ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆଜି ସିଭିଲ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 23 MAY 2023 7:25PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆଜି ସିଭିଲ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଚଳିତ ବର୍ଷ ପରୀକ୍ଷାରେ ସଫଳ ହୋଇନଥିବା ପ୍ରାର୍ଥୀମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ସିଭିଲ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଯୁବବର୍ଗଙ୍କୁ ଶୁଭେଚ୍ଛା । ଭବିଷ୍ୟତର ଫଳପ୍ରଦ ଓ ସନ୍ତୋଷଜନକ କ୍ୟାରିୟର ପାଇଁ ମୋର ଶୁଭକାମନା । ଦେଶର ସେବା ଓ ନାଗରିକମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବାର ଏହା ଏକ ରୋମାଞ୍ଚକର ସମୟ ।

ଯେଉଁମାନେ ସିଭିଲ ସେବା ପରୀକ୍ଷାରେ ସଫଳ ହୋଇନାହାନ୍ତି ସେମାନଙ୍କ ଦୁଃଖ ବୁଝିପାରୁଛି । ଆପଣମାନଙ୍କ ପାଇଁ କେବଳ ଆଉ କିଛି ସୁଯୋଗ ଯେ ରହିଛି ତାହା ନୁହେଁ ବରଂ ଆପଣମାନଙ୍କ ଦକ୍ଷତା ଓ ଶକ୍ତି ପ୍ରଦର୍ଶିତ କରିବା ପାଇଁ ଭାରତ ବିବିଧ ବିକଳ୍ପ ସୁଯୋଗ ପ୍ରଦାନ କରୁଛି । ଆପଣମାନଙ୍କୁ ଶୁଭକାମନା ।    


SR



(Release ID: 1926792) Visitor Counter : 126