ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜବଲପୁରର ପ୍ରାଚୀନ ସଂଗ୍ରାମ ସାଗରର ପୁନରୁଦ୍ଧାର ପାଇଁ ଲୋକଙ୍କ ଉଦ୍ୟମକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
Posted On:
24 APR 2023 6:17PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜବଲପୁରର ପ୍ରାଚୀନ ସଂଗ୍ରାମ ସାଗରର ପୁନରୁଦ୍ଧାର ପାଇଁ ଲୋକଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଜବଲପୁରର ପ୍ରାଚୀନ ସଂଗ୍ରାମ ସାଗରର ପୁନରୁଦ୍ଧାର ପାଇଁ ଲୋକଙ୍କ ଶ୍ରମଦାନ ବେଶ ପ୍ରଶଂସାଯୋଗ୍ୟ ବୋଲି ସେ କହିଛନ୍ତି । ଶ୍ରୀ ମୋଦୀ ଜବଲପୁର ସାଂସଦ ଶ୍ରୀ ରାକେଶ ସିଂହଙ୍କ ଟ୍ୱିଟ ଶୃଙ୍ଖଳର ପ୍ରତ୍ୟୁତ୍ତର ଦେଇଛନ୍ତି । ଯେଉଁଥିରେ ଶ୍ରୀ ସିଂହ ସୂଚନା ଦେଇଛନ୍ତି, ଜନପ୍ରତିନିଧି, ଜବଲପୁର ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କ ସହ ସେ ସଂଗ୍ରାମ ସାଗର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ପାଇଁ ନୀରିକ୍ଷଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଜବଲପୁରର ପ୍ରାଚୀନ ସଂଗ୍ରାମ ସାଗରର ପୁନରୁଦ୍ଧାର ପାଇଁ ଲୋକଙ୍କ ଶ୍ରମଦାନ ଉଦ୍ୟମ ବେଶ ପ୍ରଶଂସନୀୟ ।”
SR
(Release ID: 1919241)
Read this release in:
English
,
Urdu
,
Marathi
,
Hindi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam