ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଜସ୍ଥାନର ଡାଉସାଠାରେ ‘ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା’କୁ ‘ଗୋଦ୍ ଭରାଇ’ ଉତ୍ସବ ଭାବେ ପାଳନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପୋଷ୍ଟ କରାଯିବା ଦିନାଙ୍କ: 12 JUN 2023 6:45PM by PIB Bhubaneswar

ରାଜସ୍ଥାନର ଡାଉସାଠାରେପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାକୁଗୋଦ୍  ଭରାଇଉତ୍ସବ ଭାବେ ପାଳନ କରିବା ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି

ରାଜସ୍ଥାନର ଡାଉସା ସାଂସଦ ଶ୍ରୀମତୀ ଯଶକୌର ମୀନା ଏକାଧିକ ଟୁଇଟ କରି ସୂଚନା ଦେଇଥିଲେ ଯେ, ରାଜସ୍ଥାନର ଡାଉସାଠାରେପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାକୁଗୋଦ୍  ଭରାଇଉତ୍ସବ ଭାବେ ପାଳନ କରନ୍ତି ଏଥିରେ ସମସ୍ତ ଗର୍ଭବତୀ ମହିଳା ଏକାଠି ହୁଅନ୍ତି ଏବଂ ସେମାନଙ୍କ ପିଲା ପାଇଁପୋଷଣ କିଟ୍‌’ ଦିଆଯାଇଥାଏ

ସେ ଆହୁରି ସୂଚନା ଦେଇଛନ୍ତି ଯେ, ଏହି ଯୋଜନାରେ କେବଳ ରାଜସ୍ଥାନରେ ୨୦୨୨-୨୩ରେ ପ୍ରାୟ . ଲକ୍ଷ ମହିଳା ଉପକୃତ ହୋଇଛନ୍ତି

ଡାଉସା ସାଂସଦଙ୍କ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

ଡାଉସାର ଏହି ଅଭିନବ ପଦକ୍ଷେପପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାକୁ ନୂଆ ଶକ୍ତି ଯୋଗାଇବ ଏଥିରେ ମାଙ୍କ ସହ ଶିଶୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ମଧ୍ୟ ସୁନିଶ୍ଚିତ ହେଉଛି

SR


(ରିଲିଜ ଆଡି: 1932851) ପରିଦର୍ଶକ କାଉଣ୍ଟର : 197