ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ନୂତନ ସଂସଦ ଭବନ ଆମ ସମସ୍ତଙ୍କ ମନରେ ଗର୍ବ ଏବଂ ନୂତନ ଆଶାର ସଂଚାର କରିବ: ପ୍ରଧାନମନ୍ତ୍ରୀ

Posted On: 28 MAY 2023 12:02PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସଂସଦର ନୂତନ ଭବନ ଆମ ସମସ୍ତଙ୍କ ମନରେ ଗର୍ବ ଏବଂ ନୂତନ ଅଶାର ସଂଚାର କରିବ । ଶ୍ରୀ ମୋଦୀ ଫଳକକୁ ଉନ୍ମୋଚନ କରିବା ସହିତ ନୂତନ ସଂସଦ ଭବନକୁ ରାଷ୍ଟ୍ର ପାଇଁ ଉତ୍ସର୍ଗ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଟୁଇଟ୍‍ କରି କହିଛନ୍ତି;

“ଆଜିର ଦିନଟି ଆମ ଦେଶବାସୀଙ୍କ ପାଇଁ ଏକ ସ୍ମରଣୀୟ ଦିନ ଅଟେ । ସଂସଦର ନୂତନ ଭବନ ଆମ ସମସ୍ତଙ୍କ ମନରେ ଗର୍ବ ଏବଂ ନୂତନ ଅଶାର ସଂଚାର କରିବ । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଏହି ଦିବ୍ୟ ତଥା ଚମତ୍କାର ଭବନ ଦେଶର ସଶକ୍ତିକରଣ ସହିତ ଜାତିର ସମୃଦ୍ଧତା ଏବଂ ଶକ୍ତି ପାଇଁ ନୂତନ ଗତି ଏବଂ ଶକ୍ତି ଦେବ ।

“ଭାରତର ସଂସଦର ନୂତନ ଭବନ ଉଦଘାଟନ ହେବାପରେ ଆମର ହୃଦୟ ଓ ମନ ଗର୍ବ, ଆଶା ଏବଂ ପ୍ରତିଶୃତିରେ ପରିପୂର୍ଣ୍ଣ ହୋଇଛି । ଏହି ଭବ୍ୟ ସୌଧ ସଶକ୍ତିକରଣ ସ୍ୱପ୍ନକୁ ପ୍ରଜ୍ୱଳିତ କରି ତାହାକୁ ବାସ୍ତବରେ ପରିଣତ କରିବାର ଉତ୍ପତିସ୍ଥଳ ହେଉ । ଏହା ଆମ ମହାନ ରାଷ୍ଟ୍ରକୁ ପ୍ରଗତିର ନୂତନ ଶିଖରକୁ ନେଇଯାଉ ।”

Hs



(Release ID: 1927864) Visitor Counter : 108