ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମଧ୍ୟପ୍ରଦେଶର ଭୋପାଳରେ ମିଳିତ କମାଣ୍ଡର ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 01 APR 2023 8:36PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଭୋପାଳରେ ମିଳିତ କମାଣ୍ଡର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ।

ତିନି ଦିନିଆ ଏହି ସାମରିକ କମାଣ୍ଡର ସମ୍ମିଳନୀର ବିଷୟବସ୍ତୁ ଥିଲା " ପ୍ରସ୍ତୁତ, ପୁନରୁତ୍ଥାନ, ପ୍ରାସଙ୍ଗିକ । ସମ୍ମିଳନୀରେ ସଶସ୍ତ୍ର ବାହିନୀର ମିଳିତତା ଏବଂ ମଞ୍ଚସ୍ଥତା ସମେତ ଜାତୀୟ ନିରାପତ୍ତା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ବିଚାର ଆଲୋଚନା କରାଯାଇଥିଲା । ସଶସ୍ତ୍ର ବାହିନୀର ପ୍ରସ୍ତୁତି ଏବଂ "ଆତ୍ମନିର୍ଭରତା”  ହାସଲ ଦିଗରେ ପ୍ରତିରକ୍ଷା ଇକୋସିଷ୍ଟମରେ ଅଗ୍ରଗତିର ମଧ୍ୟ ସମୀକ୍ଷା କରାଯାଇଥିଲା ।

ଏହି ସମ୍ମିଳନୀରେ ତିନି ସଶସ୍ତ୍ର ବାହିନୀର କମାଣ୍ଡର ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ । ସ୍ଥଳସେନା, ନୌସେନା ଏବଂ ବାୟୁସେନା ପକ୍ଷରୁ ସୈନିକ, ନାବିକ ଏବଂ ବାୟୁସୈନିକଙ୍କ ସହିତ ଅନ୍ତର୍ଭୁକ୍ତ ଏବଂ ଅନୌପଚାରିକ ଆଲୋଚନା ଅନୁଷ୍ଠିତ ହୋଇଥିଲା ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଏହାପୂର୍ବରୁ ଆଜି ଭୋପାଳରେ ମିଳିତ କମାଣ୍ଡର ସମ୍ମିଳନୀରେ ଭାଗ ନେଇଥିଲି । ଭାରତର ସୁରକ୍ଷା ଉପକରଣକୁ ବୃଦ୍ଧି କରିବାର ଉପାୟ ଉପରେ ଆମର ବ୍ୟାପକ ଆଲୋଚନା ହୋଇଥିଲା ।”

ଅଧିକ ଜାଣିବାପାଇଁ ଏଠାରେ କ୍ଲିକ କରନ୍ତୁ https://pib.gov.in/PressReleseDetailm.aspx?PRID=1912891

HS


(ରିଲିଜ ଆଡି: 1912985) ପରିଦର୍ଶକ କାଉଣ୍ଟର : 201