ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ

ମିଶନ୍ ଲାଇଫ୍‌ ର ଉତ୍ସାହ ସହିତ ବିଶ୍ୱ ପରିବେଶ ଦିବସ 2023 ପାଳନ କରାଯାଇଛି



ପ୍ରଧାନମନ୍ତ୍ରୀ ଭିଡିଓ ବାର୍ତ୍ତା ମାଧ୍ୟମରେ ଏହି ସମାବେଶକୁ ସମ୍ବୋଧିତ କରି ଲାଇଫ୍‌ ଉପରେ ବିଶେଷ ଗୁରୁତ୍ୱ ଦେଇ ପରିବେଶ ଏବଂ ପରିବେଶର ସଂରକ୍ଷଣ ତଥା ସୁରକ୍ଷା ସହିତ ଭାରତର ଉଭୟ ଅର୍ଥନୈତିକ ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି

ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମକୁ ଶ୍ରୀ ଭୁପେନ୍ଦର ଯାଦବ ସମ୍ବୋଧିତ କରିଛନ୍ତି

ଲାଇଫ୍ ଷ୍ଟାଇଲ୍ ଫର୍ ଏନଭିରୋନମେଣ୍ଟ (ଲାଇଫ୍) ଡିଜିଟାଲ୍ ପ୍ରଦର୍ଶନୀ ମାଧ୍ୟମରେ କରାଯାଇଛି

ରାମସର ସାଇଟ ଏବଂ ମ୍ୟାନଗ୍ରୁଭ ଇନିସିଏଟିଭ୍ ଫର୍ ସୋରଲାଇନ୍ ହାବିଟାଟସ୍ ଆଣ୍ଡ ଟାଞ୍ଜିବଲ୍ ଇନକମସ୍ (ମିଷ୍ଟି) ସହିତ ଜଡିତ ଅମୃତ ଧରୋହର କାର୍ଯ୍ୟକାରିତା କୌଶଳ ଆରମ୍ଭ କରିଛି

ଲାଇଫ୍‌ ଉପରେ ପେପର ଓ ଗ୍ଲୋବାଲ୍ କଲ୍ ଫର ଆଇଡିଆର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଯାଇଛି

ଲାଇଫ୍ ଉପରେ 3 ଟି କମ୍ପେଣ୍ଡିୟମ୍ ରିଲିଜ୍ ହୋଇଛି : ଥିଙ୍କିଂ ଫର ଆୱାର ପ୍ଲାନେଟ, ଥଟ୍ ଲିଡରସିପ୍ ଫର ଲାଇଫ୍‌ ଏବଂ ମାଇଣ୍ଡଫୁଲ୍ ଲିଭିଂ

ସାରା ଦେଶରେ ଅମୃତ ଧରୋହର ଏବଂ ମିଷ୍ଟି କାର୍ଯ୍ୟକଳାପର ଲାଇଭଷ୍ଟ୍ରିମିଂ

Posted On: 05 JUN 2023 4:39PM by PIB Bhubaneshwar

ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ଭାରତ ସରକାର ମିଶନ ଲାଇଫ୍‌ ଉପରେ ଗୁରୁତ୍ବ ପ୍ରଦାନ କରି 5 ଜୁନ୍ 2023 ରେ ବିଶ୍ୱ ପରିବେଶ ଦିବସ ଆୟୋଜନ କରିଛନ୍ତି। ଲାଇଫ୍‌ ର ଧାରଣା, ଅର୍ଥାତ୍ ପରିବେଶ ପାଇଁ ଜୀବନଶୈଳୀ ପାଇଁ ପ୍ରଧାନମନ୍ତ୍ରୀ ସିଓପି26 ରେ ଗ୍ଲାସଗୋ ରେ ଅନୁଷ୍ଠିତ ବିଶ୍ୱ ନେତୃବୃନ୍ଦ ସମ୍ମିଳନୀରେ ପ୍ରବର୍ତ୍ତାଇଥିଲେ, ଯେତେବେଳେ ସେ ପରିବେଶ ଅନୁକୂଳ ଜୀବନଶୈଳୀ ଏବଂ ଅଭ୍ୟାସ ଗ୍ରହଣ କରିବା ପାଇଁ ଏକ ବିଶ୍ୱସ୍ତରୀୟ ଉଦ୍ୟମକୁ ପୁନଃଜାଗ୍ରତ କରିବାକୁ ଆହ୍ବାନ ଦେଇଥିଲେ।

ମିଶନ୍ ଲାଇଫ୍‌ ର ଏକ ଅଂଶ ଭାବରେ, 7 ଟି ଥିମ୍ ମଧ୍ୟରେ 75 ଟି ବ୍ୟକ୍ତିଗତ ଲାଇଫ୍‌ କାର୍ଯ୍ୟର ଏକ ବିସ୍ତୃତ ଏବଂ ସଂପୂର୍ଣ୍ଣ ତାଲିକା ଚିହ୍ନଟ କରାଯାଇଛି - ଜଳ ସଞ୍ଚୟ, ଶକ୍ତି ସଞ୍ଚୟ, ବର୍ଜ୍ୟବସ୍ତୁ ହ୍ରାସ, ଇ-ଆବର୍ଜନା ହ୍ରାସ, ଏକକ ବ୍ୟବହାର ପ୍ଲାଷ୍ଟିକ୍ ହ୍ରାସ, ନିରନ୍ତର ଖାଦ୍ୟ ପ୍ରଣାଳୀ ଗ୍ରହଣ କରିବା ସହିତ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବା ଆବଶ୍ୟକ। ଚଳିତ ବର୍ଷର ବିଶ୍ୱ ପରିବେଶ ଦିବସର ବିଷୟବସ୍ତୁ ହେଉଛି “ପ୍ଲାଷ୍ଟିକ୍ ପ୍ରଦୂଷଣର ସମାଧାନ”, ଏକ ବିଷୟ ଯାହା ମିଶନ୍ ଲାଇଫ ର 7 ଟି ଥିମ୍ ମଧ୍ୟରୁ ଗୋଟିଏ ସହିତ ଜଡ଼ିତ : “ଏକକ ବ୍ୟବହାର ପ୍ଲାଷ୍ଟିକକୁ ନା କହିବା” ଏବଂ ଏହା ମଧ୍ୟ ଅନେକ ଲାଇଫ ର କାର୍ଯ୍ୟାନ୍ୱୟନ ସହିତ ଜଡିତ କାର୍ଯ୍ୟ ମଧ୍ୟରେ ଅନ୍ତୁର୍ଭକ୍ତ। 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱ ପରିବେଶ ଦିବସରେ ଏହି ସମାବେଶକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଛନ୍ତି। ଏହି ସମାବେଶକୁ ସମ୍ବୋଧିତ କରି ସେ ଦର୍ଶାଇଛନ୍ତି ଯେ ଦୁଇ ପର୍ଯ୍ୟାୟରେ ପ୍ଲାଷ୍ଟିକ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଭାରତ 2018 ରୁ ମହତ୍ତ୍ବପୂର୍ଣ୍ଣ ଉଦ୍ୟମ କରିସାରିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନର ଆବଶ୍ୟକତା ଏବଂ ଭବିଷ୍ୟତର ଦୃଷ୍ଟିକୋଣ ମଧ୍ୟରେ ସନ୍ତୁଳନ ରକ୍ଷା କରି ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ସୁରକ୍ଷାକୁ ମୁକାବିଲା କରିବା ପାଇଁ ଭାରତ ଏକ ରୋଡମ୍ୟାପ ପ୍ରସ୍ତୁତ କରିଛି ଏବଂ ଗତ 9 ବର୍ଷ ମଧ୍ୟରେ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ୍, ପ୍ରାକୃତିକ ଚାଷ ଉଦ୍ୟମ ଭଳି ବିଭିନ୍ନ ପଦକ୍ଷେପ ସବୁଜ କାର୍ଯ୍ୟ ଉପରେ ଧ୍ୟାନ ପ୍ରଦାନ କରି ସ୍ୱଚ୍ଛ ଶକ୍ତି ପ୍ରଚଳନ କରାଯାଇଛି। ବିଶ୍ୱ ମହାମାରୀ ମଧ୍ୟରେ ମଧ୍ୟ ଭାରତ ପରିବେଶ ଏବଂ ଅର୍ଥନୀତି ମଧ୍ୟରେ ସନ୍ତୁଳନତା ବଜାୟ ରଖିବାରେ ଅଗ୍ରଗତି ଜାରି ରଖିଛି। ବିଶ୍ୱ ପରିବେଶ ଦିବସ ଅବସରରେ ସେ ଅମୃତ ଧରୋହର ଏବଂ ମ୍ୟାନଗ୍ରୁଭ୍ ଇନିସିଏଟିଭ୍ ଫର ଶୋରଲାଇନ୍ ହାବିଟାଟ୍ସ ଆଣ୍ଡ ଟାଞ୍ଜିବଲ୍ ଇନକମସ୍ (ମିଷ୍ଟି) ପଦକ୍ଷେପ ପାଇଁ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟକୁ ଅଭିନନ୍ଦନ ଜଣାଇଛନ୍ତି। ଅମୃତ ଧରୋହର ଏବଂ ମିଷ୍ଟି ଉପରେ ପ୍ରଧାନମନ୍ତ୍ରୀ ଆର୍ଦ୍ରଭୂମି ତଥା ହେନ୍ତାଳ ବନର ପୁନରୁଦ୍ଧାରରେ ‘ଜନ ଭାଗିଦାରୀ’ ସହିତ ଭାରତର ସଫଳତା ବିଷୟରେ କହିଥିଲେ, ଯାହା ଇକୋଟ୍ୟୁରିଜିମର କେନ୍ଦ୍ର ଭାବରେ କାର୍ଯ୍ୟ କରିପାରିବ ଏବଂ ସବୁଜ ନିଯୁକ୍ତି ମଧ୍ୟ ସୃଷ୍ଟି କରିପାରିବ। ଆନ୍ତର୍ଜାତୀୟ ସମ୍ପ୍ରଦାୟ ପୂର୍ବରୁ ଭାରତ କିପରି ଜଳବାୟୁ ନ୍ୟାୟ ପ୍ରସଙ୍ଗକୁ ସଫଳତାର ସହ ଉଠାଇଛି ସେ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବାର ମାଧ୍ୟମ ଭାବରେ ପ୍ରଧାନମନ୍ତ୍ରୀ ଲାଇଫର ପ୍ରାସଙ୍ଗିକତା ଏବଂ ବିଶ୍ୱ ସ୍ତରରେ ଏହାର ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି ଯେ ଲାଇଫ୍‌ ଏକ ଗ୍ଲୋବାଲ୍ ଜନ ଆନ୍ଦୋଳନରେ ପରିଣତ ହେଉଛି। ମିଶନ ଲାଇଫ୍‌ ଉପରେ ଜନସମାଗମ ଅଭିଯାନକୁ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେଉଁଥିରେ ଏକ ମାସରୁ କମ୍ ସମୟ ମଧ୍ୟରେ ଲାଇଫ୍‌ ଉପରେ ଜନସମାବେଶ ଅଭିଯାନରେ 2 କୋଟିରୁ ଅଧିକ ବ୍ୟକ୍ତି ଯୋଗ ଦେଇଥିଲେ।

କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ଏବଂ ରୋଜଗାର ମନ୍ତ୍ରୀ ଶ୍ରୀ ଭୁପେନ୍ଦର ଯାଦବ ଏହି ଉତ୍ସବରେ ଯୋଗ ଦେଇଥିଲେ ଏବଂ ଲାଇଫ୍‌ ରେ ପେଣ୍ଟିଂ ଏବଂ ଡିଜିଟାଲ ପ୍ରଦର୍ଶନୀକୁ ଦେଖିଥିଲେ। ଏହି ଅବସରରେ ଶ୍ରୀ ଯାଦବ 2018 ରେ ପାଳନ କରାଯାଇଥିବା ବିଶ୍ୱ ପରିବେଶ ଦିବସରେ ପ୍ରଧାନମନ୍ତ୍ରୀଙ୍କ ପ୍ଲାଷ୍ଟିକ୍ ସମାଧାନ ପାଇଁ ବିଶ୍ବ ଆହ୍ବାନକୁ ମନେ ପକାଇ ଦେଇଛନ୍ତି। ଏହି ଆହ୍ବାନ ସ୍ବରୂପ 2022 ରେ ଭାରତ ଏକକ ବ୍ୟବହାର ହେଉଥିବା ପ୍ଲାଷ୍ଟିକର ନିର୍ମାଣ, ଆମଦାନୀ, ଷ୍ଟକିଂ, ଆବଣ୍ଟନ, ବିକ୍ରୟ ଓ ବ୍ୟବହାରକୁ ବନ୍ଦ କରିଛି। ଏହାର କାର୍ଯ୍ୟକାରିତା ସହିତ ନିଷ୍ପତ୍ତି କେବଳ ଘରୋଇ ସ୍ତରରେ ସ୍ୱୀକୃତିପ୍ରାପ୍ତ ହୋଇ ନାହିଁ ବରଂ ବିଶ୍ବ ସ୍ତରରେ ମଧ୍ୟ ଏହାକୁ ପ୍ରଶଂସା କରାଯାଇଛି। ସେ ଇଣ୍ଡିଆନ୍ ଅଏଲ୍‌ ର ‘ଅନବଟଲ୍‌ଡ଼’ ପଦକ୍ଷେପ ବିଷୟରେ କହିଥିଲେ। ଶ୍ରୀ ଯାଦବ ମିଶନ୍ ଲିଏଫ୍ ଏବଂ ଏହାର ରେଫରେନ୍ସ ବିଷୟରେ ବିଭିନ୍ନ ଅନ୍ତର୍ଜାତୀୟ ବିଷୟ ଯେପରିକି ପ୍ରିମ୍ବଲ୍ ଅଫ୍ ପ୍ୟାରିସ୍ ଏଗ୍ରିମେଣ୍ଟ, କପ୍ 27 ର ପ୍ରମୁଖ ନିଷ୍ପତ୍ତି, ଆଇପିସିସି ତୃତୀୟ ୱାର୍କିଂ ଗ୍ରୁପ୍ ରିପୋର୍ଟ ଏବଂ ଆନ୍ତର୍ଜାତୀୟ ଶକ୍ତି ଏଜେନ୍ସି ଦ୍ୱାରା ପ୍ରକାଶିତ କାଗଜ ବିଷୟରେ ସୂଚନା ଦେଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ଦ୍ୱାରା ହୋଇଥିବା ତିନୋଟି ଆନ୍ତର୍ଜାତୀୟ ପଦକ୍ଷେପ ବ୍ୟତୀତ; ନିକଟରେ ଆନ୍ତର୍ଜାତୀୟ ସୌର ଆଲାଇନ୍ସ, ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ପାଇଁ ମିଳିତ ମଞ୍ଚ ଏବଂ ଶିଳ୍ପ ପରିବର୍ତ୍ତନ ପାଇଁ ନେତୃତ୍ୱ ଗୋଷ୍ଠୀ, ଇଣ୍ଟରନାସନାଲ୍‌ ବିଗ୍ କ୍ୟାଟ ଆଲାଇନ୍ସ ମଧ୍ୟ ନିକଟରେ ଆରମ୍ଭ କରାଯାଇଥିଲା।

ଏକ ଭିଡିଓରେ ଏକ ମାସ ଧରି ଚାଲିଥିବା ମାସ ମୋବାଇଲାଇଜେସନ୍ ଅଭିଯାନରେ 5 ଜୁନ୍, 2023 ରେ ବିଶ୍ବ ପରିବେଶ ଦିବସରେ ଶେଷ ହୋଇଥିବା କାର୍ଯ୍ୟକଳାପ ପ୍ରଦର୍ଶିତ ହୋଇଥିଲା। ଇଭେଣ୍ଟ ରିପୋର୍ଟ ଅପଲୋଡ୍ କରିବା ପାଇଁ ମନ୍ତ୍ରଣାଳୟ ଏବଂ ଅନୁଷ୍ଠାନଗୁଡ଼ିକ ପାଇଁ ମେରୀ ଲିଫ୍ ପୋର୍ଟାଲ୍ (merilife.org) ପ୍ରସ୍ତୁତ କରାଯାଇଛି। ମେରୀ ଲିଏଫ୍ ପୋର୍ଟାଲରେ ପ୍ରାୟ ଏକ କୋଟି ବ୍ୟକ୍ତିଙ୍କ ଅଂଶଗ୍ରହଣ ସହିତ 13 ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ ଏହି ମାସରେ ଗ୍ରହଣ ହେବା ସହିତ 1.8 କୋଟି ନାଗରିକଙ୍କ ଦ୍ୱାରା ପ୍ରତିଶ୍ରୁତି ଦିଆଯାଇଥିଲା।

ଏହି ଅବସରରେ ମନ୍ତ୍ରଣାଳୟର ଦୁଇଟି ନୂତନ ପଦକ୍ଷେପ ସହିତ ଅମ୍ରିତ ଧରୋହର ଏବଂ ମିଷ୍ଟି ସମ୍ବନ୍ଧୀୟ ଭିଡିଓ ମଧ୍ୟ ଶୁଭାରମ୍ଭ କରାଯାଇଥିଲ। ସ୍ବାଧୀନତାର 75ତମ ବର୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବରେ, 75 ଆର୍ଦ୍ରଭୂମିକୁ ରାମସର ସାଇଟ ଭାବରେ ନାମିତ କରାଯାଇଛି ଅର୍ଥାତ ଆନ୍ତର୍ଜାତୀୟ ଗୁରୁତ୍ବ ଥିବା ୱେଟଲ୍ୟାଣ୍ଡ ଯାହାକି 2014 ରେ ମାତ୍ର 26 ଥିଲା। ବର୍ତ୍ତମାନ ଏହାକୁ ଏସିଆର ଦ୍ୱିତୀୟ ବୃହତ୍ତମ ନେଟୱାର୍କରେ ପରିଣତ କରିଛି। ରାମସର ସାଇଟଗୁଡିକର ସଂରକ୍ଷଣର ଗୁରୁତ୍ୱକୁ ସ୍ୱୀକାର କରି ଭାରତ ସରକାର ରାମସର ସାଇଟର ଅନନ୍ୟ ସଂରକ୍ଷଣ ମୂଲ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଚଳିତ ବର୍ଷର ବଜେଟ୍ ଘୋଷଣାର ଏକ ଅଂଶ ଭାବରେ ‘ଅମୃତ ଧରୋହର’ ପଦକ୍ଷେପ ଘୋଷଣା କରିଛନ୍ତି। ଆର୍ଦ୍ରଭୂମି ଇକୋସିଷ୍ଟମ ସଂରକ୍ଷଣରେ ସ୍ଥାନୀୟ ସମ୍ପ୍ରଦାୟର ଗୁରୁତ୍ୱକୁ ଉପଲବ୍ଧି କରି ଆଜି “ଅମୃତ ଧରୋହର” ର କାର୍ଯ୍ୟକାରିତା ରଣନୀତି ଆରମ୍ଭ କରାଯାଇଛି, ଯାହାକି ସମ୍ପ୍ରଦାୟର ଅଂଶଗ୍ରହଣ ମାଧ୍ୟମରେ ସଂରକ୍ଷଣ ବିଷୟ ଏବଂ ସଂରକ୍ଷଣ ମାଧ୍ୟମରେ ସମୃଦ୍ଧତା ପାଇଁ ସରକାରଙ୍କ ପ୍ରତିବଦ୍ଧତାର ଅନ୍ୟ ଏକ ଉଦାହରଣ।

ମିଷ୍ଟି : ହେନ୍ତାଳବନକୁ ସଂରକ୍ଷିତ କରିବା ପାଇଁ ‘‘ମ୍ୟାନଗ୍ରୁଭ୍ ଇନିସିଏଟିଭ୍ ଫର୍ ସୋରଲାଇନ୍ ହାବିଟାଟ୍‌ସ ଆଣ୍ଡ ଟାଞ୍ଜିବଲ୍ ଇନକମ୍‌ସ’’ କେନ୍ଦ୍ର ବଜେଟ୍ 2023-24 ରେ ଘୋଷଣା କରାଯାଇଥିଲା। ହେନ୍ତାଳବନ ଅତୁଳନୀୟ, ପ୍ରାକୃତିକ ଇକୋ-ସିଷ୍ଟମ୍ ଯାହାର ଅତ୍ୟଧିକ ଜୈବ ଉତ୍ପାଦକତା ଏବଂ ଅଙ୍ଗାରକାମ୍ଳ ହ୍ରାସ ସମ୍ଭାବନା ରହିଛି ତଥା ଏହା ଏକ ଜୈବ କବଚ ଭାବରେ ମଧ୍ୟ କାର୍ଯ୍ୟ କରିଥାଏ। ଉପକୂଳବର୍ତ୍ତୀ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ର ସକ୍ରିୟ ଅଂଶଗ୍ରହଣ ସହିତ ଆଜି ମିଷ୍ଟି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ନଅ (9) ଉପକୂଳବର୍ତ୍ତୀ ରାଜ୍ୟ ଏବଂ ପ୍ରାୟ 540 ବର୍ଗ କିଲୋମିଟର ଅଞ୍ଚଳକୁ ଏବଂ ପାଞ୍ଚ ବର୍ଷରେ (2023-2028) ଚାରି (4) କେନ୍ଦ୍ର ଶାସିତ ଅଞ୍ଚଳ କୁ କଭର କରିବ। ଏହା 4.5 ମିଲିୟନ ଟନ୍ କାର୍ବନ ଆନୁମାନିକ କାର୍ବନ ସିଙ୍କ ସହିତ ପ୍ରାୟ 22.8 ନିୟୁତ ମାନବ-ଦିନ ସୃଷ୍ଟି କରିବ। ଏହା ପ୍ରକୃତି ପର୍ଯ୍ୟଟନ ଏବଂ ସ୍ଥାନୀୟ ସମ୍ପ୍ରଦାୟ ପାଇଁ ଜୀବିକା ସମ୍ଭାବନା ପାଇଁ ମଧ୍ୟ ସମ୍ଭାବ୍ୟ କ୍ଷେତ୍ର ସୃଷ୍ଟି କରିବ।

75 ରୁ ଅଧିକ ହେନ୍ତାଳବନ ସାଇଟରେ ହେନ୍ତାଳବନ ରୋପଣ ଡ୍ରାଇଭ୍ ମଧ୍ୟ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜନସାଧାରଣ ପ୍ରତିନିଧୀ, ସ୍ଥାନୀୟ ଲୋକ, ଗ୍ରାମ ସମ୍ପ୍ରଦାୟ, ଶିକ୍ଷାନୁଷ୍ଠାନ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକଳାପ ମାଧ୍ୟମରେ ଅଂଶଗ୍ରହଣର କରିଥିଲେ। 

ଏହି କାର୍ଯ୍ୟକ୍ରମରେ ନୀତି ଆୟୋଗଙ୍କ ଦ୍ୱାରା ଗ୍ଲୋବାଲ୍ କଲ୍ ଫର୍ ଆଇଡିଆ ଏବଂ ପେପରର ବିଜେତାମାନଙ୍କ ପାଇଁ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। 5 ଜୁନ୍ 2022 ରେ, ପ୍ରଧାନମନ୍ତ୍ରୀ ମିଶନ୍ ଲାଇଫ୍‌ ଏବଂ ଲାଇଫ୍‌ ଗ୍ଲୋବାଲ୍ କଲ୍ ଫର ଆଇଡିଆ ଏବଂ ପେପର ଆଦିକୁ ଉପସ୍ଥାପିତ କରାଯାଇଥିଲା, ବ୍ୟକ୍ତିବିଶେଷ, ବିଶ୍ୱବିଦ୍ୟାଳୟ, ଥିଙ୍କ ଟ୍ୟାଙ୍କ, ଅଣ-ଲାଭ ଏବଂ ଅନ୍ୟମାନଙ୍କୁ ଆଚରଣ-ପରିବର୍ତ୍ତନ ବିଷୟ ଦାଖଲ କରିବାକୁ ଆମନ୍ତ୍ରଣ କରିଥିଲେ। ଦି ଗ୍ଲୋବାଲ୍ କଲ୍ ଫର ଆଇଡିଆ ଓ ପେପରକୁ ଦୁଇଟି ପର୍ଯ୍ୟାୟରେ ଦାଖଲ କରାଯାଇଥିଲା। ଏକ 7 ସଦସ୍ୟ ମୂଲ୍ୟାଙ୍କନ କମିଟି ଶ୍ରେଷ୍ଠ 5 ବିଜେତା ଚିନ୍ତାଧାରାକୁ ସର୍ଟଲିଷ୍ଟ କରିବାକୁ ଦୁଇ ରାଉଣ୍ଡ ମୂଲ୍ୟାଙ୍କନ କରିଥିଲା। କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯାଦବ ନୀତି ଆୟୋଗର ଗ୍ଲୋବାଲ କଲ୍ ଫର ଆଇଡିଆ ଓ ପେପରର 5 ଜଣ ବିଜେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏଥିସହ, ନ୍ୟାସନାଲ୍ ମ୍ୟୁଜିୟମ ଅଫ୍ ନ୍ୟାଚୁରାଲ୍ ହିଷ୍ଟ୍ରି (ଏନଏମଏନଏଚ) ୟୁନାଇଟେଡ୍‌ ନେସନ୍‌ସ ଏନଭିରୋନମେଣ୍ଟ ପ୍ରୋଗ୍ରାମ (ୟୁଏନଇପି) ଭାରତର ସହଯୋଗରେ 8 ରୁ 12 ଶ୍ରେଣୀର ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଏକ “ଆନ୍ତ - ବିଦ୍ୟାଳୟ ପେଣ୍ଟିଂ ପ୍ରତିଯୋଗିତା” ଆୟୋଜନ କରିଛି। ଏଥିରେ 25 ଟି ରାଜ୍ୟ ଓ 4 ଟି କେନ୍ଦ୍ର ଶାସିତ ଅଞ୍ଚଳରୁ 5980 ସଂଖ୍ୟକ ପେଣ୍ଟିଂରୁ ଗ୍ରହଣ କରାଯାଇଛି। ଏହି ଚିତ୍ରକଳା ପ୍ରତିଯୋଗିତାର 3 ଜଣ ବିଜେତାଙ୍କୁ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।

ଶ୍ରୀ ଯାଦବ ନୀତି ଆୟୋଗ ଦ୍ୱାରା ପ୍ରସ୍ତୁତ ତିନୋଟି କମ୍ପେଣ୍ଡିୟମ୍ ମଧ୍ୟ ଉନ୍ମୋଚିତ କରିଥିଲେ; ଯଥା ଥିଙ୍କିଂ ଫର ଆୱାର ପ୍ଲାନେଟ୍, ମାଇଣ୍ଡଫୁଲ୍ ଲିଭିଂ ଓ ଥଟ୍ ଲିଡରସିପ୍ ଫର ଲାଇଫ୍‌। 

 

BS



(Release ID: 1930088) Visitor Counter : 134