କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡେନମାର୍କର ପ୍ରଧାନମନ୍ତ୍ରୀଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି


ଉଭୟ ନେତା ଭାରତ-ଡେନମାର୍କ ସବୁଜ ରଣନୀତି ଭାଗିଦାରୀ ଅଗ୍ରଗତିର ସମୀକ୍ଷା କରିଛନ୍ତି ଏବଂ ଉଚ୍ଚ ସ୍ତରୀୟ ଆଦାନ ପ୍ରଦାନ ଏବଂ ବଢୁଥିବା ସହଯୋଗକୁ ନେଇ ସନ୍ତୋଷ ପ୍ରକଟ କରିଛନ୍ତି

ପ୍ରଧାନମନ୍ତ୍ରୀ ଫ୍ରେଡେରିକସେନ୍ ଭାରତର ଜି୨୦ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଏବଂ ଡେନମାର୍କର ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି

ଆସନ୍ତା ୨୦୨୪ ରେ ଭାରତ-ଡେନମାର୍କ ସମ୍ପର୍କର ୭୫ ତମ ବାର୍ଷିକୀ ପାଳନ କରିବାକୁ ନେତାମାନେ ରାଜି ହୋଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 20 APR 2023 11:10PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଡେନମାର୍କର ପ୍ରଧାନମନ୍ତ୍ରୀ ମାନ୍ୟବର ସୁଶ୍ରୀ ମେଟେ ଫ୍ରେଡେରିକସେନ୍‌ଙ୍କ ଟେଲିଫୋନ୍‍ ଯୋଗେ ଆଲୋଚନା କରିଛନ୍ତି ।

ଦ୍ୱିତୀୟ ଥର ପାଇଁ ଡେନମାର୍କର ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଫ୍ରେଡେରିକସେନ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

ଦୁଇ ନେତା ଭାରତ-ଡେନମାର୍କ ସବୁଜ ରଣନୀତି ଭାଗିଦାରୀ ଅଗ୍ରଗତିର ସମୀକ୍ଷା କରିଥିଲେ । ସମ୍ପ୍ରତି ଉଚ୍ଚ ସ୍ତରୀୟ ଆଦାନ ପ୍ରଦାନ ଏବଂ ବଢୁଥିବା ସହଯୋଗରେ ସେମାନେ ସନ୍ତୋଷ ବ୍ୟକ୍ତ କରିଥିଲେ ।

ପ୍ରଧାନମନ୍ତ୍ରୀ ଜାରି ରହିଥିବା ଜି -୨୦ ରେ ଭାରତର ଅଧ୍ୟକ୍ଷତା ଏବଂ ଏହାର ପ୍ରମୁଖ ଅଗ୍ରାଧିକାର ଉପରେ ପ୍ରଧାନମନ୍ତ୍ରୀ ଫ୍ରେଡେରିକସେନ୍‌ଙ୍କୁ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଫ୍ରେଡେରିକସେନ୍ ଭାରତର ପଦକ୍ଷେପକୁ ପ୍ରଶଂସା କରିଥିଲେ ଏବଂ ଡେନମାର୍କର ପୂର୍ଣ୍ଣ ସମର୍ଥନ ଜଣାଇଥିଲେ ।

ଦୁଇ ନେତା ଆସନ୍ତା ବର୍ଷ ୨୦୨୪ ରେ ଭାରତ-ଡେନମାର୍କ ସମ୍ପର୍କର ୭୫ ତମ ବାର୍ଷିକୀ ପାଳନ କରିବାକୁ ସହମତ ହୋଇଥିଲେ ଏବଂ ସେମାନଙ୍କ ସମ୍ପର୍କକୁ ଅନ୍ୟାନ୍ୟ କ୍ଷେତ୍ରରେ ଦୃଢ କରିବାକୁ ସହମତ ହୋଇଥିଲେ ।

HS


(ରିଲିଜ ଆଡି: 1918439) ପରିଦର୍ଶକ କାଉଣ୍ଟର : 188