ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପିଏମ ଆବାସ ଯୋଜନା ହିତାଧିକାରୀ ଏନ. ସୁବ୍ବୁଲକ୍ଷ୍ମୀଙ୍କ ଚିଠି ଶେୟାର କଲେ ପ୍ରଧାନମନ୍ତ୍ରୀ

Posted On: 12 APR 2023 8:33PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପିଏମ ଆବାସ ଯୋଜନା ଅନ୍ତର୍ଗତ ଘର ପାଇଥିବାରୁ ଖୁସି ବ୍ୟକ୍ତ କରି ଏନ. ସୁବ୍ବୁଲକ୍ଷ୍ମୀ ଲେଖିଥିବା ଏକ ହୃଦୟସ୍ପର୍ଶୀ ଚିଠି ଶେୟାର କରିଛନ୍ତି । ଶ୍ରୀ ମୋଦୀ ସୂଚନା ଦେଇଛନ୍ତି, ସେ ପ୍ରସାର ଭାରତୀର ପୂର୍ବତନ ବୋର୍ଡ ସଦସ୍ୟ ସି.ଆର କେଶବନଙ୍କୁ ତାଙ୍କ ନୂଆଦିଲ୍ଲୀ ବାସଭବନରେ ଭେଟିଥିଲେ । ଶ୍ରୀ କେଶବନ ପ୍ରଧାନମନ୍ତ୍ରୀଙ୍କୁ ଏନ. ସୁବ୍ବୁଲକ୍ଷ୍ମୀଙ୍କ ଚିଠି ଦେଇଥିଲେ । ମଦୁରାଇର ଏନ. ସୁବ୍ବୁଲକ୍ଷ୍ମୀ ସି.ଆର. କେଶବନଙ୍କ ଘରେ ରୋଷେୟା ଭାବେ କାମ କରୁଥିଲେ । ସେ ନିଜ ଘରର ଫଟୋ ଶେୟାର କରିବା ସହ ନିଜ କୃତଜ୍ଞତା ଜଣାଇଛନ୍ତି ଏବଂ ଆଶୀର୍ବାଦ ପ୍ରଦାନ କରିଛନ୍ତି ।  

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଆଜି @crkesavanଙ୍କୁ ଭେଟିଲି । ସେ ତାଙ୍କ ଘରେ ରୋଷେୟା କାମ କରୁଥିବା ଏନ. ସୁବ୍ବୁଲକ୍ଷ୍ମୀ ଜୀଙ୍କ ଏକ ହୃଦୟସ୍ପର୍ଶୀ ଚିଠି ପ୍ରଦାନ କଲେ । ମଦୁରାଇର ଏନ. ସୁବ୍ବୁଲକ୍ଷ୍ମୀ ଜୀ ଆର୍ଥିକ ସମସ୍ୟା ସହ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । ସେ ପିଏମ ଆବାସ ଯୋଜନା ଅନ୍ତର୍ଗତ ଘର ପାଇଁ ସଫଳତାର ସହ ଆବେଦନ କରିଥିଲେ ।

କିପରି ତାଙ୍କର ଏହି ପ୍ରଥମ ଘର ତାଙ୍କ ଜୀବନରେ ସମ୍ମାନ ସହ ମର୍ଯ୍ୟାଦା ବୃଦ୍ଧି କରିଛି ତାହା ଏନ. ସୁବ୍ବୁଲକ୍ଷ୍ମୀ ଜୀ ନିଜ ଚିଠିରେ ଜଣାଇଛନ୍ତି । ସେ ନିଜ ଘରର ଫଟୋ ଶେୟାର କରିଛନ୍ତି ଓ ନିଜ କୃତଜ୍ଞତା ଏବଂ ଆଶୀର୍ବାଦ ଜଣାଇଛନ୍ତି । ଏହି ଆଶୀର୍ବାଦ ଅପାର ଶକ୍ତିର ସ୍ରୋତ ।   

ଏନ. ସୁବ୍ବୁଲକ୍ଷ୍ମୀ ଜୀଙ୍କ ଭଳି ଏଭଳି ଅଗଣିତ ଲୋକଙ୍କ ଜୀବନ ପିଏମ ଆବାସ ଯୋଜନା ଯୋଗୁଁ ବଦଳି ଯାଇଛି । ଘର ସେମାନଙ୍କ ଜୀବନରେ ଗୁଣାତ୍ମକ ପାର୍ଥକ୍ୟ ଆଣିଛି । ମହିଳା ସଶକ୍ତିକରଣକୁ ଆଗେଇ ନେବାରେ ମଧ୍ୟ ଏହି ଯୋଜନା ଆଗରେ ରହିଛି ।  

 

SR


(Release ID: 1916290) Visitor Counter : 125