ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଖେଲୋ ଇଣ୍ଡିଆ ଉପକ୍ରମର ୫ ବର୍ଷ ପୂର୍ତ୍ତି ଉପଲକ୍ଷେ କ୍ରୀଡା ପ୍ରତିଭାଙ୍କୁ ପ୍ରୋତ୍ସାହନ ଦେବାରେ ଏହାର ଭୂମିକାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

Posted On: 23 APR 2023 3:39PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଖେଲୋ ଇଣ୍ଡିଆ ଉପକ୍ରମର ୫ ବର୍ଷ ପୂର୍ତ୍ତି ଉପଲକ୍ଷେ କ୍ରୀଡା ପ୍ରତିଭାଙ୍କୁ ପ୍ରୋତ୍ସାହନ ଦେବାରେ ଏହାର ଭୂମିକାକୁ ପ୍ରଶଂସା କରିଛନ୍ତି ।

କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଖେଲୋ ଇଣ୍ଡିଆ ଉପକ୍ରମର ୫ ବର୍ଷ ପୂର୍ତ୍ତି ଉପଲକ୍ଷେ କ୍ରୀଡା ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ସହ କ୍ରୀଡାବିତମାନଙ୍କୁ ଆଗେଇ ନେବା ପାଇଁ ମଂଚ ପ୍ରଦାନ କରିବାରେ ଏହାର ଭୂମିକା ବେଶ ପ୍ରଶଂସନୀୟ । ଆମ ସରକାର ଭାରତରେ କ୍ରୀଡାକୁ ପ୍ରୋତ୍ସାହିତ କରିବା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ଉଦ୍ୟମ ଜାରି ରଖିବ ।

SR



(Release ID: 1918947) Visitor Counter : 96