ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରତିରକ୍ଷା ରପ୍ତାନୀ ସର୍ବକାଳୀନ ସର୍ବୋଚ୍ଚ ସ୍ତର ଛୁଇଁ ଥିବାରୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Posted On: 01 APR 2023 8:47PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ୨୦୨୨-୨୦୨୩ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନୀ ସର୍ବକାଳୀନ ସର୍ବୋଚ୍ଚ ୧୫,୯୨୦ କୋଟି ଟଙ୍କାରେ ପହଞ୍ଚି ଥିବାରୁ ପ୍ରଶଂସା କରିଛନ୍ତି ।

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କ ଘୋଷଣା ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଖୁବ ବଢିଆ! ଭାରତର ପ୍ରତିଭା ଓ ମେକ ଇନ ଇଣ୍ଡିଆ ପ୍ରତି ଉତ୍ସାହର ଦୃଢ ଅଭିବ୍ୟକ୍ତି । ଏ କ୍ଷେତ୍ରରେ ଗତ କିଛି ବର୍ଷ ହେଲା ଚାଲିଥିବା ସଂସ୍କାର ଭଲ ପରିଣାମ ଦେଇଥିବା ଏହା ଦର୍ଶାଉଛି । ଆମ ସରକାର ଭାରତକୁ ପ୍ରତିରକ୍ଷା ଉତ୍ପାଦନ ହବରେ ପରିଣତ କରିବା ପାଇଁ ହେଉଥିବା ଉଦ୍ୟମକୁ ସମର୍ଥନ ଜାରି ରଖିବ ।

 

SR



(Release ID: 1912939) Visitor Counter : 110