ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କ୍ୱାଡ ନେତୃବୃନ୍ଦଙ୍କ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ପ୍ରାରମ୍ଭିକ ବକ୍ତବ୍ୟ

Posted On: 21 MAY 2023 1:30PM by PIB Bhubaneshwar

ମହାମହିମ,

ପ୍ରଧାନମନ୍ତ୍ରୀ ଏଲବନିସୀ, ପ୍ରଧାନମନ୍ତ୍ରୀ କିଶିଦା ଏବଂ ରାଷ୍ଟ୍ରପତି ବାଇଡେନ,

ଆଜି ବନ୍ଧୁମାନଙ୍କ ଗହଣରେ କ୍ୱାଡ ଶିଖର ସମ୍ମିଳନୀରେ ଭାଗ ନେଇ ମୁଁ ବେଶ ଆନ୍ଦନ ଅନୁଭବ କରୁଛି । କ୍ୱାଡ ସମୂହ, ଭାରତ- ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ସୁନିଶ୍ଚିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମଂଚ ଭାବେ ପ୍ରତିଷ୍ଠିତ ହୋଇ ସାରିଛି । ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଭାରତ- ପ୍ରଶାନ୍ତ ମହାସାଗର ଅଂଚଳ ହେଉଛି ବୈଶ୍ୱିକ ବ୍ୟାପାର, ଅଭିନବତା ଏବଂ ଅଭିବୃଦ୍ଧିର ଇଞ୍ଜିନ । ଆମେ ସମସ୍ତେ ସହମତ ଯେ, ଭାରତ- ପ୍ରଶାନ୍ତ ମହାସାଗର ଅଂଚଳର ସୁରକ୍ଷା ଓ ସଫଳତା ନା କେବଳ ଏହି ଅଂଚଳ ପାଇଁ ବରଂ ସମଗ୍ର ବିଶ୍ୱ ପାଇଁ ହେଉଛି ଗୁରୁତ୍ୱପୂର୍ଣ୍ଣ। ଏକ ରଚନାତ୍ମକ ଏଜେଣ୍ଡା ସହିତ ସହଭାଗୀ ଗଣତାନ୍ତ୍ରିକ ମୂଲ୍ୟବୋଧ ଆଧାରରେ ଆମେ ଆଗକୁ ଅଗ୍ରସର ହେଉଛେ ।

ମିଳିତ ପ୍ରୟାସ ଦ୍ୱାରା ଆମେ ମୁକ୍ତ, ଅବାଧ ଏବଂ ଅନ୍ତର୍ଭୁକ୍ତ ପ୍ରଶାନ୍ତ ମହାସାଗର ଦୃଷ୍ଟିଭଙ୍ଗୀକୁ ବାସ୍ତବ ସ୍ୱରୂପ ପ୍ରଦାନ କରୁଛୁ । ଜଳବାୟୁ କାର୍ଯ୍ୟାନ୍ୱୟନ, ବିପର୍ଯ୍ୟୟ ପରିଚାଳନା, ରଣନୀତିକ ବୈଷୟିକଜ୍ଞାନ, ନିର୍ଭରଯୋଗ୍ୟ ଯୋଗାଣ ଶୃଙ୍ଖଳ, ସ୍ୱାସ୍ଥ୍ୟ ନିରାପତା, ସାମୁଦ୍ରିକ ନିରାପତା, ଆତଙ୍କବାଦର ମୁକାବିଲା ଭଳି କ୍ଷେତ୍ରରେ ଆମର ସକାରାତ୍ମକ ସହଯୋଗ ବୃଦ୍ଧି ପାଉଛି । ଅନେକ ଦେଶ ଏବଂ ଗୋଷ୍ଠୀ ସମୂହ ଭାରତ- ପ୍ରଶାନ୍ତ ମହାସାଗର ପ୍ରତି ନିଜର ରଣନୀତି ଏବଂ ଦୃଷ୍ଟିଭଙ୍ଗୀ ନେଇ ଘୋଷଣା କରୁଛନ୍ତି । ଆଜିକାର ଆମର ଏହି ବୈଠକ ଏହି ସମଗ୍ର ଅଂଚଳର ସମାବେଶୀ ଏବଂ ଜନକୈନ୍ଦ୍ରିକ ବିକାଶ ସହିତ ଜଡ଼ିତ ବିଷୟ ଉପରେ ଆଲୋଚନା କରିବାର ସୁଯୋଗ ପ୍ରଦାନ କରିବ ।

ମୋର ବିଶ୍ୱାସ ଯେ କ୍ୱାଡ଼ ଦେଶ ସମୂହ ବୈଶ୍ୱିକ ମଙ୍ଗଳ ଏବଂ ମାନବ କଲ୍ୟାଣ ନିମନ୍ତେ, ଶାନ୍ତି ଏବଂ ସମୃଦ୍ଧି ପାଇଁ ନିରନ୍ତର କାର୍ଯ୍ୟରତ ରହିବେ । ପ୍ରଧାନମନ୍ତ୍ରୀ ଅଲବନିସୀଙ୍କୁ ଏହି ଶୀଖର ସମ୍ମିଳନୀରେ ସଫଳ ଅଧ୍ୟକ୍ଷତା ପାଇଁ ମୁଁ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି । 2024ରେ ଭାରତରେ କ୍ୱାଡ଼ ନେତୃବୃନ୍ଦଙ୍କର ଶିଖର ସମ୍ମିଳନୀ ଆୟୋଜନ କରିବା ନେଇ ଆମେ ଆନନ୍ଦ ଅନୁଭବ କରୁଛୁ ।

ଧନ୍ୟବାଦ ।

***** 

AH



(Release ID: 1926108) Visitor Counter : 121