୋଭେସନ୍ ଆଣ୍ଡ ଗ୍ଲୋବାଲ୍ ହେଲ୍‌ଥର ପ୍ରଯୁକ୍ତି ଉଦ୍ଭାବନ ଏବଂ ପ୍ରଭାବ ବିଭାଗର ପ୍ରମୁଖ, ଷ୍ଟାନଫୋର୍ଡ ବିଶ୍ୱ ବିଦ୍ୟାଳୟ।

***

SSP


(Release ID: 1934062) Visitor Counter : 94