ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସିକନ୍ଦରାବାଦ ଓ ତିରୁପତି ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଦ୍ୱାରା ବିଶେଷ କରି ଆଧ୍ୟାତ୍ମିକ ପର୍ଯ୍ୟଟନ ଲାଭାନ୍ୱିତ ହେବ ଓ ଆର୍ଥିକ ବିକାଶକୁ ପ୍ରୋତ୍ସାହନ ମିଳିବ: ପ୍ରଧାନମନ୍ତ୍ରୀ

Posted On: 07 APR 2023 4:55PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ବନ୍ଦେ ଭାରତ ଏକ୍ସପ୍ରେସ ଗର୍ବ, ଆରାମ ଓ କନେକ୍ଟିଭିଟିର ଅନ୍ୟ ନାମ ।

ଶ୍ରୀ ମୋଦୀ ସିକନ୍ଦରାବାଦ ଓ ତିରୁପତି ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଆରମ୍ଭ କରିବା ସମ୍ପର୍କରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଜି କିଶନ ରେଡ୍ଡୀଙ୍କ ଏକ ଟ୍ୱିଟକୁ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ବନ୍ଦେ ଭାରତ ଏକ୍ସପ୍ରେସ ଗର୍ବ, ଆରାମ ଓ କନେକ୍ଟିଭିଟିର ଅନ୍ୟ ନାମ । ସିକନ୍ଦରାବାଦ ଓ ତିରୁପତି ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଦ୍ୱାରା ପର୍ଯ୍ୟଟନ ବିଶେଷ କରି ଆଧ୍ୟାତ୍ମିକ ପର୍ଯ୍ୟଟନ ଲାଭାନ୍ୱିତ ହେବ । ଏହା ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବ ।

 

SR



(Release ID: 1914656) Visitor Counter : 124