ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆରାରେ ପାୱାର ଗ୍ରୀଡ୍ ସବଷ୍ଟେଶନ ସମ୍ପ୍ରସାରଣ ପାଇଁ ଶିଳାନ୍ୟାସ ଏହି ଅଞ୍ଚଳର ଲୋକଙ୍କ ଜୀବନକୁ ସହଜ କରିବ: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 11 MAY 2023 4:49PM by PIB Bhubaneswar

ବିହାରର ଆରାରେ ପାୱାର ଗ୍ରୀଡ୍ ସବଷ୍ଟେଶନ ସମ୍ପ୍ରସାରଣର ଶିଳାନ୍ୟାସ ଆରା, ଭୋଜପୁର, ବକ୍ସର, ରୋହତାସ୍ ସମେତ ଅନ୍ୟ ଜିଲ୍ଲାରେ ମଧ୍ୟ ଲୋକଙ୍କ ଜୀବନକୁ ସହଜ କରିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

କେନ୍ଦ୍ର ଶକ୍ତି ଏବଂ ନୂତନ ଓ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରୀ ଶ୍ରୀ ଆର. କେ. ସିଂଙ୍କ ଟୁଇଟର ଉ‌ତ୍ତର ଦେଇ ପ୍ରଧାନମନ୍ତ୍ରୀ ଲେଖିଛନ୍ତି:

‘ଶକ୍ତି କ୍ଷେତ୍ରରେ ଏହି ବିସ୍ତାର ଯୋଗୁ ଶିଳ୍ପ ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟି ବ୍ୟତୀତ ଅନେକ ଲାଭ ରହିଛି । ଏହା ସହ ବିହାରର ଆରା, ଭୋଜପୁର, ବକ୍ସର ଏବଂ ରୋହତାସ୍ ସମେତ ଅନ୍ୟାନ୍ୟ ଜିଲ୍ଲାର ଲୋକଙ୍କ ଜୀବନକୁ ଏହା ସହଜ କରିବ’ ।

 SR


(ରିଲିଜ ଆଡି: 1923396) ପରିଦର୍ଶକ କାଉଣ୍ଟର : 159