ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପୂର୍ବତନ ଭାରତୀୟ କ୍ରିକେଟର ସଲିମ ଦୁରାନୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 02 APR 2023 10:30AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ଭାରତୀୟ କ୍ରିକେଟର ସଲିମ ଦୁରାନୀଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ସଲିମ ଦୁରାନୀ ଜୀ କ୍ରିକେଟର ଜଣେ କିମ୍ବଦନ୍ତୀ ଥିଲେ । ସେ ନିଜେ ଜଣେ ଅନୁଷ୍ଠାନ ଥିଲେ । ବିଶ୍ୱ କ୍ରିକେଟ ଜଗତରେ ଭାରତର ଅଭ୍ୟୁତ୍ଥାନ ପାଇଁ ତାଙ୍କର ପ୍ରମୁଖ ଅବଦାନ ଥିଲା । ପଡିଆ ଭିତରେ ଓ ବାହାରେ, ଷ୍ଟାଇଲ ପାଇଁ ସେ ପରିଚିତ ଥିଲେ । ତାଙ୍କ ବିୟୋଗରେ ମର୍ମାହତ । ତାଙ୍କ ପରିବାର ଓ ବନ୍ଧୁବର୍ଗଙ୍କୁ ସମବେଦନା । ଈଶ୍ୱର ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ।

ସଲିମ ଦୁରାନୀ ଜୀଙ୍କର ଗୁଜରାଟ ସହ ପୁରୁଣା ଓ ମଜବୁତ ସମ୍ପର୍କ ଥିଲା । ସେ ସୌରାଷ୍ଟ୍ର ଓ ଗୁଜରାଟ ପାଇଁ କିଛି ବର୍ଷ ଖେଳିଥିଲେ । ସେ ଗୁଜରାଟରେ ବସବାସ କରୁଥିଲେ । ତାଙ୍କ ସହ ବାର୍ତ୍ତାଳାପ କରିବାର ସୁଯୋଗ ମିଳିଥିବା ଓ ତାଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ଦ୍ୱାରା ପ୍ରଭାବିତ ହୋଇଥିଲି । ତାଙ୍କ ଅନୁପସ୍ଥିତି ନିଶ୍ଚିତ ଭାବେ ଅନୁଭୂତ ହେବ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ଭାରତୀୟ କ୍ରିକେଟର ସଲିମ ଦୁରାନୀଙ୍କ ସହ ନିଜ ବୈଠକର କିଛି ଝଲକ ଶେୟାର କରିଛନ୍ତି ।

 

 

SR



(Release ID: 1913144) Visitor Counter : 102