ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ମଣିପୁର ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ଗଠନ କଲେ ଭାରତ ସରକାର

Posted On: 10 JUN 2023 1:04PM by PIB Bhubaneshwar

ଭାରତ ସରକାର ମଣିପୁର ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ମଣିପୁରରେ ଶାନ୍ତି କମିଟି ଗଠନ କରିଛନ୍ତି । କମିଟିର ସଦସ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାରଙ୍କ କିଛି ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ବିଭିନ୍ନ ରାଜନୈତିକ ଦଳର ନେତା ରହିଛନ୍ତି । ଏହି କମିଟିରେ ପୂର୍ବତନ ପ୍ରଶାସନିକ ଅଧିକାରୀ, ଶିକ୍ଷାବିତ୍‍, ସାହିତ୍ୟିକ, କଳାକାର, ସାମାଜିକ କର୍ମୀ ଏବଂ ବିଭିନ୍ନ ଆଦିବାସୀ ଗୋଷ୍ଠିର ପ୍ରତିନିଧି ମଧ୍ୟ ଅଛନ୍ତି ।

କମିଟିର କାର୍ଯ୍ୟ ହେଉଛି ବିଭିନ୍ନ ଆଦିବାସୀ ଗୋଷ୍ଠି ମଧ୍ୟରେ ଶାନ୍ତି ସ୍ଥାପନ ପ୍ରକ୍ରିୟାକୁ ସହଜ କରିବା, ଶାନ୍ତିପୂର୍ଣ୍ଣ ଆଲୋଚନା ଏବଂ ବିବାଦୀୟ ଦଳ / ଗୋଷ୍ଠୀ ମଧ୍ୟରେ ବୁଝାମଣା କରିବା । କମିଟି ସାମାଜିକ ଏକତା, ପାରସ୍ପରିକ ବୁଝାମଣାକୁ ଦୃଢ କରିବା ଏବଂ ବିଭିନ୍ନ ଆଦିବାସୀ ଗୋଷ୍ଠି ମଧ୍ୟରେ ସୌହାଦ୍ୟପୂର୍ଣ୍ଣ ଯୋଗାଯୋଗକୁ ସୁଗମ କରିବା ଦିଗରେ ମଧ୍ୟ କାର୍ଯ୍ୟ କରିବ ।

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ୨୯ ମଇ ୨୦୨୩ ରୁ ୧ ଜୁନ୍ ୨୦୨୩ ମଧ୍ୟରେ ମଣିପୁର ଗସ୍ତ କରିଥିଲେ ଏବଂ ପରିସ୍ଥିତିର ଅନୁଧ୍ୟାନ କରିବା ପରେ ଶାନ୍ତି କମିଟି ଗଠନ ସଂକ୍ରାନ୍ତରେ ଘୋଷଣା କରିଥିଲେ ।

HS



(Release ID: 1931328) Visitor Counter : 140