ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ

ନୂତନ ମାଇଲଖୁଣ୍ଟ ହାସଲ କରିଛି ଟେଲି –ଲ କାର୍ଯ୍ୟକ୍ରମ


୪୦ ଲକ୍ଷ ହିତାଧିକାରୀ ମୋକଦ୍ଦମା ପୂର୍ବ ପରାମର୍ଶ ଦ୍ୱାରା ସଶକ୍ତ ହୋଇଛନ୍ତି

Posted On: 30 MAY 2023 2:02PM by PIB Bhubaneshwar

ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାୟ ବିଭାଗ ଅନୁସାରେ ଟେଲି –ଲ କାର୍ଯ୍ୟକ୍ରମ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି । ଏହା ମାଧ୍ୟମରେ ଦେଶର ୪୦ ଲକ୍ଷ ହିତାଧିକାରୀ ମାନଙ୍କୁ ମୋକଦ୍ଦମା ପୂର୍ବରୁ ପରାମର୍ଶ ଦିଆଯାଇଛି ।

ଟେଲି –ଲ ବିଷୟରେ କିଛି ତଥ୍ୟ :ମୋକଦ୍ଦମା ପୂର୍ବ ପର୍ଯ୍ୟାୟରେ ଆଇନଗତ ପରାମର୍ଶ ଏବଂ ଉପଦେଶ ନେବାରୁ ବଂଚିତ ଲୋକ ମାନଙ୍କ ପର୍ଯ୍ୟନ୍ତ ପହଂଚିବାର ଏହା ଏକ ଇ – ଇଂଟରଫେସ୍ ବ୍ୟବସ୍ଥା ଅଟେ । ଏହା ପଞ୍ଚାୟତ ସ୍ତରରେ ଅବସ୍ଥିତ ସାଧାରଣ ସେବା କେନ୍ଦ୍ର (ସିଏସ୍‌ସି) ଗୁଡିକରେ ଉପଲବ୍ଧ ଭିଡିଓ କନଫରେନ୍ସିଂ / ଟେଲିଫୋନ୍ ମାଧ୍ୟମରେ କଥାବାର୍ତ୍ତା ସୁବିଧା ମାଧ୍ୟମରେ ପ୍ୟାନେଲ୍‌ରେ ଥିବା ଓକିଲ ମାନଙ୍କ ସହ ଆଇନଗତ ସହାୟତା ଆବଶ୍ୟକ କରୁଥିବା ଗରିବ ତଥା ବଞ୍ଚିତ ଲୋକଙ୍କୁ ପରସ୍ପର ସହିତ ସଂଯୋଗ କରେ । ୨୦୧୭ ରେ ଆରମ୍ଭ ହୋଇଥିବା ଟେଲି –ଲ ସେବା ବର୍ତ୍ତମାନ ଟେଲି - ଲ ମୋବାଇଲ୍ ଆପ୍ (ଆଣ୍ଡ୍ରଏଡ୍ ଏବଂ ୧୦ ଏସ୍ ରେ ଉପଲବ୍ଧ) ମାଧ୍ୟମରେ ସିଧାସଳଖ ଉପଲବ୍ଧ ହେଉଛି ।

******

SSP



(Release ID: 1928303) Visitor Counter : 127