ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
26 ଏପ୍ରିଲରେ ସୌରାଷ୍ଟ୍ର ତାମିଲ ସାଙ୍ଗମମ୍ ର ଉଦଯାପନୀ ସମାରୋହକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
ଏହି କାର୍ଯ୍ୟକ୍ରମ ଏକ ଭାରତ -ଶ୍ରେଷ୍ଠ ଭାରତର ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଚିନ୍ତାଧାରାକୁ ଆଗକୁ ବଢ଼ାଇଥାଏ
ଏହା ସୌରାଷ୍ଟ୍ର ର ତାମିଲମାନଙ୍କୁ ସେମାନଙ୍କର ମୂଳ ସହିତ ପୁନଃସଂଯୋଗ କରିବାକୁ ଏକ ସୁଯୋଗ ପ୍ରଦାନ କରେ
प्रविष्टि तिथि:
25 APR 2023 7:53PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 26 ଏପ୍ରିଲ ଦିନ ସକାଳ 10:30 ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସୌରାଷ୍ଟ୍ର ତାମିଲ ସଙ୍ଗମମର ଉଦଯାପନୀ ସମାରୋହକୁ ସମ୍ବୋଧିତ କରିବେ।
ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଏକ ଭାରତ- ଶ୍ରେଷ୍ଠ ଭାରତ ର ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଚିନ୍ତାଧାରାରେ ନିହିତ ରହିଛି, ଯାହା ଦେଶର ବିଭିନ୍ନ ଅଂଶରେ ଲୋକମାନଙ୍କ ମଧ୍ୟର ପୁରୁଣା ସମ୍ପର୍କକୁ ସମ୍ମୁଖକୁ ଆଣିବା ଓ ତାହାକୁ ପୁଣି ଥରେ ଖୋଜିବାରେ ସହାୟତା କରିଥାଏ। ଏହି ଚିନ୍ତାଧାରାକୁ ଦୃଷ୍ଟିରେ ରଖି ଏହା ପୂର୍ବରୁ କାଶୀ ତାମିଲ୍ ସଙ୍ଗମମର ଆୟୋଜନ କରାଯାଇଥିଲା। ସେହିପରି ସୌରାଷ୍ଟ୍ର ତାମିଲ୍ ସଙ୍ଗମମ୍, ଗୁଜରାଟ ଏବଂ ତାମିଲନାଡ଼ୁ ମଧ୍ୟରେ ଥିବା ମିଳିତ ସଂସ୍କୃତି ଏବଂ ଐତିହ୍ୟର ଉତ୍ସବ ପାଳନ କରି ଏହି ଚିନ୍ତାଧାରାକୁ ପ୍ରୋତ୍ସାହିତ କରିଥାଏ।
ଅନେକ ଶତାବ୍ଦୀ ପୂର୍ବରୁ, ବହୁ ଲୋକ ସୌରାଷ୍ଟ୍ରର ଅଞ୍ଚଳରୁ ତାମିଲନାଡୁକୁ ଯାଇଥିଲେ। ଏହାକୁ ଧ୍ୟାନରେ ରଖି ସୌରାଷ୍ଟ୍ର ତମିଲ ସଙ୍ଗମମ୍ ସୌରାଷ୍ଟ୍ରର ତାମିଲମାନଙ୍କୁ ଏହାର ମୂଳ ସହିତ ପୁଣି ଥରେ ସାମିଲ୍ କରିବାର ସୁଯୋଗ ପ୍ରଦାନ କରୁଛି। ଏହି 10 ଦିନିଆ ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ 3000 ରୁ ଅଧିକ ସୌରାଷ୍ଟ୍ରର ତାମିଲ ଏକ ସ୍ୱତନ୍ତ୍ର ଟ୍ରେନରେ ସୋମନାଥକୁ ଆସିଥିଲେ। ଏହି କାର୍ଯ୍ୟକ୍ରମ 17 ଏପ୍ରିଲରେ ଆରମ୍ଭ ହୋଇଥିଲା, ଏହାର ଉଦଯାପନୀ ସମାରୋହ 26 ଏପ୍ରିଲରେ ସୋମନାଥରେ ଅନୁଷ୍ଠିତ ହେଉଛି।
BS
(रिलीज़ आईडी: 1921306)
आगंतुक पटल : 130
इस विज्ञप्ति को इन भाषाओं में पढ़ें:
Bengali
,
Assamese
,
English
,
Urdu
,
Marathi
,
हिन्दी
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam