ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏପ୍ରିଲ ୧୨ ତାରିଖରେ ରାଜସ୍ଥାନର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ


ଏହି ଟ୍ରେନ ଦିଲ୍ଲୀ କ୍ୟାଣ୍ଟରୁ ଅଜମିରକୁ ସଂଯୋଗ କରିବା ସହିତ ସମାନ ମାର୍ଗରେ ଚାଲୁଥିବା ଶତାବ୍ଦୀ ଏକ୍ସପ୍ରେସ ତୁଳନାରେ ୬୦ ମିନିଟ କମ୍‍ ସମୟ ନେବ

ଅଜମେର-ଦିଲ୍ଲୀ କ୍ୟାଣ୍ଟ ବନ୍ଦେ ଭାରତ ଏକ୍ସପ୍ରେସ ବୃଦ୍ଧି ପାଉଥିବା ଓଭରହେଡ ଇଲେକ୍ଟ୍ରିକ୍ (ଓଏଚଇ) ଅଞ୍ଚଳରେ ବିଶ୍ୱର ପ୍ରଥମ ସେମି ହାଇ ସ୍ପିଡ୍ ଯାତ୍ରୀବାହୀ ଟ୍ରେନ୍ ହେବ

Posted On: 10 APR 2023 7:41PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ୧୨ ଏପ୍ରିଲ, ୨୦୨୩ ରେ ରାଜସ୍ଥାନର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଉଦଘାଟନୀ ଟ୍ରେନ୍ ଜୟପୁର ଏବଂ ଦିଲ୍ଲୀ କ୍ୟାଣ୍ଟ ରେଳ ଷ୍ଟେସନ ମଧ୍ୟରେ ଚାଲିବ । ଏହି ବନ୍ଦେ ଭାରତ ଏକ୍ସପ୍ରେସର ନିୟମିତ ସେବା ୧୩ ଏପ୍ରିଲ, ୨୦୨୩ ରୁ ଆରମ୍ଭ ହେବ ଏବଂ ଜୟପୁର, ଅଲୱାର ଏବଂ ଗୁରୁଗାଓଁ ଠାରେ ରହଣି ସହିତ ଅଜମେର ଏବଂ ଦିଲ୍ଲୀ କ୍ୟାଣ୍ଟ ମଧ୍ୟରେ ଚଳାଚଳ କରିବ ।

ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଦିଲ୍ଲୀ କ୍ୟାଣ୍ଟ ଏବଂ ଅଜମେର ମଧ୍ୟରେ ଦୂରତାକୁ ୫ଘଣ୍ଟା ୧୫ ମିନିଟ୍‍ରେ ଅତିକ୍ରମ କରିବ । ସମାନ ମାର୍ଗରେ ବର୍ତ୍ତମାନର ଦ୍ରୁତତମ ଟ୍ରେନ୍‌, ଶତାବ୍ଦୀ ଏକ୍ସପ୍ରେସ, ଦିଲ୍ଲୀ କ୍ୟାଣ୍ଟରୁ ଅଜମେରକୁ ୬ ଘଣ୍ଟା ୧୫ ମିନିଟ୍ ନେଉଛି । ସେହିଭଳି ସମାନ ମାର୍ଗରେ ଚାଲୁଥିବା ଥିବା ବର୍ତ୍ତମାନର ଦ୍ରୁତତମ ଟ୍ରେନ୍ ତୁଳନାରେ ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ୬୦ ମିନିଟ କମ୍‍ ସମୟ ନେବ ।

ଅଜମେର-ଦିଲ୍ଲୀ କ୍ୟାଣ୍ଟ  ବନ୍ଦେ ଭାରତ ଏକ୍ସପ୍ରେସ ବୃଦ୍ଧି ପାଉଥିବା ଓଭରହେଡ ଇଲେକ୍ଟ୍ରିକ୍ (ଓଏଚଇ) ଅଞ୍ଚଳରେ ବିଶ୍ୱର ପ୍ରଥମ ସେମି ହାଇ ସ୍ପିଡ୍ ଯାତ୍ରୀବାହୀ ଟ୍ରେନ୍ ହେବ । ଏହି ଟ୍ରେନ୍ ରାଜସ୍ଥାନର ପୁଷ୍କର, ଅଜମର୍ ସରିଫ୍ ଦର୍ଘା ଇତ୍ୟାଦି ପ୍ରମୁଖ ପର୍ଯ୍ୟଟନ ସ୍ଥଳର ସଂଯୋଗକୁ ବିକାଶ କରିବ । ଏହି ସଂଯୋଗ ମଧ୍ୟ ଏହି ଅଞ୍ଚଳର ସାମାଜିକ-ଅର୍ଥନୈତିକ ବିକାଶରେ ସହାୟକ ହେବ ।

HS



(Release ID: 1915614) Visitor Counter : 130