ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏପ୍ରିଲ ୨୮ ରେ ପ୍ରଧାନମନ୍ତ୍ରୀ ୯୧ ଏଫ୍‌ଏମ୍ ଟ୍ରାନ୍ସମିଟର ଉଦ୍‌ଘାଟନ କରିବେ


ଏହା ଦ୍ୱାରା ଦେଶରେ ରେଡିଓ ସଂଯୋଗ ବ୍ୟବସ୍ଥା ଅଧିକ ସୁଦୃଢ ହେବ

ଏହି ସବୁ ନୂଆ ଏଫ୍‌ଏମ୍ ଟ୍ରାନ୍ସମିଟର ୧୮ଟି ରାଜ୍ୟ ଓ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକ୍ଷମ ହେବ

ଦେଶର ଆକାଂକ୍ଷୀ ଜିଲ୍ଳା ଓ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ରେଡିଓ ସଂଯୋଗ ବୃଦ୍ଧିକୁ ଅଗ୍ରାଧିକାର ପ୍ରଦାନ କରାଯାଇଛି

ଏହି ନୂଆ ଟ୍ରାନ୍ସମିଟରଗୁଡିକ କାର୍ଯ୍ୟକ୍ଷମ ହେଲେ ଅତିରିକ୍ତ ଦୁଇକୋଟି ଲୋକ ଏହା ଦ୍ୱାରା ଉପକୃତ ହେବେ ଏବଂ ମୋଟ ୩୫ହଜାର ବର୍ଗ କିଲୋମିଟର ଅଧିକ ଅଞ୍ଚଳରେ ବେତାର କାର୍ଯ୍ୟକ୍ରମ ଶୁଣାଯାଇପାରିବ

ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍‌” କାର୍ଯ୍ୟକ୍ରମର ଐତିହାସିକ ଏକଶହତମ ଅଧ୍ୟାୟ ପ୍ରସାରିତ ହେବାର ଦୁଇଦିନ ପୂର୍ବରୁ ଏହି ରେଡିଓ ସମ୍ପ୍ରସାରଣ କାର୍ଯ୍ୟ କରାଯାଉଛି

Posted On: 27 APR 2023 12:51PM by PIB Bhubaneshwar

ଚଳିତମାସ ୨୮ତାରିଖ ଅର୍ଥାତ୍ ଆସନ୍ତକାଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୯୧ ଏଫ୍‌ଏମ୍ ରେଡିଓ ଟ୍ରାନ୍ସମିଟରକୁ ଉଦ୍‌ଘାଟନ କରିବେ । ଭିଡିଓ କନ୍‌ଫରେନ୍ସି ବ୍ୟବସ୍ଥାରେ ଏହି ଉଦ୍‌ଘାଟନ କାର୍ଯ୍ୟ ସମ୍ପାଦିତ ହେବ । ଉଦ୍‌ଘାଟିତ ହେବାକୁ ଥିବା ପ୍ରତ୍ୟେକ ଏଫଏମ୍ ଟ୍ରାନ୍ସମିଟରର କ୍ଷମତା 100W । ଏସବୁ ଏଫ୍‌ଏମ୍ ଟ୍ରାନ୍ସମିଟର କାର୍ଯ୍ୟକ୍ଷମ ହେଲେ ଦେଶରେ ରେଡିଓ ଯୋଗାଯୋଗ ସୁବିଧା ବଢିବ ।

 ଭାରତ ସରକାର ଦେଶରେ ଏଫ୍‌ଏମ୍ ସଂଯୋଗ ବ୍ୟବସ୍ଥା ବୃଦ୍ଧି କରିବାକୁ ଅଙ୍ଗୀକାରବଦ୍ଧ । ଏହି ୯୧ ନୂଆ୧୦୦ଡବ୍ଲୁ (100W) ଏଫ୍‌ଏମ୍ ଟ୍ରାନ୍ସମିଟର ଦେଶର ୧୮ଟି ରାଜ୍ୟ ଓ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ୮୪ଜିଲ୍ଲାରେ ସ୍ଥାପନ କରାଯାଇଛି । ଏଥିରେ ଦେଶର ଆକାଂକ୍ଷୀ ଜିଲ୍ଲା ଓ ସୀମାନ୍ତବର୍ତ୍ତୀ ଅଞ୍ଚଳ ଗୁଡିକ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ଯେଉଁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ନୂଆ ଏଫ୍‌ଏମ୍ ରେଡିଓ ଟ୍ରାନ୍ସମିଟର କାର୍ଯ୍ୟକ୍ଷମ ହେବ ସେସବୁ ହେଲା ବିହାର, ଝାଡଖଣ୍ଡ, ଓଡିଶା, ପଶ୍ଚିମବଙ୍ଗ, ଆସାମ, ମେଘାଳୟ, ନାଗାଲାଣ୍ଡ, ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଆନ୍ଧ୍ରପ୍ରଦେଶ, କେରଳ, ତେଲଙ୍ଗାନା, ଛତିଶଗଡ, ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଲଦାଖ ଓ ଆଣ୍ଡମାନ ନିକୋବର ଦ୍ୱୀପପୁଞ୍ଜ । ଏହି ସମ୍ପ୍ରସାରଣ ସହିତ ଆକାଶବାଣୀର ଏଫ୍‌ଏମ୍ ସେବା ଅଧିକ ଦୁଇକୋଟି ଲୋକ ପାଇବେ । ଆଗରୁ ସେମାନଙ୍କୁ ରେଡିଓ ସେବା ମିଳୁ ନ ଥିଲା । 

ନୂଆ ଏଫ.ଏମ୍ ଟ୍ରାନ୍ସମିଟର ଗୁଡିକ ଅତିରିକ୍ତ୩୫ହଜାର ବର୍ଗ କିଲୋମିଟର ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ସମ୍ପ୍ରସାରିତ କରିପାରିବେ ।

ପ୍ରଧାନମନ୍ତ୍ରୀ ରେଡିଓର ଜଣେ ଦୃଢ ସମର୍ଥକ । ଏହି ବେତାର ସେବା ଅଧିକରୁ ଅଧିକ ଲୋକଙ୍କ ପାଖରେ ପଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ବୋଲି ତାଙ୍କର ଦୃଢ ବିଶ୍ୱାସ ରହିଛି । ଗଣମାଧ୍ୟମର ସାମର୍ଥ୍ୟକୁ ଉପଯୋଗ କରି ତାହାର ସେବା ସର୍ବାଧିକ ଜନତାଙ୍କ ପାଖରେ ପହଞ୍ଚାବାକୁ ପ୍ରଧାନମନ୍ତ୍ରୀ ତାଙ୍କ ମାସିକିଆ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ “ମନ୍ କି ବାତ୍‌” ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ଆସନ୍ତା ୩୦ତାରିଖ ରବିବାର ଦିନ ୧୦୦ତମ ଅଧ୍ୟାୟରେ ପହଞ୍ଚିବ । ଏହି ଐତିହାସିକ କ୍ଷଣର ଠିକ ଦୁଇଦିନ ପୂର୍ବରୁ ଦେଶରେ ନୂଆ ୯୧ଟି ଏଫଏମ୍ ରେଡିଓ ଟ୍ରାନ୍ସମିଟର କାର୍ଯ୍ୟକ୍ଷମ ହେଉଛି ।

 

*****

TKM/SLP



(Release ID: 1920346) Visitor Counter : 136