ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜଳ ଜୀବନ ମିଶନକୁ ମଜଭୁତ କରିବାକୁ ପ୍ରତିବଦ୍ଧତା ଦୋହରାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 10 JUN 2023 1:05PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜଳ ଜୀବନ ମିଶନକୁ ମଜଭୁତ କରିବା ନିମନ୍ତେ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ଏବଂ ଜନସ୍ୱାସ୍ଥ୍ୟରେ ବିଶୁଦ୍ଧ ଜଳର ଭୂମିକା ଉପରେ ଆଲୋକପାତ କରିଛନ୍ତି

ଜଳ ଶକ୍ତି କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଏକାଧିକ ଟୁଇଟ କରି ସୂଚନା ଦେଇଛନ୍ତି ଯେ, ଡବ୍ଲ୍ୟୁଏଚଓର ଏକ ରିପୋର୍ଟ ଅନୁସାରେ ୟୁନିଭର୍ସାଲ ଟ୍ୟାପ୍ ୱାଟର କଭରେଜ ଯୋଗୁ ଡାଇରିଆରେ ମୃତ୍ୟୁ ଘଟୁଥିବା ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରାଯାଇପାରିବ

କେନ୍ଦ୍ରମନ୍ତ୍ରୀଙ୍କ ଏକାଧିକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

ପ୍ରତ୍ୟେକ ଭାରତୀୟଙ୍କ ପାଇଁ ବିଶୁଦ୍ଧ ଏବଂ ସୁରକ୍ଷିତ ଜଳ ସୁବିଧା ସୁନିଶ୍ଚିତ କରିବା ନିମନ୍ତେ ଜଳ ଜୀବନ ମିଶନର ପରିକଳ୍ପନା କରାଯାଇଥିଲା, ଯାହା କି ଜନସ୍ୱାସ୍ଥ୍ୟ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଆମେ ଏହି ମିଶନକୁ ମଜଭୁତ କରିବୁ ଏବଂ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ବୃଦ୍ଧି କରିବା ଜାରି ରଖିବୁ

SR


(ରିଲିଜ ଆଡି: 1931249) ପରିଦର୍ଶକ କାଉଣ୍ଟର : 170