ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଉଡାନ୍ ଯୋଜନାର ୬ ବର୍ଷର ଉପଲବ୍ଧିକୁ ପ୍ରଧାନମନ୍ତ୍ରୀଙ୍କ ମାନ୍ୟତା

प्रविष्टि तिथि: 28 APR 2023 3:50PM by PIB Bhubaneshwar

ଆଞ୍ଚଳିକ ସଂଯୋଗୀକରଣ ଯୋଜନା ବା ରିଜିଓନାଲ କନେକ୍ଟିଭିଟି ସ୍କିମ୍ (ଆର୍ସିଏସ୍‌) ଉଡାନ୍ ଯୋଗେ ବର୍ଷ ପୂର୍ବେ ଶିମଲାକୁ ଦିଲ୍ଲୀ ସହ ସଂଯୋଗ କରି ବିମାନ ଉଡ଼ାଣ କରିଥିବା ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏକ ଟୁଇଟ କରାଯାଇଛି ଆଜି ୪୭୩ ରୁଟ୍ ଏବଂ ୭୪ କାର୍ଯ୍ୟକ୍ଷମ ଏୟାରପୋର୍ଟ, ହେଲିପୋର୍ଟ ଏବଂ ୱାଟର ଏରୋଡ୍ରମ୍ ଭାରତୀୟ ବିମାନ ଚଳାଚଳ କ୍ଷେତ୍ର ପାଇଁ ଏକ ଗେମ୍‌-ଚେଞ୍ଜର ହୋଇପାରିଛି ବୋଲି ଟୁଇଟରେ ଉଲ୍ଲେଖ କରାଯାଇଛି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଗତ ବର୍ଷରେ ଭାରତର ବିମାନ ଚଳାଚଳ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିଛି ବିମାନବନ୍ଦରଗୁଡ଼ିକର ଆଧୁନିକୀକରଣ କରାଯାଇଛି, ନୂଆ ବିମାନବନ୍ଦର ନିର୍ମାଣ ଦ୍ରୁତଗତିରେ ହେଉଛି ଏବଂ ରେକର୍ଡ ସଂଖ୍ୟାରେ ଲୋକ ଉଡ଼ାଣ କରୁଛନ୍ତି ଏହି ବର୍ଦ୍ଧିତ ଯୋଗାଯୋଗ ବାଣିଜ୍ୟ ଏବଂ ପର୍ଯ୍ୟଟନକୁ ବେଶ୍ ପ୍ରୋତ୍ସାହିତ କରିଛି

 

SR


(रिलीज़ आईडी: 1920521) आगंतुक पटल : 146
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam