ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜାତୀୟ ସାମୁଦ୍ରିକ ଦିବସ ଅବସରରେ ସାମୁଦ୍ରିକ ଜଗତରେ ଭାରତର ସମୃଦ୍ଧିରେ ଯୋଗଦାନ ଥିବା ସମସ୍ତଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

Posted On: 09 APR 2023 9:39PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ସାମୁଦ୍ରିକ ଦିବସ ଅବସରରେ ବନ୍ଦର-ଭିତ୍ତିକ ଉନ୍ନୟନ ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ।

କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଭାରତର ଏକ ସମୃଦ୍ଧ ସାମୁଦ୍ରିକ ଐତିହ୍ୟ ରହିଛି ଓ ଆମେ ସେଥିପାଇଁ ଗର୍ବିତ । ଜାତୀୟ ସାମୁଦ୍ରିକ ଦିବସ ଅବସରରେ, ସାମୁଦ୍ରିକ ଜଗତରେ ଭାରତର ସମୃଦ୍ଧିରେ ଯୋଗଦାନ ଥିବା ସମସ୍ତଙ୍କୁ ସ୍ମରଣ କରିବା ସହ ବନ୍ଦର-ଭିତ୍ତିକ ଉନ୍ନୟନ ପାଇଁ ଆମ ପ୍ରତିବଦ୍ଧତାକୁ ଦୋହରାଉଛୁ ।

 

SR



(Release ID: 1915171) Visitor Counter : 100