ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆମର ମୂଲ୍ୟବାନ୍ ଐତିହ୍ୟକୁ ଫେରାଇ ଆଣିବା ପାଇଁ ଆମେ ନିରନ୍ତର କାମ କରୁଛୁ: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 25 APR 2023 9:30AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଦେଶରୁ ଜାତୀୟ ଐତିହ୍ୟକୁ ଫେରାଇ ଆଣିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଜି କିଷାନ୍ ରେଡ୍ଡୀ ଏକ ଟୁଇଟରେ କହିଥିଲେ,  ଭଗବାନ ହନୁମାନଙ୍କ ଏକ ଧାତବ ମୂର୍ତ୍ତି ଯାହାକି ଚୋଳ ସାମ୍ରାଜ୍ୟବେଳେ (୧୪ଶ-୧୫ଶ ଶତାବ୍ଦୀ) ଆରିୟାଲୁର ଜିଲ୍ଲା ପୋଟ୍ଟାବେଲି ଭେଲ୍ଲୁର ସ୍ଥିତ ଶ୍ରୀ ବରଥରାଜା ପେରୁମଲ୍ ବିଷ୍ଣୁ ମନ୍ଦିରରୁ ଚୋରି ହୋଇଥିଲା ତାହାକୁ ଅଷ୍ଟ୍ରେଲିଆ ସ୍ଥିତ ଭାରତୀୟ ଦୂତାବାସକୁ ହସ୍ତାନ୍ତର କରାଯାଇଛି ।

  ଏହାର  ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଅଦ୍ୟାବଧି ୨୫୧ କଳାକୃତିକୁ ବିଭିନ୍ନ ଦେଶରୁ ଫେରାଇ ଅଣାଯାଇଛି ।  ସେଥିମଧ୍ୟରୁ ୨୩୮ଟି ୨୦୧୪ ପରଠୁ ଫେରିଛି ବୋଲି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି ।

‘ ଆମେ ଆମର ମୂଲ୍ୟବାନ୍ ଐତିହ୍ୟକୁ ଫେରାଇ ଆଣିବା ପାଇଁ ନିରନ୍ତର କାର୍ଯ୍ୟ କରୁଛୁ’ । 

SR


(ରିଲିଜ ଆଡି: 1919502) ପରିଦର୍ଶକ କାଉଣ୍ଟର : 181